ମାଲାବାରର ‘ଦିଓ୍ବାଲି ଫେଷ୍ଟିଭ କଲେକ୍ସନ’

ଭୁବନେଶ୍ୱର,୨୨ା୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସର ‘ଦିଓ୍ବାଲି ଫେଷ୍ଟିଭ କଲେକ୍ସନ’ର ଶୁଭାରମ୍ଭ କରାଯାଇଛି। ଏପରିକି ଦୀପାବଳି ଉପଲକ୍ଷେ ଏକ ସ୍ବତନ୍ତ୍ର ଅଭିଯାନ ‘ହାର ତ୍ୟୋହାର କେ ସାଙ୍ଗ୍‌ ମାଲାବାର’ (ଉତ୍ସବ ସହ ମାଲାବାର) ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ପ୍ରତିଷ୍ଠାନର ଏହି ସର୍ବଭାରତୀୟ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଜାରି ରହିବ। ସେହିଭଳି ଏହି ଅଭିଯାନ କ୍ରମରେ ମାଲାବାର ପକ୍ଷରୁ ଉଭୟ ହୀରା ଓ ସୁନାଗହଣା ଉପରେ ଗୁଣାତ୍ମକ ଏବଂ ମୂଲ୍ୟ ଦୃଷ୍ଟିରୁ ସ୍ବତନ୍ତ୍ର ଅଫର ମଧ୍ୟ ପ୍ରଦାନ କରାଯାଉଛି। ବିଶେଷକରି ସୁନା, ହୀରା ଓ ଅନ୍ୟ ମୂଲ୍ୟବାନ ପଥର ଖଚିତ ସୁନ୍ଦର ଡିଜାଇନର ଅଳଙ୍କାର ସମ୍ଭାର ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି।
ଏ ସମ୍ପର୍କରେ ମାଲାବାର ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌ପି ଅହମ୍ମଦ କହିଛନ୍ତି, ପ୍ରତିଟି ଭାରତୀୟଙ୍କ ପାଇଁ ଦୀପାବଳି ହେଉଛି ଏକ ଆନନ୍ଦ, ଉଲ୍ଲାସ ଓ ଆଲୋକର ପର୍ବ ଏବଂ ଏହା ଆମ ଭାବନା ସହ ଜଡିତ ରହିଛି। ଏହାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ମାଲାବାର ଏକ ଛୋଟ ପ୍ରୟାସ କରିଛି। ନିଜ ଗ୍ରାହକମାନଙ୍କ ମନରେ ଆସ୍ଥା,ବିଶ୍ୱାସ ଓ ଭଲପାଇବା ପାଇଁ ଏଭଳି ଏକ ଅଭିଯାନର ପରିକଳ୍ପନା କରାଯାଇଛି। ଅପରପକ୍ଷରେ ୫% ଅଗ୍ରିମ ଦେଇ ଗ୍ରାହକ ନିଜର ଅଳଙ୍କାର ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ବୁକିଂ ସହ ସୁରକ୍ଷିତ ରଖିପାରିବେ ବୋଲି ମାଲାବାର ପକ୍ଷରୁ କୁହାଯାଇଛି।