କଲ୍ୟାଣସିଂହପୁର,୪।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖାଣ୍ଡି ପଞ୍ଚାୟତର ଆଲିଜିନିଗୁଡ଼ା ଆମ୍ବତୋଟା ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ମାଝୀଗୁଡ଼ା ମଣ୍ଡଳ ସଭାପତି ଅନିଲ କୁମାର ଜାଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ତଥା ମଣ୍ଡଳସ୍ତରୀୟ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ସମାବେଶରେ ବ୍ଲକର ପୋଲାମା, ସୁନାଖାଣ୍ଡି ଏବଂ କନ୍ଧକାଟିପାଡୁ ପଞ୍ଚାୟତରୁ ପ୍ରାୟ ୧୨୦ରୁ ଊର୍ଦ୍ଧ୍ୱ ସକ୍ରିୟ କଂଗ୍ରେସ କର୍ମୀ ଓ ସମର୍ଥକ ନିଜ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି । ଉପସ୍ଥିତ ଦଳୀୟ ପଦାଧିକାରୀମାନେ ନବାଗତ ସମସ୍ତ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏହି ମିଶ୍ରଣ ପର୍ବ ବିଶେଷ ଗୁରୁତ୍ୱ ବହନ କରୁଥିବା ବେଳେ ତୃଣମୂଳ ସ୍ତରରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ ଓ ସକ୍ରିୟ କରିବାକୁ ନେତୃବୃନ୍ଦ ଆହ୍ୱାନ ଦେଇଛନ୍ତି । ଶତାଧିକ ନୂତନ କର୍ମୀଙ୍କ ଯୋଗଦାନ ଫଳରେ ଅଞ୍ଚଳରେ ଭାଜପାରର ସାଂଗଠନିକ ସ୍ଥିତି ବେଶ୍ ମଜଭୁତ ହୋଇଥିବା ଚର୍ଚ୍ଚା ହେଉଛି ।