ମକାମଣ୍ଡି ଉଦ୍‌ଘାଟିତ

ଉମରକୋଟ, ୧୮।୧୧(ସନ୍ତୋଷ ଶତପଥୀ): କେନ୍ଦ୍ର ସରକାରଙ୍କ ସଂସ୍ଥା ନାଫେଡ୍‌ ପକ୍ଷରୁ ନବରଙ୍ଗପୁର ଜିଲାର ଉମରକୋଟ, ଝରିଗାଁ ଓ ରାଇଘରରେ ମକାମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଉମରକୋଟ ଆର୍‌ସିଏମ୍‌ଏସ୍‌ ୟାର୍ଡରେ ଅନୁଷ୍ଠିତ ଉତ୍ସବରେ ନାଫେଡ୍‌ ସହକାରୀ ପ୍ରବନ୍ଧକ ଗୋବିନ୍ଦ ମୁର୍ମୁ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମନୋଜ ପତିଆରି, ଅତିରିକ୍ତ ମ୍ୟାନେଜର ଗୋପାଳ ମଲ୍ଲିକଙ୍କ ସମେତ ଅଞ୍ଚଳର ଚାଷୀ ଭୋଗୀ ସେଠୀ, ଆପନା ସେଠୀ, ଜଗନ୍ନାଥ ପାଳ, ହିତେଶ ଜେନା, କୈଳାସ ନାୟକ ଓ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ନାଫେଡ୍‌ରୁ ଘରୋଇ ବ୍ୟବସାୟୀ ଅଧିକ ଦାମରେ ମକା କ୍ରୟ କରୁଥିବାରୁ ତୁରନ୍ତ କେନ୍ଦ୍ର ସରକାର ମକା ସହାୟକ ମୂଲ୍ୟକୁ ବୃଦ୍ଧି କରିବା ପାଇଁ ଚାଷୀ ଦାବି କରିଛନ୍ତି। ମକାର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୨୨୫ ଟଙ୍କା ଥିବାବେଳେ ଘରୋଇ ବ୍ୟବସାୟୀମାନେ ୨୩୦୦ ଟଙ୍କାରେ ଜମିରୁ କିଣି ନେଉଛନ୍ତି। ମାସକ ତଳେ ଘରୋଇ ବ୍ୟବସାୟୀମାନେ ୨୫୦୦ ଟଙ୍କାରୁ କିଣିବା ଆରମ୍ଭ କରିଥିଲେ। ସରକାର ଦର ନ ବଢ଼ାଇଲେ ମଣ୍ଡିକୁ ମକା ଆସିବା ଅସମ୍ଭବ ହୋଇଯିବ ବୋଲି ଚାଷୀ କହିଛନ୍ତି।

ମକାର ସହାୟକ ଦର ନିର୍ଦ୍ଧାରଣ କରିବା କେନ୍ଦ୍ର ସରକାରଙ୍କ ନୀତି । ଚାଷୀଙ୍କୁ ଯେଉଁଠି ଅଧିକ ଟଙ୍କା ମିଳିବ ସେଠି ମକା ବିକ୍ରି କରିବେ। ବ୍ୟବସାୟୀ କୁଇଣ୍ଟାଲ ପିଛା ୨୨୨୫ରୁ କମ୍‌ରେ କ୍ରୟକରି ପାରିବ ନାହିଁ। ଯଦି କ୍ରୟକରେ ଚାଷୀମାନେ ନାଫେଡ୍‌ ମଣ୍ଡିରେ ମକା ବିକ୍ରି କରିପାରିବେ ବୋଲି ନାଫେଡ୍‌ ସହକାରୀ ପ୍ରବନ୍ଧକ ଗୋବିନ୍ଦ ମୁର୍ମୁ କହିଛନ୍ତି। କେନ୍ଦ୍ର ସରକାର ଏହି ମକା ମଣ୍ଡି ଖୋଲିବା ଦ୍ବାରା ବ୍ୟବସାୟୀଙ୍କ ଉପରେ ଅଙ୍କୁଶ ଲାଗିବ ଓ ଚାଷୀଙ୍କ ପାଇଁ କବଚ ସଦୃଶ ହୋଇପାରିବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ବଟେଶ୍ୱରକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ ନିମନ୍ତେ ନିର୍ମାଣଧୀନ ରାସ୍ତା କାର୍ଯ୍ୟ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଚାଷୀ ଆଣିଲେ ବଡ଼ ଅଭିଯୋଗ

ବଞ୍ଚୋ,୧୭ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର କ୍ଷୁଦ୍ରଜଳସେଚନ ଅଧୀନ ପାଇକଚାଟ୍ରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ପାଣି ପଞ୍ଚାୟତ ଗଠନରେ ଅଣଚାଷୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri