ଡରି ଯାଇଥିଲେ ମଲାଇକା!

ମୁମ୍ବାଇ: ପର୍ସନାଲ ହେଉ ବା ପ୍ରଫେସନାଲ । କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି ମଲାଇକା ଆରୋରା । ନିକଟରେ ସେ ଏକ ସାକ୍ଷାତ୍‌କାରରେ ଏମିତି କିଛି କଥା କହିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ଚମକାଇ ଦେଇଛି । ମଲାଇକା ୧୯୯୮ରେ ବଲିଉଡ ଅଭିନେତା ଅରବାଜ ଖାଁଙ୍କୁ ବିବାହ କରିଥିଲେ । ହେଲେ ଦୀର୍ଘ ୧୯ ବର୍ଷର ସମ୍ପର୍କ ପରେ ୨୦୧୭ରେ ଏମାନେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଏହି ୧୯ ବର୍ଷ ମଧ୍ୟରେ ଖୁବ୍ କଷ୍ଟ ପାଇଥିବା କହିଛନ୍ତି ମଲାଇକା । ସେ କହିଛନ୍ତି ଅରବାଜଙ୍କ ସହ ସେ ଥିବା ବେଳେ ଖୁବ୍ ଭୟ କରୁଥିଲେ ଏମିତିକି ସେ ନିଜକୁ ଦୁର୍ବଳ ବୋଲି ବି ଭାବୁଥିଲେ । ହେଲେ ଏମିତି ଏକ ସମୟ ଆସିଲା ଯେତେବେଳେ ସେ ଅରବାଜଙ୍କଠାରୁ ଅଲଗା ହେବାକୁ ଚିନ୍ତା କରିଥିଲେ । ହେଲେ ତାଙ୍କୁ ପଛକୁ ଟାଣୁଥିଲା ପୁଅ ଅରହାନ । ସେ ନିଜ ପୁଅ କଥା ଚିନ୍ତା କରି ଆହୁରି ଦୁର୍ବଳ ହୋଇ ଯାଉଥିବା ବେଳେ ଦିନେ କିନ୍ତୁ ସ୍ଥିର କରିଥିଲେ ସେ ସିଙ୍ଗଲ ମଦରର ଭୂମିକା ସମ୍ପାଦନ କରିବେ । ଅର୍ଥାତ୍ ଏକା ଏକା ପୁଅକୁ ପାଳିବେ । କାରଣ ସେ ଯେଉଁ ସମୟରେ ଅରବାଜଙ୍କଠାରୁ ଅଲଗା ହେବାକୁ ଚିନ୍ତା କରୁଥିଲେ ସେତେବେଳେ ପୁଅ ପାଇଁ ତାଙ୍କର ଆବଶ୍ୟକତା ଅଧିକ ଥିଲା । ଶେଷରେ ୨୦୧୭ରେ ସେ ଅରବାଜଙ୍କଠାରୁ ଅଲଗା ହୋଇ ପୁଅ ପ୍ରତି ଧ୍ୟାନ ଦେବା ସହ ଜଣେ ୱର୍ାକିଂ ସିଙ୍ଗଲ ମଦର ଭୂମିକାରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବେ ବୋଲି ଲାଗି ପଡିଥିଲେ । ଆଉ ଏବେ ମଲାଇକା ଏକଦମ ଷ୍ଟ୍ରଙ୍ଗ ହୋଇ ଯାଇଛନ୍ତି । ୨୦୧୭ରେ ସେ ଅରବାଜଙ୍କଠାରୁ ଅଲଗା ହେବା ପରେ ୨୦୧୯ରେ ବଲିଉଡ ନାୟକ ଅର୍ଜୁନ କପୁରଙ୍କ ସହ ରିଲେସନଶିପରେ ରହିଥିବା ଆଲୋଚନା ହେଉଛି । ମଲାଇକା ଅର୍ଜୁନଙ୍କଠାରୁ ୧୨ ବର୍ଷ ସାନ ହୋଇଥିବା ବେଳେ ତାଙ୍କର ଏହି ରିଲେସନଶିପ ଖୁବ୍ ଚର୍ଚ୍ଚାରେ । ହେଲେ ଏଥିପ୍ରତି ଏହି ପ୍ରେମୀ ଯୁଗଳ ଆଦୌ ଧ୍ୟାନ ଦିଅନ୍ତି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି, ଓଡ଼ିଆରେ କହିଲେ ମୁଁ….

ଭୁବନେଶ୍ବର,୬ା୪: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri