‘ଗ୍ରୀଷ୍ମଋତୁରେ ବିଦ୍ୟୁତ୍‌ କାଟ ସମସ୍ୟା ନ ହେବା ନିଶ୍ଚିତ କର’

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ଆଗାମୀ ଗ୍ରୀଷ୍ମଋତୁରେ ବିଦ୍ୟୁତ୍‌ ଯୋଗାଣ ଅବ୍ୟାହତ ରଖିବା ପାଇଁ ଆଗୁଆ ପ୍ରସ୍ତୁତି ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଙ୍ଗଳବାର ରାଜ୍ୟରେ ବିଦ୍ୟୁତ୍‌ ଉତ୍ପାଦନ ଓ ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି। ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି।
ବର୍ତ୍ତମାନ ବିଦ୍ୟୁତ୍‌ ଉତ୍ପାଦନ ଓ ଚାହିଦା ସ୍ଥିତିର ସମୀକ୍ଷା କରି ରାଜ୍ୟରେ ଯେପରି ବିଦ୍ୟୁତ୍‌ କାଟ(ଲୋଡ୍‌ ସେଡିଂ) ସମସ୍ୟା ସୃଷ୍ଟି ନ ହୁଏ ତାହା ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଗ୍ରୀଡ୍‌କୋ ଏବଂ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍‌ ଉତ୍ପାଦନକାରୀ କମ୍ପାନୀଗୁଡିକ ନିଜ ନିଜର ବିଦ୍ୟୁତ୍‌ ଉତ୍ପାଦନ ୟୁନିଟ୍‌ଗୁଡିକର ରକ୍ଷଣାବେକ୍ଷଣ ଓ ନବୀକରଣ ସହ ସେଗୁଡିକୁ ପୂର୍ଣ୍ଣ କ୍ଷମତାସମ୍ପନ୍ନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୟୁନିଟ୍‌ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ନିରାପତ୍ତା ଆଦି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଗ୍ରୀଡ୍‌କୋ ଏବଂ ଶକ୍ତି ବିଭାଗକୁ ନିିର୍ଦ୍ଦେଶ ଦେଇଛନ୍ତି। ସୌର, ତାପଜ ଓ ଅନ୍ୟାନ୍ୟ ଉତ୍ସରୁ ବିଦ୍ୟୁତ୍‌ ଉତ୍ପାଦନ ବଢାଇ ଦିନର ହାରାହାରି ଆବଶ୍ୟକତା ମେଣ୍ଟାଇବା ସହ ଜଳଭଣ୍ଡାରଗୁଡିକୁ ଗ୍ରୀଷ୍ମଋତୁ ନିମନ୍ତେ ସଂରକ୍ଷିତ ରଖିବା ଲାଗି ସେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ବର୍ଷାଋତୁରେ କମ୍‌ ବୃଷ୍ଟିପାତ ହାର ଯୋଗୁ ବିଦ୍ୟୁତ୍‌ ଉତ୍ପାଦନକାରୀ ଜଳଭଣ୍ଡାରରେ ଅପେକ୍ଷାକୃତ କମ୍‌ ଜଳ ଅଛି। ଏହାକୁ ଠିକ୍‌ ଭାବେ ସଂରକ୍ଷଣ ଓ ପରିଚାଳନା କରି ଆସନ୍ତା ବର୍ଷାଋତୁ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଣ ଅବ୍ୟାହତ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଗ୍ରୀଡ୍‌କୋ ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା କହିଛନ୍ତି, ବିଭିନ୍ନ ବିଦ୍ୟୁତ୍‌ ଉତ୍ପାଦନକାରୀ ଶିଳ୍ପସଂସ୍ଥା ସହ ହୋଇଥିବା ଚୁକ୍ତିନାମା ଅନୁସାରେ ଗ୍ରୀଡ୍‌କୋ ପାଖରେ ବଣ୍ଟନ ପାଇଁ ପ୍ରାୟ ୭, ୬୫୧ ମେଗା ଓ୍ବାଟ୍‌ ବିଦ୍ୟୁତ୍‌ ଅଛି। ଏଥିରୁ ପ୍ରାୟ ୧୨୯୫ ମେଗାଓ୍ବାଟ୍‌ ଅଣ ପାରମ୍ପରିକ ଉତ୍ସରୁ ଉତ୍ପାଦିତ ହେଉଛି। କେତେକ ତାପଜ ଏବଂ ଜଳଜ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥାରେ ଯାନ୍ତ୍ରିକ ତ୍ରୁଟି ହେତୁ ଚଳିତ ମାସ ପ୍ରାୟ ୧୭୦୦ ମେଗାଓ୍ବାଟ୍‌ ଉତ୍ପାଦନ କମିଛି। ଚଳିତ ଋତୁରେ ଦୈନିକ ପ୍ରାୟ ୩୩୫୦ ମେଗାଓ୍ବାଟ୍‌ ଅଛି। ବିଭିନ୍ନ ଉତ୍ସରୁ ବିଦ୍ୟୁତ୍‌ ସଂଗ୍ରହକରି ଗ୍ରୀଡ୍‌କୋ ଏହି ଚାହିଦା ପୂରଣ କରୁଛି। ଗ୍ରୀଷ୍ମଋତୁରେ ସର୍ବାଧିକ ଆବଶ୍ୟକତା ସମୟରେ ଏହି ଚାହିଦା ୪ ହଜାର ମେଗାଓ୍ବାଟ୍‌ରୁ ଅଧିକ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ତାପଜ ଓ ସୌରସ୍ରୋତ ବିଦ୍ୟୁତ୍‌ ଉତ୍ପାଦନକାରୀ ଶିଳ୍ପସଂସ୍ଥାଗୁଡିକ ନିଜର ପୂର୍ଣ୍ଣ କ୍ଷମତା ଅନୁସାରେ ଉତ୍ପାଦନ ବଢାଇବା ସକାଶେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri