୪ ଜେଲ୍‌ର ଜେଲରଙ୍କୁ ବଦଳି କଲେ ରାଜ୍ୟ ସରକାର: କଟକ ସର୍କଲ ଜେଲକୁ ଗଲେ ଲଲାଟେନ୍ଦୁ, ପୁରୀ ବଦଳି ହେଲେ…

ଭୁବନେଶ୍ୱର,୬।୧୧: ରାଜ୍ୟ ପ୍ରଶାସନିକ ସେବାରେ ଅଦଳବଦଳ ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ କାରାଗାର ଓ ସଂଶୋଧନାତ୍ମକ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ୪ ଜଣ ଜେଲରଙ୍କର ବଦଳି କରାଯାଇଛି। ପ୍ରଶାସନିକ ଆବଶ୍ୟକତା ଓ ଜନସେବାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବଦଳି ହୋଇଥିବା ଅଫିସରମାନଙ୍କ ମଧ୍ୟରେ ପୁରୀ ଜିଲା କାରାଗାର ଜେଲର ଶୁଭସ୍ମିତା ବିଶ୍ୱାଳଙ୍କୁ ଜୟପୁର ସ୍ୱତନ୍ତ୍ର ଜେଲକୁ ବଦଳି କରାଯାଇଛି। ସେହିପରି କଟକ ସର୍କଲ ଜେଲର ରଘୁନାଥ ମାଝୀଙ୍କୁ ବଣାଇଗଡ଼ ଜେଲକୁ ଏବଂ ଭୁବନେଶ୍ୱର ଜେଲର ଅବିନାଶ ବେହେରାଙ୍କୁ ନବରଙ୍ଗପୁର ସବ୍‌ଜେଲକୁ ବଦଳି କରାଯାଇଛି। ଅପରପକ୍ଷରେ ଫୁଲବାଣୀ ଜେଲର ଲଲାଟେନ୍ଦୁ ଭୂଷଣ ଦାସଙ୍କୁ କଟକ ସର୍କଲ ଜେଲକୁ ବଦଳି କରାଯାଇଥିବା ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ବଦଳି ହୋଇଥିବା ସମସ୍ତ ଅଫିସରଙ୍କୁ ତୁରନ୍ତ ନିଜ ନିଜର ନୂତନ ପଦବୀରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Dharitri – Odisha’s No.1 Odia Daily

Share