ରଣ୍ଢାରେ ବଡ଼ ସଡ଼କ ଦୁର୍ଘଟଣା; ଔଷଧ କିଣିବାକୁ ଯାଉଥିବା ବେଳେ କାର-ଟ୍ରକ ଧକ୍କାରେ ଦମ୍ପତି ମୃତ, କ୍ଷତିପୂରଣ ଦାବିରେ ୧୬ ନଂ ଜାତୀୟ ରାଜପଥ ଅବରୋଧ

ଗୋପାଳପୁର,୧୬ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ ରଣ୍ଢାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗୁରୁବାର ଦିନ ରାସ୍ତା ପାର୍ ହେଉଥିବା ବେଳେ କାର ଓ ଟ୍ରକ ଧକ୍କାରେ ଉଭୟଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ରଣ୍ଢା ହରିଜନ ସାହିର ହରିଶ୍ଚନ୍ଦ୍ର ଦାସ ଓ ସ୍ତ୍ରୀ ପରି ଦାସ ବୋଲି ସୂଚନା ମିଳିଛି । କ୍ଷତି ପୂରଣ ଦାବି ନେଇ ସାହି ବାସିନ୍ଦା ଉଭୟ ରାସ୍ତାକୁ ଅବରୋଧ କରିଛନ୍ତି ।

ସୂଚନା ଅନୁସାରେ ଗୋଳନ୍ଥରା ଥାନା ଅଧିନସ୍ଥ ରଣ୍ଢା ଦଳିତ ସାହିର ହରିଶ୍ଚନ୍ଦ୍ର ଦାସ ଓ ସ୍ତ୍ରୀ ପରି ଦାସ ଗୁରୁବାର ସକାଳେ ପ୍ରାୟ ସାଢେ ୧୧ ଟା ସମୟରେ ଜାତୀୟ ରାଜପଥ ପାର ହୋଇ ଔଷଧ ଦୋକାନକୁ ଯାଉଥିଲେ । ଏହି ସମୟରେ ଦମ୍ପତି ସହିତ ପ୍ରଥମେ କାର ପରେ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହରିଶ୍ଚନ୍ଦ୍ର ଓ ପରି ଦାସଙ୍କ ଅତ୍ୟଧିକ ରକ୍ତ ସ୍ରାବରୁ ମୃତ୍ୟୁ ହୋଇଥିଲା । ଏହାପରେ ଦଳିତ ସାହି ବାସିନ୍ଦା ପକ୍ଷରୁ କ୍ଷତିପୂରଣ ଦାବି ନେଇ ଉଭୟ ରାସ୍ତାରେ ଟାୟାରର ଜାଳି ଅବରୋଧ କରିଥିଲେ । ଘଟଣା ସ୍ଥଳକୁ ଗୋଳନ୍ଥରା ଥାନା ପୋଲିସ ଓ ଅନ୍ୟ ପୋଲିସ ଅଧିକାରୀ ଲୋକଙ୍କୁ ବୁଝା ସୁଜା କରିଥିବା ଦେଖିବାକୁ ମିଳିଛି ।

Dharitri – Odisha’s No.1 Odia Daily

Share