କରୋନାକୁ ସର୍ଜିକାଲ ଷ୍ଟ୍ରାଇକ୍‌ କର

ମୁମ୍ବାଇ,୧୦ା୬: କେନ୍ଦ୍ର ସରକାର ସୀମାରେ ଅପେକ୍ଷା କରନ୍ତୁ ନାହିଁ। କରୋନା ଭାଇରସ୍‌ ଆମର ସବୁଠୁ ବଡ଼ ଶତ୍ରୁ। ଏହାକୁ ଶେଷ କରିବାକୁ ପଡ଼ିବ। କେନ୍ଦ୍ରର ଆଭିମୁଖ୍ୟ କରୋନା ଉପରେ ସର୍ଜିକାଲ ଷ୍ଟାଇକ୍‌ ଭଳି ହେବା ଆବଶ୍ୟକ ବୋଲି ବୁଧବାର ବମ୍ବେ ହାଇକୋର୍ଟ ପରାମର୍ଶ ଦେଇଛନ୍ତି।
ବମ୍ବେ ହାଇକୋର୍ଟରେ ଦୁଇଜଣ ଓକିଲ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରିଥିଲେ। କେନ୍ଦ୍ର ସରକାର ୭୫ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କ ଘର ଘର ବୁଲି ଟିକା ଦିଅନ୍ତୁ ବୋଲି ଉଭୟେ ଉକ୍ତ ପିଟିଶନରେ ଦାବି କରିଥିଲେ। ଶୁଣାଣି ବେଳେ ଏପରି ସମ୍ଭବ ନୁହେଁ ବୋଲି କେନ୍ଦ୍ର ପକ୍ଷରୁ ଯୁକ୍ତି ବଢ଼ାଯାଇଥିଲା। ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତା ଓ ଜଷ୍ଟିସ୍‌ ଜି.ଏସ୍‌. କୁଲକର୍ନୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମକୁ ନାପସନ୍ଦ କରିଛନ୍ତି। କହିଛନ୍ତି, ଘର ପାଖ ଟିକାକେନ୍ଦ୍ରକୁ ଜନସାଧାରଣ ଆସି ଟିକା ନେବା ଲାଗି ବ୍ୟବସ୍ଥା କରାଯାଇଛି। ଏହା ଭୂତାଣୁ ବାହକମାନଙ୍କୁ କେନ୍ଦ୍ରକୁ ଆସିବା ପାଇଁ ଅପେକ୍ଷା କଲାଭଳି। ସବୁଠୁ ବଡ଼ ଶତ୍ରୁ ଭୂତାଣୁ ନିର୍ଦ୍ଦିଷ୍ଟ ଅଞ୍ଚଳ ବା ଯେକୌଣସି ବ୍ୟକ୍ତିଙ୍କଠାରେ ଥାଇପାରେ, ଯେଉଁମାନେ ବାହାରକୁ ଆସିବାକୁ ଅସମର୍ଥ। ତେଣୁ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଉକ୍ତ ଅଞ୍ଚଳରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିବାକୁ ହେବ ବୋଲି ମୁଖ୍ୟ ବିଚାରପତି କହିଥିଲେ। ସରକାର ଜନସାଧାରଣଙ୍କ କଲ୍ୟାଣ ଲାଗି ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଏହା ବିଳମ୍ବିତ ହେବାରୁ ବହୁ ଜୀବନହାନି ଘଟିଲା ବୋଲି ଜଷ୍ଟିସ୍‌ ଦତ୍ତ କହିଥିଲେ। ୭୫ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ହ୍ବିଲ୍‌ଚେୟାର ଉପରେ ନିର୍ଭର କରୁଥିବା କିମ୍ବା ରୋଗଶଯ୍ୟାରେ ଥିବା ଲୋକଙ୍କ ଲାଗି ସରକାର ଘରକୁ ଘର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ଆଇନଜୀବୀ ଧ୍ରୁତି କାପାଡିଆ ଏବଂ କୁନାଲ ତିଓ୍ବାରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଥିଲେ।

 

ସକ୍ରିୟ ମାମଲା ୪.୨୩%କୁ ହ୍ରାସ

ଦେଶରେ କ୍ରମାଗତ ଦୁଇ ଦିନ ଧରି ଦୈନିକ କରୋନା ସଂକ୍ରମଣ ଲକ୍ଷେ ତଳେ ରହିଛି। ଗତ ୨୪ ଘଣ୍ଟାରେ ୯୨,୫୯୬ ଜଣ ସଂକ୍ରମିତ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୦,୮୯,୦୬୯ରେ ପହଞ୍ଚିଛି। ସମୁଦାୟ ସକ୍ରିୟ ମାମଲା ୧୨,୩୧,୪୧୫କୁ ହ୍ରାସ ପାଇଛି ଯାହା କି ମୋଟ ଆକ୍ରାନ୍ତଙ୍କ ୪.୨୩ ପ୍ରତିଶତ। ସେହିପରି ଦିନକରେ ୨,୨୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ସେହିପରି ଆରୋଗ୍ୟ ହାର ୯୪.୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ମଙ୍ଗଳବାର ମୋଟ ୧୯,୮୫,୯୬୭ ନମୁନା ପରୀକ୍ଷା ହୋଇଥିଲା। ଦୈନିକ ପଜିଟିଭ୍‌ ହାର ୪.୬୬% ରହିଥିବାବେଳେ କ୍ରମାଗତ ୧୬ ଦିନ ପାଇଁ ଏହା ୧୦ ପ୍ରତିଶତ ତଳେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri