Posted inଜାତୀୟ

ଭାରତରେ ବଡ଼ ଟ୍ରେନ୍‌ ଦୁର୍ଘଟଣା

୧୯୮୧ରେ ବିହାରର ସହର୍ସା ନିକଟରେ ୯୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବାଘମତି ନଦୀକୁ ଖସିପଡ଼ିଥିଲା। ଏଥିରେ ୫୦୦ ଜଣଙ୍କର ମୃତ୍ୟୁ ଘଟିଥିଲା।
୧୯୯୫ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଉତ୍ତର ପ୍ରଦେଶର ଫିରୋଜାବାଦ ନିକଟରେ କାଳିନ୍ଦୀ ଏକ୍ସପ୍ରେସ୍‌ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୩୫୮ ଯାତ୍ରୀ ପ୍ରାଣ ହରାଇଥିଲେ।
୧୯୯୯ରେ ୨,୫୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ଟ୍ରେନ୍‌ ଆସାମର ଗାଇସଲ ନିକଟରେ ପରସ୍ପର ସହ ଧକ୍କାହେବାରୁ ଅନୂ୍ୟନ ୨୯୦ ଜଣଙ୍କର ମୃତ୍ୟୁ ଘଟିଥିଲା।
୧୯୯୮ରେ କୋଲକାତା ଯାଉଥିବା ଜମ୍ମୁ ତାଓ୍ବି-ସିଆଲଦା ଏକ୍ସପ୍ରେସ୍‌ ପଞ୍ଜାବର ଖାନ୍ନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୧୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।
୨୦୦୨ରେ ହାଓଡା-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଗୟା ଓ ରଫିଗଞ୍ଜ ଷ୍ଟେଶନ ମଧ୍ୟରେ ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ୧୪୦ ଯାତ୍ରୀଙ୍କ ଜୀବନ ଯାଇଥିଲା।
୨୦୧୦ରେ ମୁମ୍ବାଇ-ହାଓଡା କୁର୍ଲା ଲୋକମାନ୍ୟ ତିଲକ ଜ୍ଞାନେଶ୍ୱରୀ ସୁପରଫାଷ୍ଟ ଡିଲକ୍ସ ଏକ୍ସପ୍ରେସ୍‌ ପଶ୍ଚିମବଙ୍ଗର ମେଦିନୀପୁର ନିକଟ ଖେମାଶୁଲି ଓ ସରଡିହ ମଝିରେ ଲାଇନ୍‌ଚ୍ୟୁତ ହେବା ପରେ ଅନ୍ୟ ଏକ ଟ୍ରେନ୍‌ ସହ ଧକ୍କା ହୋଇଥିଲା। ଏଥିରେ ୧୭୦ ଯାତ୍ରୀ ପ୍ରାଣ ହରାଇଥିଲେ।
୨୦୧୬ ନଭେମ୍ବର ୨୦ରେ ଇନ୍ଦୋର-ପାଟନା ଏକ୍ସପ୍ରେସ୍‌ ୧୯୩୨୧ କାନପୁର ନିକଟ କୁଖରାୟନ୍‌ରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୫୦ ଯାତ୍ରୀ ଆହତ ହୋଇଥିଲେ।
୨୦୦୫ ଅକ୍ଟୋବର ୨୯ରେ ବନ୍ୟା ଯୋଗୁ ଆନ୍ଧ୍ରପ୍ରଦେଶର ଭାଲିଗୋଣ୍ଡାରେ ଏକ ଛୋଟ ରେଳ ବ୍ରିଜ୍‌ ଭୁଶୁଡ଼ିପଡ଼ିଥିଲା। ଡେଲ୍ଟା ସୁପରଫାଷ୍ଟ ପାସେଞ୍ଜର ଟ୍ରେନ୍‌ ସେହି ପଥ ଦେଇ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୦ ଯାତ୍ରୀ ଆହତ ହୋଇଥିଲେ।
୨୦୧୦ ଜୁଲାଇ ୧୯ରେ ଉତ୍ତର ବଙ୍ଗ ଏକ୍ସପ୍ରେସ୍‌ ଏବଂ ବନାଞ୍ଚଳ ଏକ୍ସପ୍ରେସ୍‌ ପଶ୍ଚିମବଙ୍ଗର ସାଇନ୍ଥିଆରେ ପରସ୍ପରକୁ ଧକ୍କାଦେବାରୁ ୬୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୬୫ ଯାତ୍ରୀ ଆହତ ହୋଇଥିଲେ।
୨୦୧୨ ମେ’ ୨୨ରେ ହୁବୁଲି-ବାଙ୍ଗାଲୋର ଏକ୍ସପ୍ରେସ୍‌ ଆନ୍ଧ୍ରପ୍ରଦେଶରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କାଦେବାରୁ ସେଥିରେ ନିଅଁା ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୨୫ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୪୩ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?