ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ପୂଜା ମଣ୍ଡପ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦେବାକୁ ପଡ଼ୁଥିବା ଗ୍ରାଉଣ୍ଡ ରେଣ୍ଟ (ପଡ଼ିଆ ଭଡ଼ା)କୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜଧାନୀରେ ଆୟୋଜିତ ହେବାକୁ ଥିବା ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଏବଂ କାଳୀପୂଜା ପାଇଁ ପୂଜା କମିଟିଗୁଡ଼ିକୁ ଆଉ ଗ୍ରାଉଣ୍ଡ ରେଣ୍ଟ ଦେବାକୁ ପଡ଼ିବ ନାହିଁ। ଏହି ଗ୍ରାଉଣ୍ଡ ରେଣ୍ଟ ଛାଡ଼ ଅବଧି ଆସନ୍ତା ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ପାର୍ବଣ ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂଜା ପାଳନକୁ ଅଧିକ ଧୂମ୍ଧାମ୍ରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ପ୍ରଶଂସନୀୟ ପଦକ୍ଷେପକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଧୁବାଦ ଜଣାଯାଇଛି।