ଗଙ୍ଗାସାଗରରେ ୭ଲକ୍ଷ ଶ୍ରଦ୍ଧାଳୁଙ୍କ ମକରବୁଡ଼

ଭୋଗରାଇ, ୧୬।୧(ଡି.ଏନ.ଏ.) ପଶ୍ଚିମବଙ୍ଗ ସାଗରଦ୍ୱୀପ ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ମକର ସଂକ୍ରାନ୍ତି ଅବସରରେ ଶୁକ୍ରବାର ନିଶିବସାନ ମହେନ୍ଦ୍ର ବେଳାରେ ୭ଲକ୍ଷରୁ ଊର୍ଦ୍ଧ୍ୱ ପୁଣ୍ୟାର୍ଥୀ ସମୁଦ୍ରରେ ମକରବୁଡ଼ ଦେଇଛନ୍ତି। ଲକ୍ଷାଧିକ ତୀର୍ଥଯାତ୍ରୀ ଗଙ୍ଗାସାଗରରେ ସ୍ନାନ କରି ପ୍ରସିଦ୍ଧ କପିଳମୁନି ମନ୍ଦିରରେ ପୂଜାର୍ଚ୍ଚନା କରି ଘରକୁ ବାହୁଡ଼ିଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାର ତୀର୍ଥଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ଥିବା ଆକଳନ କରାଯାଇଛି। ପୁରୀ ଗୋବର୍ଦ୍ଧନ ପୀଠର ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଆଦିତ୍ୟ ବାହିନୀ ସହିତ ବହୁ ସାଧୁସନ୍ଥଙ୍କ ଗହଣରେ ମକରବୁଡ ପକାଇ ଗଙ୍ଗାମା’ଙ୍କୁ ପୂଜା କରିବା ସହିତ ସାରା ବିଶ୍ୱ କରୋନାମୁକ୍ତ ହେଉ ବୋଲି ପ୍ରଭୁ ଜଗନ୍ନାଥଙ୍କଠାରେ ଆରାଧନା କରିଥିଲେ।
ତିନି, ଚାରି ଓ ପାଞ୍ଚ ନମ୍ବର ରାସ୍ତାରେ ଲକ୍ଷାଧିକ ପୁଣ୍ୟାର୍ଥୀ କପିଳମୁନି ମନ୍ଦିରରେ ପୂଜାର୍ଚ୍ଚନା ଲାଗି ଲମ୍ବାଧାଡ଼ି ଲଗାଇଥିଲେ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ଛଡ଼ାଯାଇଥିଲା। କପିଳମୁନି ମନ୍ଦିର ପାର୍ଶ୍ୱରେ ବହୁ ନାଗା ସନ୍ନ୍ୟାସୀ ପୂର୍ବବର୍ଷ ଭଳି ଭିନ୍ନ ଢ଼ଙ୍ଗରେ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦେଇଥିଲେ। କୋଲକାତା ହାଇକୋର୍ଟର ଦୁଇଟି ଟିମ୍‌ କୋଭିଡ୍‌ ନିୟମ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି ନାହଁି ତାହା ତଦାରଖ କରିଥିଲେ। ମକରବୁଡ଼ ଦେବା ଲାଗି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାଭାରତୀଙ୍କ ସହ ପଶ୍ଚିମବଙ୍ଗର ବହୁ ମନ୍ତ୍ରୀ, ଭିନ୍ନ ରାଜ୍ୟର ଭିଆଇପିମାନେ ଆସିଥିବା ଜିଲାପାଳ ପି. ଉଲ୍ଗାନାଥନ୍‌ ଧରିତ୍ରୀକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?