OSCPCR ଅଧ୍ୟକ୍ଷାଙ୍କ ବଡ଼ ଚେତାବନୀ: ଅଭିଯୋଗ ନ ରଖିଲେ ପୋଲିସ କର୍ମଚାରୀଙ୍କ ବିରୋଧରେ ହେବ ଆକ୍ସନ

ଭୁବନେଶ୍ୱର,୩୦।୧୦: ଶିଶୁ ସୁରକ୍ଷା ଅଧିକାର ଆୟୋଗ କମିଶନ ଅଧ୍ୟକ୍ଷା(OSCPCR) ଶୁକ୍ରବାର ଏକ କଡ଼ା ଚେତାବନୀ ଦେଇଛନ୍ତି। ଜଳେଶ୍ୱରରେ ନାବାଳିକାଙ୍କୁ ବଳାତ୍କାର ପରେ ଘଟିଥିବା ହତ୍ୟା ଘଟଣାକୁ ନେଇ ଅଧ୍ୟକ୍ଷା ଏହି ଚେତାବନୀ ଦେଇଛନ୍ତି।

ଶିଶୁ ନିଖୋଜ ସଂକ୍ରାନ୍ତରେ ଅଭିଯୋଗ ନ ରଖିଲେ ପୋଲିସ କର୍ମଚାରୀଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ଅଧ୍ୟକ୍ଷା ପ୍ରକାଶ କରିଛନ୍ତି। ଅଭିଭାବକମାନେ ଶିଶୁ ନିଖୋଜ ଥିବା ନେଇ ବାରମ୍ବାର ଥାନାକୁ ଦୌଡୁଛନ୍ତି। ହେଲେ ପୋଲିସ କର୍ମଚାରୀ ଘଟଣାର ତଦନ୍ତ ନ କରି ଏହାକୁ ହାଲୁକା ଭାବେ ନେଉଛନ୍ତି। ଫଳରେ ଅପରାଧୀ ଅପରାଧ କରି ଖସି ପଲାଉଛନ୍ତି।

ଏଭଳି ସ୍ଥିତିରେ ଅଭିଭାବକମାନେ ସଚେତନ ହୋଇ ଶିଶୁ ଆୟୋଗଙ୍କୁ ଟୋଲ୍‌ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ କହିଛନ୍ତି। ଅଭିଯୋଗ ସଂକ୍ରାନ୍ତୀୟ କୋଣସି ମାମଲାରେ ପୋଲିସର ତ୍ରୁଟି ପରିଲକ୍ଷିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି।

Share