ଜିଲାପାଳଙ୍କ ବଡ଼ ନିଷ୍ପତ୍ତି, ଶୁକ୍ରବାର କଟକରେ ସ୍କୁଲ, କଲେଜ ଛୁଟି

କଟକ,୧୯ା୧୧: ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି କଟକ ଜିଲାପାଳଙ୍କ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର କଟକ ଜିଲାର ସବୁ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି। କଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜିଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।

୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଗୋପାଳପୁରଠାରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏପରିକି ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ଏପରିକି ସରକାରଙ୍କ ପକ୍ଷରୁ ବାତ୍ୟା, ବର୍ଷା ଓ ବନ୍ୟା ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି। କାର୍ତ୍ତିକ ମାସ ପଞ୍ଚକ ସମୟରେ ବାତ୍ୟା ଆସିଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ କଟକ ଜିଲାର ଧବଳେଶ୍ୱର, ସିଂହନାଥ ଓ ଭଟ୍ଟାରିକା ମନ୍ଦିର ସମେତ ଅନେକ ଧାର୍ମିକ ସ୍ଥଳରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। ସେହିପରି ଭୂସ୍ଖଳନ ଆଶଙ୍କା ଥିବାରୁ ଦାରିଙ୍ଗବାଡ଼ି-ଗାଜଲବାଡ଼ି ଏବଂ କଳିଙ୍ଗା ଘାଟିକୁ ସିଲ କରି ଦିଆଯାଇଛି।

Share