ନୀଳିଗିରି ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ; ଜଣେ ମୃତ, ଘଟଣାସ୍ଥଳରେ ପ୍ରବଳ ଉତ୍ତେଜେନା

ନୀଳଗିରି,୨୮।୧୦(ପ୍ରଶାନ୍ତ କୁମାର ବିଶ୍ବାଳ): ୧୯ ନଂ ରାଜ୍ୟ ରାଜପଥ ନୀଳଗିରି ଏନ.ଏ.ସି ଅଧିନ ବାଲିଗୋହିରି ସ୍ଥିତ ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ ହୋଇଛି । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ଗତ କିଛିଦିନ ହେବ ପେଟ୍ରୋଲ ପମ୍ପର ନବୀକରଣ କାର୍ଯ୍ଯ ଜାରି ରହିଥିବାବେଳେ ବୁଧବାର ସକାଳେ ଟାଙ୍କି କାମ ଚାଲିଥିଲା। ସେହି ସମୟରେ ହଠାତ ପେଟ୍ରୋଲ ପମ୍ପ ପାଖରେ ଥିବା ତେଲ ଟାଙ୍କି ବିସ୍ଫୋରଣ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ପେଟ୍ରୋଲ ପମ୍ପର କର୍ମଚାରୀ ବିରେନ୍ଦ୍ର ସିଂହ(୬୨)ଙ୍କ ବିସ୍ଫୋରଣରେ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ନୀଳଗିରି ପୋଲିସ ଉପସ୍ଥିତ ରହିଥିବା ବେଳେ ପ୍ରବଳ ଉତ୍ତେଜେନା ଲାଗିରହିଛି । ମୃତକଙ୍କ ଘର ରେମଣା ବ୍ଲକ ବିମ୍ବୁରିଆ ମୁଖୁରା ଗ୍ରାମରେ ବୋଲି ଜଣାପଡିଛି । ଖବର ଲେଖାଯିବା ସୁଦ୍ଧା ସ୍ଥାନୀୟ ଲୋକେ ଶବକୁ ରାସ୍ତା ଉପରେ ରଖି ବିକ୍ଷୋଭ ଜାରି ରଖିଛନ୍ତି । ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

Share