ଓଏଏସ୍‌ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୧୭।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ଏବଂ ସିଡିଆଇ ମନୋରଞ୍ଜନ ମଲ୍ଲିକଙ୍କୁ ଓଡ଼ିଶା ୟୁନିଫର୍ମଡ୍‌ ସର୍ଭିସ ଷ୍ଟାଫ୍‌ ସିଲେକ୍ସନ କମିଶନର ସଚିବ ଭାବେ ନିଯୁକ୍ତ କରାଯାଇଥିବାବେଳେ ସଂସଦୀୟ ବ୍ୟାପାର ବିଭାଗ ସ୍ବତନ୍ତ୍ର ସଚିବ ଶିବୋ ନାରାୟଣ ସାହୁଙ୍କୁ ସିଡିଆଇ ଏବଂ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଥିବା ବେଳେ ରବିନାରାୟଣ ଜେଠୀଙ୍କୁ ଓଡ଼ିଶା ୟୁନିଫର୍ମଡ୍‌ ସର୍ଭିସ ଷ୍ଟାଫ୍‌ ସିଲେକ୍ସନ କମିଶନର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।

ସେହିପରି କସ୍ତୁରୀ ପ୍ରଧାନଙ୍କୁ ଓଏଲ୍‌ଏର ଯୁଗ୍ମସଚିବ, ଗଦାଧର ପାତ୍ରଙ୍କୁ ଖଦି ଏବଂ ଗ୍ରାମୋଦ୍ୟୋଗ ବୋର୍ଡର ଉପସଚିବ ଭାବେ ନିଯୁକ୍ତ କରାଯାଇଛି। ଏହାସହିତ ଗଦାଧରଙ୍କୁ ଓଏସ୍‌ଆଇସିର ପ୍ରଶାସନିକ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରଣବ କୁମାର ବେହେରାଙ୍କୁ ଓକାକ୍‌ର ଓଏସ୍‌ଡି ଭାବେ ନିଯୁକ୍ତ କରାଯାଇଥିବାବେଳେ ସିରିୟାଲ ଶୁଭ୍ର ପଟେଲଙ୍କୁ ବାଲେଶ୍ୱର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ, କ୍ଷୀରାବ୍ଧୀ ତନୟା ସାହୁଙ୍କୁ ରାୟଗଡ଼ା ଜିଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜ୍ୟୋତି ପ୍ରକାଶ ସେଠୀଙ୍କୁ ଉଦଳା ଆଇଟିଡିଏର ପିଏ, ନରେନ୍ଦ୍ର ଖମାରୀଙ୍କୁ ଓଏସ୍‌ଏସ୍‌ସିର ଉପସଚିବ, ନିର୍ଲିପ୍ତା ମହାନ୍ତିଙ୍କୁ ଓଡ଼ିଶା ୟୁନିଫର୍ମଡ୍‌ ସର୍ଭିସ ଷ୍ଟାଫ୍‌ ସିଲେକ୍ସନ କମିଶନର ଉପସଚିବ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ସାଧାରଣ ପ୍ରଶାସନ ବିଭାଗର ଅନ୍ୟ ଏକ ବିଜ୍ଞପ୍ତିରେ ଇଡ୍‌କୋ ସିଜିଏମ୍‌(ପିଆଣ୍ଡଏ) ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ଇଡ୍‌କୋର ସିଜିଏମ୍‌(ଏମ୍‌ଏସ୍‌ ଆଣ୍ଡଏମ୍‌ଇ) ଭାବେ ନିଯୁକ୍ତ କରାଯାଇଛି। ଏହାସହିତ ସୁଭାଷ ଚନ୍ଦ୍ର ନାଥଶର୍ମାଙ୍କୁ ଅତିରିକ୍ତ ଏସ୍‌ଆର୍‌ସି, ସରୋଜ କୁମାର ସାହୁଙ୍କୁ ଇଡ୍‌କୋ ସିଜିଏମ୍‌(ଜମି) ଏବଂ ସଞ୍ଜୟ କୁମାର ମିଶ୍ରଙ୍କୁ ଇଡ୍‌କୋ ସାଧାରଣ ପରିଚାଳକ(ପିଆଣ୍ଡଏ) ଭାବେ ନିଯୁକ୍ତ କରାଯାଇଛି।

 

Dharitri – Odisha’s No.1 Odia Daily

Share