Posted inଫୁରସତ

ମକରା କାକେରା ସଂଘ

ମୋ ବିଚାରରେ ଯେଉଁମାନଙ୍କ ଘଟ (ଶରୀର)ରେ ଧର୍ମ ଭାରି ଓଜନରେ ଭରି କରିଥାଏ ସେଇମାନେ ‘ଧର୍ମଘଟ’ କରନ୍ତି । ଆଉ ଏଇ ଧର୍ମଘଟିଆଙ୍କ ମନକଥା ବୁଝିବାକୁ ଧର୍ମଛଡ଼ା ନୁହଁ, ଧର୍ମଧାରୀମାନେ ଚେଷ୍ଟା କରନ୍ତି । ତାଙ୍କର ସବୁ ଇଚ୍ଛାପୂରଣ କରାନ୍ତି। ମତେ ଲାଗୁଥିଲା ଅଳ୍ପଦିନ ଭିତରେ ପିଏମ୍‌ଜି ଛକରେ ଭୁବନେଶ୍ୱରଠାରେ ଗୋଟେ ବିରାଟ ଧର୍ମଘଟିଆଙ୍କ ଧାରଣା ଦିଆଯିବ। ଦାବି ପୂରଣ ନ ହେଲେ ବିରାଟ ଆନ୍ଦୋଳନର ରୂପ ନବ । ହୁଏତ ଶାସନର ମୂଳଦୁଆ ଭୁଶୁଡ଼ିଯିବ, ହୁଗୁଳିଯିବା ଯାଏ କଥା ଯିବ।

ସେଦିନ ମୁଁ ଗାଁକୁ ଯାଇଥାଏ । ସଞ୍ଜବୁଡ଼କୁ ଦୋଳବେଦି ଚଉରାଉପରେ ବସି ବୁଢ଼ାମାନେ ଯୋଉ ଆଲୋଚନା କରୁଥିଲେ ତାହା ଶୁଣି ଆମ୍ଭର ଏମନ୍ତ ସନ୍ଦେହ ଜାତ ହେଲା । ମଉସାଙ୍କ ପେଟ ପରି ମନ ବି ସଫା । ପିଲାବେଳେ ପତଳା ଝାଡ଼ା ଢେରଦିନ ହେବାରୁ ମକରାରୁ ହଗୁରା ନାଁରେ ପରିଚିତି ତାଙ୍କର । ନିଜଠୁ ପର ହିତ ଚିନ୍ତା ବେଶି । ତେଣୁ ଟାୟାର୍ଡ ନ ହେଇ ବି ରିଟାୟାର୍ଡ ହେଇ ସହରରୁ ଗାଁକୁ ବୁଲି ଆସି ଅଟକି ଯାଇଥିବା ଚେଣ୍ଡୁଳ ଜେଜେଙ୍କ ପାଖରେ ଗାଁ ବୁଢ଼ାମାନଙ୍କ ଜବର ଭିଡ଼ । ଏଇ ଅବସରରେ ହଗୁରା ମଉସା ବନାମ ମକରା ମଉସା ଚେଣ୍ଡୁଳ ଜେଜେଙ୍କୁ ମନକଥା ଓ ଉଦ୍ଦେଶ୍ୟ କହି ଉପାୟ କରିବାକୁ କହିଲେ । ତାଙ୍କ କହିବା କଥା ହେଲା ତେମେ ଆପଣେ ସର୍କାରୀ ସେକ୍ରେଟାରୀ ଥିଲେ। ମୁଣ୍ଡରେ ବହୁତ ଜ୍ଞାନ । ତେବେ କହନ୍ତୁ ସର୍କାର ଜନମରୁ ଜୁଇଯାଏ ସବୁ ଯୋଜନା କଲେ । ଗର୍ଭବତୀ ମା’ଙ୍କୁ ଅଣ୍ଡା, ଛତୁଆ ଖୁଆଇ ପିଲା ଜନମେଇ ଟିକାଦାନ ଭଳି ମହତ୍‌ କାମ କରି ମା’ ଛୁଆଙ୍କ ପାଇଁ ସୁବିଧା କଲେ । ଛାତ୍ରଙ୍କ ପାଇଁ ମାଗଣା ବହି, ମାଗଣା ଶିକ୍ଷା, ପୋଷାକ, ଖାଦ୍ୟ, ସାଇକେଲ, ଲାପଟପ୍‌ ଯାଏ ଦେଲେ । ଶ୍ରମିକଙ୍କୁ ଛତା ଜୋତା ଦେଲେ । ଏମିତି କି ବୁଢ଼ୀମାନଙ୍କୁ ଆଣି କାର୍ତ୍ତିକ ଧର୍ମମାସରେ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଠୁଳ କରି ମାଗଣା ରହିବା, ଅବଢ଼ା ଖୁଆଇବା, ସେବାଦି କରି ଧର୍ମଅର୍ଜନ କଲେ ା ମଲାପରେ ଜୁଇକୁ ନେଇ ଶବଦାହ କଲେ । ହେଲେ ଆମ ବୁଢ଼ାମାନଙ୍କ ପାଇଁ କ’ଣ କଲେ ? କେଇଜଣ ସିନା ବାର୍ଦ୍ଧକ୍ୟ ଭତ୍ତା କେତୁଟା ଟଙ୍କା ପାଉଛନ୍ତି, ହେଲେ ବୁଢ଼ାକୁ ଗାଁରେ ଛାଡ଼ି ସହରରେ ରହୁଥିବା ପୁଅ ବୋହୂଙ୍କ ବିନା ସେମାନେ ବି ରନ୍ଧାବଢ଼ା ସେବାରୁ ଫୁଲ ବଞ୍ଚିତ ା ଆମେ ବୁଢ଼ାମାନେ କ’ଣ ନିଆଁରେ ସୁସୁ କରିଛୁ ଯେ ଏମିତି କଲବଲ ହବୁ ? ହେଇ ଦେଖୁନ ତେନ୍ତୁଳିଆ ଭାଇ, ପୁଅ ବୋହୂ ଠୁ ମାଡ଼ଗାଳି ହତାଦର ପାଇ ସିଏ ଗାଁରେ କି କଲବଲ । ଶୁକୁଟାକୁ ତା’ ପୁଅ ବୋହୂ ଭାରି ଭଲ ପା’ନ୍ତି ବୋଲି ତାଙ୍କୁ ନେଇ ବାଙ୍ଗାଲୋରରେ ରଖିଥିଲେ । କିନ୍ତୁ ସେମାନେ ୧୨ଘଣ୍ଟା ଡିଉଟିକି ଗଲାପରେ ବୁଢ଼ାଟା ଏକା କେତେ ଘରେ ରହିବ । ନ ରହି ପାରି ଆସି ଗାଁରେ । ଆମ୍ଭେ ବୁଢ଼ାମାନେ ହଇରାଣ ହରକତ ହେଲେ ବି ଜନମକଲା ପୁଅର ସମ୍ମାନ ହାନି ହବ ବୋଲି ଜରା ନିବାସରେ ସମସ୍ତେ ରହି ପାରୁନୁ । ତେଣୁ କ’ଣ କଲେ ଆମ ସମସ୍ୟା ସମାଧାନ ହବ ଉପାୟ କର । ତାଙ୍କ କଥାକୁ ସମର୍ଥନ ଜଣାଇ ଧଡ଼ିଆ କକା, ଅଇଁଠା ଭାଇନା, କାକରା ନନା, ଗନ୍ଧିଆ ପିଇସା, ଚକୁଳିଆ ଦାଦି ବି ଦାବି ଜଣେଇଲେ ।
କହିଲେ ଚେଣ୍ଡୁଳ ବାବୁ କିଛି ଗୋଟେ କର ! ନଇଲେ ଆମେ ସବୁ ଜିଇ ଥାଉଁ ଥାଉଁ ମରିଯିବୁ ।

ମକରା ମଉସାଙ୍କର କଥାକୁ ଗମ୍ଭୀର ଭାବରେ ଚିନ୍ତାକରି ଚେଣ୍ଡୁଳ ଜେଜେ କହିଲେ, ହଁ ସତ କଥା । ସରକାର କାର୍ତ୍ତିକ ମାସରେ ବୁଢ଼ୀମାନଙ୍କ ପାଇଁ ଶ୍ରୀକ୍ଷେତ୍ରରେ ହବିଷ କରି ମହୋଦଧି ସ୍ନାନ, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନାଦି ସେବା ଦେଇ କାହିଁକି ମାସକର ଧର୍ମ ଅର୍ଜନ କରୁଛନ୍ତି ! ବରଂ ଏମିତି କରିବା ଜୀବନ ଥିବା ଯାଏ ସରକାର ସବୁବେଳେ ଧର୍ମ ଅର୍ଜୁଥା’ନ୍ତୁ । କାକରା ନନା ଉଠି କହିଲେ ଶୁଣ । ମୁଁ ଦେଖୁଛି ଅନେକ ଅଭକ୍ତ ଆସି ପୁରୀରେ ରହୁଥିବା କୋଠାର ନଁା ବି ‘ଭକ୍ତନିବାସ’ ଦିଆଯାଇଛି। କୋଉଠି ଧର୍ମଶାଳାକୁ ଭାଙ୍ଗି ବିକ୍ରିବଟା ବି ହୋଇଯାଉଛି । ସ୍ବର୍ଗଦ୍ୱାର ଜମିକି ମାଡ଼ିବସି କେତେ କେତେ ଲଜିଂ, ହୋଟେଲ କରି ବେପାର ଜୋରଦାର ଚାଲିଛି । ତେବେ ଆମ ପାଇଁ କ’ଣ ବ୍ୟବସ୍ଥା କରାଯାଉ ।

ଚଟାପଟ ଚେଣ୍ଡୁଳ ଜେଜେଙ୍କ ମୁଣ୍ଡରେ ଚେତା ପଶିଲା । କହିଲେ ମିଳିଗଲା । ଉପାୟ ମିଳିଗଲା। ଆମେ ଗୋଟେ ବରିଷ୍ଠ ନାଗରିକ ସଂଘ ରାଜ୍ୟସ୍ତରୀୟ ଭାବରେ ଗଢ଼ି ଧର୍ମଘଟ କରି ସର୍କାରଙ୍କୁ ଦାବି ଜଣେଇବା । ହଗୁରାଙ୍କ ପ୍ରସ୍ତାବ କାକେରାଙ୍କ ପରାମର୍ଶ ଯୋଗୁଁ ଯୋଉ ପ୍ରବଳ ବୁଦ୍ଧି ଜୁଟିଲା, ସେଇ ବରିଷ୍ଠ ନାଗରିକ ସଂଘର ନାମ ହଗୁରାଙ୍କ ଅର୍ଜିନାଲ ନାଁ ‘ମକରା କାକେରା ବରିଷ୍ଠ ନାଗରିକ ସଂଘ’ ଦିଆଯାଉ । ଖବରକାଗଜରେ ପ୍ରକାଶିତ କରି ବ୍ୟକ୍ତିଗତ ସମ୍ପର୍କ ଯୋଡ଼ି ସଭ୍ୟ ସଂଖ୍ୟା ବୃଦ୍ଧି କରାଯାଇ ବୃଦ୍ଧଙ୍କ ଦାବି ଧର୍ମଘଟକୁ ଜୋରଦାର କରାଯିବ । ଆଉ ସ୍ବର୍ଗଦ୍ୱାରର ସର୍କାରୀ ଜମିର ଜବରଦଖଲ ହୋଟେଲ, ଲଜିଂକୁ ଉଚ୍ଛେଦ କି ଭଙ୍ଗା ନ ଯାଉ । ସ୍ବର୍ଗଦ୍ୱାର ଚାରିକଡ଼େ ମାଡ଼ି ବସିଥିବା ସବୁ କୋଠା, ଲଜିଂ, ହୋଟେଲର ସବୁ ଘର ଆମ ବୁଢ଼ାବୁଢ଼ୀଙ୍କ ନାମରେ ରିଜର୍ଭ ହେଉ । ଓଡ଼ିଶାର ସବୁ ବୁଢ଼ାବୁଢ଼ୀ ବିଭିନ୍ନ କାରଣରୁ ଘରେ ରହି ହରକତ ନ ହେବାପାଇଁ ସମସ୍ତଙ୍କୁ ଆଣି ଶ୍ରୀକ୍ଷେତ୍ରରେ ସ୍ବର୍ଗଦ୍ୱାର ସନ୍ନିକଟରେ ସମସ୍ତ କୋଠାର ତଳ ମହଲାରେ ରଖାଇ ତାଙ୍କର ଖାଇବା, ପିଇବା, ସ୍ବାସ୍ଥ୍ୟସେବାଦି ସହିତ ମଠ, ମନ୍ଦିର ଦର୍ଶନାଦି ଏମିତିକି ଶେଷରେ ଶବଦାହର ସୁବନ୍ଦୋବସ୍ତ କରି ସର୍କାର ସବୁଦିନିଆ ଧର୍ମ ଅର୍ଜନ କରନ୍ତୁ ା ଆମ୍ଭେ ସବୁ ବୁଢ଼ା ଧର୍ମଘଟିଆ ପ୍ରତିଶ୍ରୁତି ଦେଇ ଆମ୍ଭ ଧର୍ମବଳରେ ସର୍କାର ସବୁଦିନ ଶାସନଗାଦିରେ ରହିପାରିବେ; ଯଦ୍ଦ୍ବାରା ଆମ୍ଭର ପୁତ୍ରକନ୍ୟାଦି ଆଉ ଗାଡ଼ିଭଡ଼ା କରି ମଡ଼ା ଆଣି ହଇରାଣ ହେଇ ସ୍ବର୍ଗଦ୍ୱାରରେ ପୋଡ଼ାପୋଡ଼ି କରିବେନି ା ଦ୍ୱିତୀୟରେ କରୋନା କବଳରେ କେବଳ ଶ୍ରୀକ୍ଷେତ୍ରବାସୀଙ୍କ ଛଡ଼ା ଅନ୍ୟ ଜିଲାର ମଡ଼ା ପୋଡ଼ାଯିବାର ପ୍ରତିବନ୍ଧକ ରହିବ, ଆମ୍ଭେ ସମସ୍ତ ବୃଦ୍ଧ ଶ୍ରୀକ୍ଷେତ୍ରବାସୀ ଭାବରେ ସବୁ ସୁବିଧା ପାଇବାରୁ ବଞ୍ଚିତ ହେବାନି ା

ସ୍ବର୍ଗର ଦେବତା ମରତକୁ ଓହ୍ଲାନ୍ତି, ଆଉ ମର୍ତ୍ତ୍ୟର ମାନବ ସ୍ବର୍ଗକୁ ଚଢ଼ନ୍ତି, ସେଇ ଜାଗାର ନାମ ପବିତ୍ର ‘ସ୍ବର୍ଗଦ୍ୱାର’ ା“ ଯାହା କି ଶ୍ରୀକ୍ଷେତ୍ର ମହୋଦଧି କୂଳରେ ଆମ୍ଭର ଶେଷଜୀବନ ସୁଖରେ ବିତିବା ସହ ଶାନ୍ତିରେ ହରିଶ୍ଚନ୍ଦ୍ର ଯୋଜନାରେ ଶବଦାହ ବି ହବ । ଆମ୍ଭର ସ୍ବର୍ଗଯାତ୍ରା ଇଚ୍ଛା ପୂରଣ ହେବ ।
ମନକୁ କଥାଟା ପାଇଲା । ଏଥର ସମସ୍ତେ ନିଖିଳ ଉତ୍କଳ ମକରା କାକେରା ବରିଷ୍ଠ ନାଗରିକ ସଂଘର ଜୟ… ନାରା ଦେଇ ସଭା ସାଙ୍ଗ କଲେ।

ଶ୍ରୀମାନ୍‌ ସର୍ବଗିଳା
-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ,
ମୋ : ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri