WhatsApp ରେ ବଡ଼ ତ୍ରୁଟି: ଲିକ୍ ହୋଇଗଲା କୋଟି କୋଟି ଉପଭୋକ୍ତାଙ୍କ ଫୋନ୍ ନମ୍ବର, ପ୍ରାଇଭେଟ୍ ଫଟୋ

ନୂଆଦିଲ୍ଲୀ,୧୯।୧୧: ମେଟା ମାଲିକାନାରେ ଥିବା ଲୋକପ୍ରିୟ ମେସେଜିଂ ଆପ୍ ୱାଟ୍ସଆପ୍‌ରେ ଏକ ବଡ଼ ତ୍ରୁଟି ଯୋଗୁଁ ବିଶ୍ୱର ପ୍ରାୟ ସମସ୍ତ ଫୋନ୍ ଉପଭୋକ୍ତାଙ୍କ ଫୋନ୍ ନମ୍ବର ଏବଂ ଅନେକଙ୍କର ପ୍ରୋଫାଇଲ୍ ଫଟୋ ଲିକ୍ ହୋଇଯାଇଥିବା ଜଣାପଡ଼ିଛି। ଭିଏନା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ‘ଫ୍ଲ’କୁ ଆବିଷ୍କାର କରିଛନ୍ତି।

ୱାଟ୍ସଆପ୍‌ର ‘କଣ୍ଟାକ୍ଟ ଡିସ୍କଭରି’ ଟୁଲ୍‌ରେ ଥିବା ‘ରେଟ୍ ଲିମିଟିଂ’ ଅଭାବ ଯୋଗୁଁ ଏହି ସମସ୍ୟା ଉପୁଜିଥିଲା। ଏହି ତ୍ରୁଟି ଯୋଗୁଁ ଜଣେ ବ୍ୟକ୍ତି ଘଣ୍ଟା ପ୍ରତି ଲକ୍ଷ ଲକ୍ଷ ଥର କ୍ୱେରୀ କରିପାରୁଥିଲେ ଯେ କୌଣସି ଫୋନ୍ ନମ୍ବର ୱାଟ୍ସଆପ୍‌ରେ ପଞ୍ଜୀକୃତ ହୋଇଛି କି ନାହିଁ।

ଗବେଷକମାନେ ଏହି ସରଳ ଟେକ୍ନିକ୍ ବ୍ୟବହାର କରି ୩.୫ ବିଲିୟନ (୩୫୦ କୋଟି) ସକ୍ରିୟ ୱାଟ୍ସଆପ୍ ଆକାଉଣ୍ଟ୍‌ର ଫୋନ୍ ନମ୍ବର ସଂଗ୍ରହ କରିବାରେ ସଫଳ ହୋଇଥିଲେ। ଚିହ୍ନଟ ହୋଇଥିବା ଆକାଉଣ୍ଟଗୁଡ଼ିକ ମଧ୍ୟରୁ ପ୍ରାୟ ୫୭ ପ୍ରତିଶତର ପ୍ରୋଫାଇଲ୍ ଫଟୋ ଏବଂ ୨୯ ପ୍ରତିଶତର ଷ୍ଟାଟସ୍ ଟେକ୍ସଟ୍ ମଧ୍ୟ ସେମାନେ ଦେଖିପାରିଥିଲେ।

ଗବେଷକମାନେ ଚେତାବନୀ ଦେଇଛନ୍ତି ଯେ ଏହି ତ୍ରୁଟି ୨୦୧୭ ମସିହାରୁ ରହିଥିଲା ଏବଂ ଯଦି ଏହା କୌଣସି ଦୁର୍ବୃତ୍ତଙ୍କ ହାତରେ ପଡ଼ିଥାନ୍ତା, ତେବେ ଏହା “ଇତିହାସର ସବୁଠାରୁ ବଡ଼ ଡାଟା ଲିକ୍” ସୃଷ୍ଟି କରିଥାନ୍ତା।

ମେଟା କମ୍ପାନୀ ଏହି ‘ଫ୍ଲ’କୁ ସ୍ୱୀକାର କରିଛି ଏବଂ କହିଛି ଯେ ଏହା ଏକ ଡିଜାଇନ୍ ସମସ୍ୟା ଥିଲା। ତେବେ, ବର୍ତ୍ତମାନ ଏହି ‘ରେଟ୍ ଲିମିଟ୍’କୁ ଲାଗୁ କରାଯାଇ ତ୍ରୁଟିକୁ ସୁଧାରି ଦିଆଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କେବଳ ସାର୍ବଜନୀନ ତଥ୍ୟ ଯଥା ଫୋନ୍ ନମ୍ବର ଓ ପ୍ରୋଫାଇଲ୍ ଫଟୋ ହିଁ ଏଥିରେ ପ୍ରଭାବିତ ହୋଇଛି, ମେସେଜ୍ ସବୁ ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପ୍ଟେଡ୍ ଯୋଗୁଁ ସୁରକ୍ଷିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri