ଏକ ଭାରତ ଗୋଟିଏ ସୁନା ଦର

ଭୁବନେଶ୍ୱର,୧୪। ୩: ଭାରତୀୟ ନାରୀମାନେ ସୌନ୍ଦର୍ଯ୍ୟ କ୍ଷେତ୍ରରେ ସାରା ବିଶ୍ୱରେ ପରିଚିତ। ଏହାର ପ୍ରମୁଖ କାରଣ ହେଉଛି ସାଜସଜ୍ଜା ଓ ଗହଣାର ବହୁଳ ବ୍ୟବହାର। ନାରୀର ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‌ ପକ୍ଷରୁ ‘ୱାନ୍‌ ଇଣ୍ଡିଆ ୱାନ୍‌ ଗୋଲ୍ଡ ରେଟ୍‌’ (ଏକ ଭାରତ ଗୋଟିଏ ସୁନା ଦର) ସ୍କିମ୍‌ର ଶୁଭାରମ୍ଭ କରାଯାଇଛି। ଏହି ଚିନ୍ତାଧାରା ରଖି ସଂସ୍ଥା ସାରା ଦେଶରେ ସୁନା ଗହଣାର ମୂଲ୍ୟ ସମାନ ରହିବ ଏବଂ ବିଭିନ୍ନ ଉପତ୍ାଦ ଉପରେ ଉପଯୁକ୍ତ ମେକିଂ ଚାର୍ଜ ନିର୍ଦ୍ଧାରଣ କରିବା ଉପରେ ସଂସ୍ଥା ଗୁରୁତ୍ୱ ଦେବ। ସେହିଭଳି ଗ୍ରାହକମାନଙ୍କ ପ୍ରତି ନିଜର ପ୍ରତିବଦ୍ଧତା ସ୍ବରୂପ ଫେୟାର ପ୍ରାଇସ୍‌ ପ୍ରମିସ ମଧ୍ୟ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ୪.୯% ଆରମ୍ଭ ହେଉଥିବା ଊର୍ଦ୍ଧ୍ୱ ମେକିଂ ଚାର୍ଜ ଯୁକ୍ତ ଉପତ୍ାଦଗୁଡ଼ିକୁ ଗ୍ରାହକମାନେ ପାଇପାରିବେ ବୋଲି କହିଛନ୍ତି ମାଲାବାର ଗ୍ରୁପ୍‌ର ନ୍ୟାଶନାଲ ରିଟେଲ ମୁଖ୍ୟ ପି.କେ. ସିରାଜ।

ଦେଶର ଅଗ୍ରଣୀ ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‌ ଓଡ଼ିଶାରେ ଏହାର ପ୍ରଥମ ଷ୍ଟୋର ସ୍ଥାନୀୟ ଶହୀଦନଗରଠାରେ ଶୁଭାରମ୍ଭ କରିଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ଶୋ’ରୁମ୍‌ର ଶୁଭ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ମାଲାବାର ଗ୍ରୁପ୍‌ ଅଧ୍ୟକ୍ଷ ଏମ୍‌.ପି. ଅହମ୍ମଦ, ମାଲାବାର ଗ୍ରୁପ୍‌ର ସହ ଅଧ୍ୟକ୍ଷ ଡ. ପି.ଏ. ଇବ୍ରାହିମ୍‌ ହାଜି, ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ ଇଣ୍ଡିଆନ ଅପରେଶନ୍ସର ପ୍ରବନ୍ଧନ ନିର୍ଦ୍ଦେଶକ ଓ’ ଆଶେର, ମାଲାବାର ଗୋଲ୍ଡ୍‌ ଆଣ୍ଡ ଡାଏମଣ୍ଡସ୍‌ର ଇଣ୍ଟରନ୍ୟାଶନାଲ ଅପରେଶନ୍ସର ପ୍ରବନ୍ଧନ ନିର୍ଦ୍ଦେଶକ ଶ୍ୟାମଲାଲ ଅହମ୍ମଦ, ମାଲାବାର ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅବ୍‌ଦୁଲ ସଲାମ୍‌ କେପି ଏବଂ ଅନ୍ୟ ବରିଷ୍ଠ ପ୍ରବନ୍ଧନ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଶୋ’ରୁମ୍‌ରେ ଗ୍ରାହକଙ୍କ ପାଇଁ ଚମତ୍କାର ବିକ୍ରି ପରବର୍ତ୍ତୀ ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଏଥିରେ ବ୍ରାଇଡାଲ ଜୁଏଲେରି, ପାରମ୍ପରିକ ଗହଣା, ସବୁଦିନ ପିନ୍ଧି ହେଲା ଭଳି ସୁନା, ହୀରା ଓ ପ୍ଲାଟିନମ ଗହଣା ସହିତ ସଂସ୍ଥାର ବିଭିନ୍ନ ଲୋକପ୍ରିୟ ବ୍ରାଣ୍ଡ ଯଥା ହୀରା ଗହଣା ନିମନ୍ତେ ‘ମାଇନ୍‌’, କଟାଯାଇ ନ ଥିବା ହୀରା ଗହଣା ପାଇଁ ‘ଏରା’, ଭାରତୀୟ ଐତିହ୍ୟ ସମ୍ବଳିତ ଗହଣା ପାଇଁ ‘ଡିଭାଇନ୍‌’, ହାତ ତିଆରି ଗହଣା ସମ୍ଭାର ‘ଏଥ୍ନିକ୍ସ’, ଦୁର୍ମୂଲ୍ୟ ରତ୍ନପଥର ଗହଣା ପାଇଁ ‘ପ୍ରେସିଆ’, ‘ଜୋଉଲ’ ଲାଇଫ୍‌ଷ୍ଟାଇଲ ଅଳଙ୍କାର ଏବଂ ପିଲାମାନଙ୍କ ଗହଣା ପାଇଁ ‘ଷ୍ଟାର୍‌ଲେଟ୍‌’ ଆଦି ଉପଲବ୍ଧ । ସେହିପରି ଗ୍ରାହକଙ୍କ ବିବାହ ଲାଗି ଗହଣାର କ୍ରୟ ଉପରେ ଷ୍ଟୋର୍‌ ପକ୍ଷରୁ ସ୍ବତନ୍ତ୍ର ଅଫର ଅନୁସାରେ ମାତ୍ର ୧୦% ମୂଲ୍ୟ ଅର୍ଥ ଅଗ୍ରିମ ପୈଠକରି ଗହଣା ବୁକ୍‌ କରି ପାରିବେ ଏବଂ ବୁକିଂ ସମୟର ମୂଲ୍ୟ ବା ଗହଣା ନେବା ସମୟରେ ତାହାର ମୂଲ୍ୟ ମଧ୍ୟରୁ ଯାହା କମ୍‌ ହେବ ସେହି ଅନୁସାରେ କ୍ରୟ କରିପାରିବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଏହି ଷ୍ଟୋର ପ୍ରତିଷ୍ଠା ଆମର ଓଡ଼ିଶା ପ୍ରବେଶରେ ନୂଆ ବିଶେଷତା ଆଣିବ। ଆଗାମୀ ପାଞ୍ଚ ବର୍ଷରେ ଆମେ ଆମର ଶୋ’ରୁମ୍‌ ସଂଖ୍ୟା ୩ ଗୁଣ ବୃଦ୍ଧି କରିବାକୁ ଯୋଜନା ରଖିଛୁ ବୋଲି ମାଲାବାର୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌. ପି. ଅହମ୍ମଦ ସୂଚନା ଦେଇଛନ୍ତି। ସଂସ୍ଥା ଲାଭାଂଶର ୫% କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମ ଯଥା ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣ, ସୁଲଭ ବାସଗୃହ ଏବଂ ପରିବେଶ ସୁରକ୍ଷା ଆଦି କ୍ଷେତ୍ରରେ ଖର୍ଚ୍ଚ କରିବ ବୋଲି ସୂଚନା ମିଳିଛି। ସଂସ୍ଥା ବର୍ତ୍ତମାନ ସମୟରେ ୧୦ଟି ଦେଶରେ ୨୭୦ଟି ଶୋ’ରୁମ୍‌, ୧୪ଟି ହୋଲ୍‌ସେଲ୍‌ ୟୁନିଟ୍‌ ସହିତ ବାର୍ଷିକ ୪.୫୧ ବିଲିୟନ ଡଲାର କାରବାର ସହ ବିଶ୍ୱରେ ଏକ ନମ୍ବର ସୁନା ଅଳଙ୍କାର ବିକ୍ରେତା ମାନ୍ୟତା ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri