ଦାବି ପରେ ବି ନିର୍ମାଣ ହେଉନି ରାସ୍ତା, ଗାଁକୁ ଯିବାକୁ ହେଲେ…

କେସିଙ୍ଗା,୧୯ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କସୃପଡ଼ା ପଞ୍ଚାୟତ ଅଧିନସ୍ଥ ସିଂହଝରଣ ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତା ଦୀର୍ଘବର୍ଷଠାରୁ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ବହୁବାର ସ୍ଥାନୀୟ ସରପଞ୍ଚଠାରୁ ବ୍ଲକର ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଜାତୀୟ ରାଜପଥ ୨୬ ଶ୍ରୀଅରବିନ୍ଦ ଛକଠାରୁ ସିଂହଝରଣ ଗ୍ରାମକୁ ସଂଯୋଗ ହୋଇଥିବା ପ୍ରାୟ ୫ କିମି ରାସ୍ତାକୁ ଦୀର୍ଘ ୨୫ ବର୍ଷ ତଳେ ଆରଡି ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା। ବଜ୍ରଗଡ଼ ଜଙ୍ଗଲ ଭିତର ଦେଇ ସିଂହଝରଣ ଗ୍ରାମକୁ ଏହି ରାସ୍ତା ଯାଇଥିବାରୁ ବିଭାଗୀୟ ପକ୍ଷରୁ ପୁନର୍ବାର ମରାମତି କରିବାକୁ ଚାହୁଁନାହାନ୍ତି। କାରଣ ଜଙ୍ଗଲ ରାସ୍ତା ଥିବାରୁ ପ୍ରଶାସନ ଗୁରୁତ୍ୱ ଦେଉନାହିଁ।
ଏହି ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ବିଡିଓ ଏବଂ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ବହୁବାର ଲିଖିତ ଅଭିଯୋଗ କରିଛନ୍ତି। ଜାତୀୟ ରାଜପଥ ୨୬ଠାରୁ ଗାଁକୁ ଯିବା ପାଇଁ ରହିଛି ଏକ ମାତ୍ର ରାସ୍ତା । ଯାହାର ଅବସ୍ଥା ନ କହିଲେ ଭଲ ପୂର୍ବରୁ ପିଚୁ ରାସ୍ତା ଥିଲା ବେଳେ ଟ୍ରାକ୍ଟର ଚାଲି ରାସ୍ତାକୁ ଖରାପ କରିଦେଇଛି ।ଜାଗା ଜାଗାରେ ବଡ଼ବଡ଼ ଖାଲ ହୋଇ, ପିଚୁ ଉଠି ଯାଇ ଚିପ୍ସ କେବଳ ଦେଖାଯାଉଛି। ଲୋକମାନେ ଚାଲି ଯିବାକୁ ପାଇଁ ମଧ୍ୟ ଅସୁବିଧା ଭୋଗୁଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଅନ୍ୟପକ୍ଷରେ ଅଞ୍ଚଳରେ କିଛି ସରକାରୀ ଜମି ରହିଥିବା ବେଳେ କେତେକ ଲୋକ ସେହି ସରକାରୀ ଜମିକୁ ଜବରଦଖଲ କରି ରଖିଛନ୍ତି। ସେହି ସରକାରୀ ଜାଗାଗୁଡ଼ିକୁ ମାପ କରି କରିବା ପାଇଁ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯଥାଶୀଘ୍ର ଏହି ରାସ୍ତା ନିର୍ମାଣ କରିବା ସହ ସରକାରୀ ଜାଗାକୁ ଉଚ୍ଛେଦ କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି। ଏହି ସିଂହଝରଣ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷୟିତ୍ରୀମାନେ ଉକ୍ତ ରାସ୍ତା ଦେଇ ସ୍କୁଟିରେ ଯିବାବେଳେ ବହୁବାର ପଡ଼ିି ଯାଉଛନ୍ତି। ଗ୍ରାମବାସୀ କସୃପଡ଼ା ପଞ୍ଚାୟତକୁ ଚାଉଳ, ମାଣ୍ଡିଆ, ପିଡିଏସ୍‌ ସାମଗ୍ରୀ ଆଣିବାକୁ ଗଲେ ବର୍ଷାଋତୁରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏନେଇ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କୁ ପଚାରିବାରୁ ମୁଁ ସମିତି ମିଟିଂରେ ପ୍ରସ୍ତାବ ଦେଇଛି ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ଆର୍‌ଡି ବିଭାଗର କନିଷ୍ଠଯନ୍ତ୍ରୀ ତପନ କୁମାର ବଡ଼ନାୟକଙ୍କୁ ପଚାରିବାରୁ ବାରମ୍ବାର ଏସିଙ୍କୁ ବଦଳି ହେବା ଯୋଗୁ କେସିଙ୍ଗା ଅଞ୍ଚଳ ବିଭିନ୍ନ ରାସ୍ତାର ସର୍ଭେ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବାରେ ବ୍ୟାହତ ହେଉଛି ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri