ମକାମଣ୍ଡି ଉଦ୍‌ଘାଟିତ

ଉମରକୋଟ, ୧୮।୧୧(ସନ୍ତୋଷ ଶତପଥୀ): କେନ୍ଦ୍ର ସରକାରଙ୍କ ସଂସ୍ଥା ନାଫେଡ୍‌ ପକ୍ଷରୁ ନବରଙ୍ଗପୁର ଜିଲାର ଉମରକୋଟ, ଝରିଗାଁ ଓ ରାଇଘରରେ ମକାମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଉମରକୋଟ ଆର୍‌ସିଏମ୍‌ଏସ୍‌ ୟାର୍ଡରେ ଅନୁଷ୍ଠିତ ଉତ୍ସବରେ ନାଫେଡ୍‌ ସହକାରୀ ପ୍ରବନ୍ଧକ ଗୋବିନ୍ଦ ମୁର୍ମୁ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମନୋଜ ପତିଆରି, ଅତିରିକ୍ତ ମ୍ୟାନେଜର ଗୋପାଳ ମଲ୍ଲିକଙ୍କ ସମେତ ଅଞ୍ଚଳର ଚାଷୀ ଭୋଗୀ ସେଠୀ, ଆପନା ସେଠୀ, ଜଗନ୍ନାଥ ପାଳ, ହିତେଶ ଜେନା, କୈଳାସ ନାୟକ ଓ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ନାଫେଡ୍‌ରୁ ଘରୋଇ ବ୍ୟବସାୟୀ ଅଧିକ ଦାମରେ ମକା କ୍ରୟ କରୁଥିବାରୁ ତୁରନ୍ତ କେନ୍ଦ୍ର ସରକାର ମକା ସହାୟକ ମୂଲ୍ୟକୁ ବୃଦ୍ଧି କରିବା ପାଇଁ ଚାଷୀ ଦାବି କରିଛନ୍ତି। ମକାର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୨୨୫ ଟଙ୍କା ଥିବାବେଳେ ଘରୋଇ ବ୍ୟବସାୟୀମାନେ ୨୩୦୦ ଟଙ୍କାରେ ଜମିରୁ କିଣି ନେଉଛନ୍ତି। ମାସକ ତଳେ ଘରୋଇ ବ୍ୟବସାୟୀମାନେ ୨୫୦୦ ଟଙ୍କାରୁ କିଣିବା ଆରମ୍ଭ କରିଥିଲେ। ସରକାର ଦର ନ ବଢ଼ାଇଲେ ମଣ୍ଡିକୁ ମକା ଆସିବା ଅସମ୍ଭବ ହୋଇଯିବ ବୋଲି ଚାଷୀ କହିଛନ୍ତି।

ମକାର ସହାୟକ ଦର ନିର୍ଦ୍ଧାରଣ କରିବା କେନ୍ଦ୍ର ସରକାରଙ୍କ ନୀତି । ଚାଷୀଙ୍କୁ ଯେଉଁଠି ଅଧିକ ଟଙ୍କା ମିଳିବ ସେଠି ମକା ବିକ୍ରି କରିବେ। ବ୍ୟବସାୟୀ କୁଇଣ୍ଟାଲ ପିଛା ୨୨୨୫ରୁ କମ୍‌ରେ କ୍ରୟକରି ପାରିବ ନାହିଁ। ଯଦି କ୍ରୟକରେ ଚାଷୀମାନେ ନାଫେଡ୍‌ ମଣ୍ଡିରେ ମକା ବିକ୍ରି କରିପାରିବେ ବୋଲି ନାଫେଡ୍‌ ସହକାରୀ ପ୍ରବନ୍ଧକ ଗୋବିନ୍ଦ ମୁର୍ମୁ କହିଛନ୍ତି। କେନ୍ଦ୍ର ସରକାର ଏହି ମକା ମଣ୍ଡି ଖୋଲିବା ଦ୍ବାରା ବ୍ୟବସାୟୀଙ୍କ ଉପରେ ଅଙ୍କୁଶ ଲାଗିବ ଓ ଚାଷୀଙ୍କ ପାଇଁ କବଚ ସଦୃଶ ହୋଇପାରିବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri