Posted inଜାତୀୟ

ବେଆଇନ ଗଛକଟା: ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ ,୧୮ା୧୧(ପି.ଟି.):ଦିଲ୍ଲୀ ରିଜ୍‌ ଅଞ୍ଚଳରୁ ବେଆଇନ ଭାବେ ଅନେକ ଶହ ଗଛ କଟାଯାଇଥିବା ଅଭିଯୋଗ ଉପରେ ଏକାଧିକ ପିଟିଶନ୍‌ର ଶୁଣାଣିରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ସୋମବାର ଓହରିଯାଇଛନ୍ତି। ପୂର୍ବତନ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କଠାରୁ ବ୍ୟକ୍ତିଗତ ସତ୍ୟପାଠ ମାଗିଥିଲେ। ଡିଡିଏର କେତେଜଣ ଅଧିକାରୀଙ୍କ ନାଁରେ ଅଦାଲତ ଅବମାନନା ମୋକଦ୍ଦମା ଚଳାଇବା ପାଇଁ ସାକ୍ସେନାଙ୍କ ଅନୁମତି ମଗାଯାଇଥିଲା। ବର୍ତ୍ତମାନର ସିଜେଆଇ ଜଷ୍ଟିସ୍‌ ଖାନ୍ନା କହିଛନ୍ତି, ସେ ଯେତେବେଳେ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ଏନ୍‌ଏଏଲ୍‌ଏସ୍‌ଏ) ଅଧ୍ୟକ୍ଷ ଥିଲେ, ବିଭିନ୍ନ ଜେଲ୍‌ ପରିଦର୍ଶନ ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ସହ ପାଟନା ଯାଇଥିଲେ। ତେଣୁ ଉକ୍ତ ଗଛକଟା ମାମଲାର ଶୁଣାଣିରେ ସେ ରହିବା ଠିକ୍‌ ହେବ ନାହିଁ ବୋଲି ସିଜେଆଇ କହିଛନ୍ତି। ସିଜେଆଇ ନ ଥିବା ଖଣ୍ଡପୀଠରେ ଉକ୍ତ ମାମଲାର ଶୁଣାଣି ନିମନ୍ତେ ତାଲିକାଭୁକ୍ତ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ପରୀକ୍ଷା ଫଳ: ପଦ୍ମାବତୀ ମହାଳିଙ୍ଗ, ମନୀଷା ଧରୁଆ ସ୍କୁଲ ପାଇଁ ଗୌରବ

ଭବାନୀପାଟଣା,୪।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବାଦଲି ସ୍ଥିତ କିସ ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ପ୍ରଥମ ବର୍ଷ ଦଶମ ପରୀକ୍ଷା ରେ ଶତ ପ୍ରତିଶତ…

ଜିଲା ମଙ୍ଗଳ ବିଭାଗର ୨୨ ବିଦ୍ୟାଳୟର ଶତପ୍ରତିଶତ ପାସ

କୋରାପୁଟ,୪ା୫(ଅମିତାଭ ବେହେରା): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲା ମଙ୍ଗଳ ବିଭାଗ ଶତପ୍ରତିଶତ ସଫଳତା ହାସଲ କରିଛି। ମୋଟ ପାସ ହାର ୯୯ ପ୍ରତିଶତ ରହିଛି। ୩୭ରୁ…

ମାତ୍ର ୨ବର୍ଷରେ ଘଟିଲା ଏମିତି, ଯାହା ଦିଦିଙ୍କ ପରାଜୟର କାରଣ ସାଜିଲା!

କୋଲକାତା,୪।୫: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏବେ ରାଜ୍ୟର ନେତୃତ୍ୱ ଛାଡିବା ଅନିବାର୍ଯ୍ୟ ମନେ ହେଉଛି। ୪…

Bangal New CM: ମମତାଙ୍କ ପରାଜୟର ସଠିକ ଭବିଷ୍ୟବାଣୀ କରିଥିବା ବ୍ୟକ୍ତିଙ୍କଠାରୁ ଜାଣନ୍ତୁ କିଏ ହେବେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଭାଜପାର ଉତ୍ଥାନ ଏବଂ ଟିଏମସିର ପତନର ସ୍ପଷ୍ଟ ସୂଚନା ଦେଉଛି। ବର୍ତ୍ତମାନର ଧାରା ଅନୁସାରେ, ଭାଜପା ୧୯୪ଟି ଆସନରେ ଆଗୁଆ…

ରାଜସ୍ଥାନ ଫ୍ରାଞ୍ଚାଇଜର ୭୫% ଅଂଶଧନ କିଣିଲେ ମିତ୍ତଲ ପରିବାର

ନୂଆଦିଲ୍ଲୀ,୪ା୫: ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ ଏବଂ ତାଙ୍କ ପୁଅ ଆଦିତ୍ୟ ମିତ୍ତଲଙ୍କ ସହିତ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ର ଆଦାର ପୁନାଓ୍ୱାଲା ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜର…

କଫ୍‌ ସିରପ ଜବତ, ୩ କୋର୍ଟ ଚାଲାଣ

ନୂଆପଡ଼ା,୪ା୫(ମକାରୁ ବେମାଲ):ନୂଆପଡ଼ା ଜିଲା ସଦର ଥାନା ପୋଲିସ ୧୪୩ ବୋତଲ କଫ୍‌ ସିରପ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ, ଲୋକଙ୍କୁ ଘାରୁଛି କୁମ୍ଭୀର ଭୟ

କେନ୍ଦ୍ରାପଡ଼ା,୪ା୫(ଜଗନ୍ନାଥ ଧଳ): ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ କେନ୍ଦ୍ରାପଡ଼ା ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri