SRCଙ୍କ ବଡ଼ ପଦକ୍ଷେପ: ୨୦ ତାରିଖ ଯାଏଁ ବନ୍ଦ ରହିବ ବେଳାଭୂମି

ଭୁବନେଶ୍ୱର,୧୮।୧୧: ସାମୁଦ୍ରିକ ଝଡ଼ ‘ଅକ୍ୱାନ’ ଭୀଷଣ ବାତ୍ୟାର ରୂପ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା। ବାତ୍ୟା ଓଡ଼ିଶା ମୁହାଁ ହୋଇଥିବା ନେଇ IMD ଡିଜି ବୁଧବାର ସ୍ପଷ୍ଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବେଳାଭୂମି ଏବଂ ପର୍ଯ୍ୟଟନ କେନ୍ଦ୍ର ବନ୍ଦ ରଖିବାକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ (SRC)ପକ୍ଷରୁ ପରାମର୍ଶ ଦିଆଯାଇଛି। ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ SRC ପର୍ଯ୍ୟଟନ ଏବଂ ପରିବହନ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ପ୍ରବଳ ପବନ ଓ ବର୍ଷା ଆଶଙ୍କା ରହିଥିବାରୁ ବେଳାଭୂମିକୁ ପର୍ଯ୍ୟଟକଙ୍କ ଯାତାୟାତ ଉପରେ ରୋକ୍‌ ଲଗାଇବାକୁ କୁହାଯାଇଛି। ଅନାବଶ୍ୟକ ଭାବେ ଲୋକଙ୍କୁ ସମୁଦ୍ର କୂଳକୁ ନ ଯିବା ପାଇଁ ସତର୍କ କରାଯାଇଛି। କେବଳ ବେଳାଭୂମି ନୁହେଁ, ରାସ୍ତାଘାଟର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାଜପଥରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ଆବଶ୍ୟକ ସ୍ଥାନରେ ବ୍ୟାରିକେଡ ଲଗାଇବାକୁ SRC ପରାମର୍ଶ ଦେଇଛନ୍ତି। ଏଥିସହ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ସତର୍କ କରିବା ପାଇଁ ବିଭିନ୍ନ ସ୍ଥାନରେ ସତର୍କତା ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଆସିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି।

Share