ବନ୍ଧୁତାର ଅନ୍ୟ ନାଁ ମକର

ସଙ୍ଗାତ, ମିତ, ସାଙ୍ଗ, ସହି ଏମିତି କିଏ କେତେ ପ୍ରକାରରେ ଡାକନ୍ତି ବନ୍ଧୁମାନଙ୍କୁ। ଆତ୍ମୀୟତା ଆଉ ଆପଣାପଣର ଏକ ଭିନ୍ନ ପରିଭାଷା ରହିଥାଏ ବନ୍ଧୁତାରେ। ଠିକ୍‌ ଏମିତି ଢଙ୍ଗରେ କିଛି ମହିଳା ପରସ୍ପରକୁ ଡାକନ୍ତି ମକର…

ପରକୁ ଆପଣା କରିବାର ଆଉ ନିବିଡ଼ ବନ୍ଧୁତାର ଇଏ ବି ଏକ ରୂପ। ଆଗରୁ ମକର ସଂକ୍ରାନ୍ତିରେ ମହିଳାମାନେ ଏମିତି ସ୍ବତନ୍ତ୍ର ଢଙ୍ଗରେ ମକର ବସୁଥିଲେ। ଆଧୁନିକ ସମୟରେ ଏବେ ଯଦିଓ ମକର ବସିବା ପରମ୍ପରା କମି ଆସିଲାଣି ତଥାପି ଗାଁ ଗହଳିରେ ଅନେକ ମହିଳା ମକର ସଂକ୍ରାନ୍ତିରେ ମକର ବସି ସମ୍ପର୍କର ମଧୁରତାକୁ ବଢେଇ ଚାଲିଛନ୍ତି।
ମକର ଚାଉଳ ସାକ୍ଷୀ:ମକର ସଂକ୍ରାନ୍ତି ଦିନ ମକର ଚାଉଳକୁ ପରସ୍ପରକୁ ଦେଇ ଝିଅ କି ବୋହୂମାନେ ମକର ବସନ୍ତି। ସମ୍ପର୍କକୁ ଆହୁରି ଅଧିକ ମଧୁର କରିବା ନିମନ୍ତେ ମହିଳାମାନେ ବିଶେଷକରି ଏମିତି ମକର ବସିବାର ପରମ୍ପରା ଦେଖିବାକୁ ମିଳିଥାଏ। ଅର୍ଥାତ୍‌ ସମ୍ପର୍କର ସାକ୍ଷୀ ହୋଇଥାଏ ମକର ଚାଉଳ। ଭଗବାନଙ୍କର ଏହି ପ୍ରସାଦକୁ ସାକ୍ଷୀ ରଖି ସବୁ ବର୍ଗର ମହିଳାମାନେ ମକର ବସନ୍ତି। ଏମିତି କି କେବଳ ସାଙ୍ଗମାନେ ନୁହନ୍ତି ଅନେକ ସମୟରେ ଅଧିକ ବୟସର ମହିଳା ଅର୍ଥାତ୍‌ ଜେଜେମା, ମାଉସୀମାନେ ମଧ୍ୟ ସେମାନଙ୍କ ନାତୁଣୀ କି ଝିଆରୀଙ୍କ ସହିତ ମକର ବି ବସିଥାନ୍ତି। ଅବଶ୍ୟ ଗାଁ ଗହଳିରେ ବେଳେବେଳେ ପୁଅମାନେ ବି ମଜାରେ ମକର ବସିଥାନ୍ତି।
ଆଧୁନିକତାରେ ଫିକା : ଆଧୁନିକ ସମୟରେ ଏବେ ଆଉ ମକର କେହି ବସୁନାହାନ୍ତି। କାହିଁକି ନା ଏହି ନାଁରେ ପରସ୍ପରକୁ ଡାକିବା ପୁରୁଣାକାଳିଆ ହୋଇଯାଇଛି। ତା’ଛଡ଼ା ବର୍ତ୍ତମାନ ସମୟରେ ଲୋକଙ୍କର ସମୟର ଏତେ ଅଭାବ ଯେ ସେମାନେ ବନ୍ଧୁବାନ୍ଧବଙ୍କ ପାଖରେ କିଛି ମୁହୂର୍ତ୍ତ ବି କଟାଇ ପାରୁନାହାନ୍ତି। ଏବେ ହୋଟେଲ, ପବ୍‌ କି ପାର୍କରେ ବନ୍ଧୁମାନେ ପରସ୍ପର ଏକାଠି ହୋଇ ସମୟ କଟାଉଛନ୍ତି, କିନ୍ତୁ ମକର ଚାଉଳ ଖାଇ ସେମାନେ ଆଉ ବନ୍ଧୁ ବାନ୍ଧି ପାରୁ ନାହାନ୍ତି। ହେଲେ ଗାଁ ଗହଳିରେ ଏବେ ବି ଏହି ପରମ୍ପରା ରହିଛି ଆଉ ଏବେ ବି ମକର ଚାଉଳ ଦେଇ ସାଙ୍ଗମାନେ ମକର ବସୁଛନ୍ତି।
ଭିନ୍ନ ଅନୁଭୂତି: ଏକାଠି ପଢିବା, ଏକାଠି ବୁଲିବା ଆଉ କଥାବାର୍ତ୍ତା ହେଲେ ପରସ୍ପର ମଧ୍ୟରେ ବନ୍ଧୁତାର ସମ୍ପର୍କ ଗଢ଼ି ଉଠିଥାଏ। କିନ୍ତୁ ବନ୍ଧୁମାନଙ୍କ ଭିତରେ ମକର ବସିବାର ଏକ ଭିନ୍ନ ଅନୁଭୂତି ରହିଥାଏ। ସାଙ୍ଗମାନଙ୍କ ଭିତରେ ଜଣେ କି ଦୁଇଜଣ ମକର ହୋଇଥାନ୍ତି। ତେଣୁ ସେମାନେ ନିଶ୍ଚିତଭାବେ ମକର ପାଖରେ ବନ୍ଧୁତାର ଭାବ ଟିକିଏ ଗାଢ଼ା ରହିଥାଏ। ସେଥିପାଇଁ ସାଙ୍ଗକୁ ନାଁ ଧରି ଡାକିବା ବଦଳରେ ମକର ଡାକିଲେ ଟିକିଏ ଅଲଗା ଲାଗିଥାଏ।

ଏମାନେ ଯାହା କୁହନ୍ତି
ଗାଁ ମନ୍ଦିରରେ ମକର ବସିଥିଲୁ: ଆମେ ଦିଜଣ ଛୋଟବୋଳରୁ ସାଙ୍ଗ। ଏକାଠି ପିଲାବେଳରୁ ପାଠ ପଢିଚୁ। ଆମ ଦୁଇ ସାଙ୍ଗଙ୍କର ଘର ପାଖ ହୋଇଥିବାରୁ ସକାଳୁ ଉଠିଲେ ସବୁ କାମ ଏକାଠି କରୁ। ଏମିତିକି ଅଧିକାଂଶ ସମୟ ଆମେ ଏକାଠି ଖିଆପିଆ ବି କରୁ। ଆମର ବନ୍ଧୁତା ଦେଖି ମୋ ଭାଉଜ ଆମକୁ ମକର ବସିବା ପାଇଁ କହିଥିଲେ। ଆମେ ହାଇସ୍କୁଲରେ ପଢିବା ବେଳରୁ ଥରେ ମକର ସଂକ୍ରାନ୍ତିରେ ଗାଁ ମନ୍ଦିର ଯାଇ ଭୋଗ କରି ପରସ୍ପରକୁ ମକର ଚାଉଳ ଖୁଆଇ ମକର ବସିଥିଲୁ। ସେଇଦିନରୁ ଆମ ବନ୍ଧୁତାର ନିବିଡତା ଆହୁରି ଅଧିକ ହୋଇ ଯାଇଥିଲା। ଏବେ ଆମ ଦୁଇଜଣଙ୍କର ବାହାଘର ହୋଇ ସାରିଲାଣି ସିନା ଏବେ ବି ଆମେ ପରସ୍ପରକୁ ଦେଖା କରୁଛୁ। ଏମିତିକି ଆମ ଶାଶୁ ଘର ସହିତ ମଧ୍ୟ ଦୁଇଜଣଙ୍କର ଭଲ ସମ୍ପର୍କ ରହିଛି। ଯେତେ ସମ୍ପର୍କ ହେଲେ ବନ୍ଧୁତାକୁ ଭୁଲିହୁଏନି।
-ସୀମା ପାଣି, ଚକେଇସିହାଣି, ଭୁବନେଶ୍ୱର
କାଳେ ଭୁଲିଯିବୁ ବୋଲି ମକର ବସିଥିଲୁ: ମୋ ମକର ସଙ୍ଗୀତା ଆଉ ମୋର ଘର ବ୍ରହ୍ମପୁରରେ, କିନ୍ତୁ ଆମେ ଦୁଇଜଣ ଭୁବନେଶ୍ୱରରେ କିଛି ଦିନ ପାଖାପାଖି ରହିବା ପରେ ଆମ ଦୁଇଜଣଙ୍କ ଭିତରେ ଘନିଷ୍ଠ ବନ୍ଧୁତା ହୋଇ ଯାଇଥିଲା। ଆମେ ଦୁଇଜଣ ଏକା ଭଳି ଦେଖାଯାଉ ବୋଲି ପ୍ରାୟ ସମସ୍ତେ କହନ୍ତି। ବାହାଘର ପରେ ଅଲଗା ହେବା ଆଗରୁ ଆମେ ମକର ବସିଥିଲୁ। କିନ୍ତୁ ବାହାଘର ପରେ ବି ଆମ ସମ୍ପର୍କ ଆଦୌ କମ୍‌ ହୋଇନି। ଏବେ ଆମେ ପାଖାପାଖି ରହୁଛୁ ଆଉ ଆମ ଦୁଇଜଣଙ୍କର ପିଲା ବି ଗୋଟିଏ ସ୍କୁଲରେ ପଢୁଛନ୍ତି। ତେଣୁ ଭଗବାନଙ୍କ ଦୟାରୁ ଆମ ବନ୍ଧୁତା ପୂର୍ବପରି ରହିଛି।
-ସଂଯୁକ୍ତା ଦାସ,
ଇରମ, ଭଦ୍ରକ
ଗୋଟିଏ କ୍ୟାମ୍ପସରେ ରହି ସମ୍ପର୍କ ନିବିଡ଼ ହୋଇଥିଲା: ମୁଁ ବିଳାସିନୀ ସାଙ୍ଗରେ ମକର ବସିବା ବେଳକୁ ଆମ ଦୁଇଜଣଙ୍କର ବିବାହ ହୋଇ ସାରିଥିଲା। ଆମ ଦୁଇଜଣଙ୍କର ସ୍ବାମୀ ଗୋଟିଏ ସ୍କୁଲରେ ଶିକ୍ଷକ ଥିଲେ। ସେଥଇପାଇଁ ଆମେ ସ୍କୁଲ କ୍ୟାମ୍ପସରେ ରହୁଥିଲୁ। ସେଇଠାରୁ ପରସ୍ପର ସହ ଦେଖା ପରେ ଘନିଷ୍ଟତା ବଢ଼ିଥିଲା ଆଉ ଆମେ ଥରେ ମକର ଚାଉଳ ଖୁଆଇ ମକର ବସିଥିଲୁ। ସେଇଦିନରୁ ଆଜିଯାଏ ଆମ ଦୁଇ ପରିବାର ମଧ୍ୟରେ ବନ୍ଧୁସମ୍ପର୍କ ଆରମ୍ଭ ହୋଇଥିଲା। ଆମର ପ୍ରତି ପର୍ବପର୍ବାଣୀ ଆଉ ଭୋଜିଭାତରେ ମକର ଆଉ ତା ପିଲାମାନେ ତ ନିଶ୍ଚୟ ଆସନ୍ତି।
-ସୁରଭୀବାଳା ମହାନ୍ତି,
ଧାମରା, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri