ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ବାଲେଶ୍ୱର ଡିଆର୍‌ଡିଏ ପିଡି ରାମଚନ୍ଦ୍ର ଜେନାଙ୍କୁ ଦେବଗଡ ଡିଆର୍‌ଡିଏ ପିଡି, ରବୀନ୍ଦ୍ର କୁମାର ସାହୁଙ୍କୁ ବାଲେଶ୍ୱର ଡିଆର୍‌ଡିଏ ପିଡି, ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ ଗଜପତି ଅତିରିକ୍ତ(ରାଜସ୍ବ)ଙ୍କୁ ବଦଳି ସହ ମହେନ୍ଦ୍ରଗଡସ୍ଥିତ ଛେଳିଆଗଡ଼ ଜଳସେଚନ ପ୍ରକଳ୍ପର ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପଦ୍ମନାଭ ବେହେରାଙ୍କୁ ଗଞ୍ଜାମ ଜିଲାର କୋଭିଡ୍‌ ମୁକାବିଲା ଦାୟିତ୍ୱରୁ କାଢି ନେଇ ରେଢ଼ାଖୋଲ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ଭାବେ ବଦଳି କରାଯାଇଛି। ଦେବେନ୍ଦ୍ର କୁମାର ନନ୍ଦଙ୍କୁ ସମ୍ବଲପୁର ଆର୍‌ଟିଓ, ଲଳିତ ମୋହନ ବେହେରାଙ୍କୁ ଆଠମଲ୍ଲିକ ସବ୍‌କଲେକ୍ଟର, ନିହାର ରଞ୍ଜନ କହଁରଙ୍କୁ କନ୍ଧମାଳ ସବ୍‌କଲେକ୍ଟର ଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ଅଧିକାରୀଭାବେ ବଦଳି କରାଯାଇଛି। ଅନାମ ଚରଣ ପାତ୍ର ଜୁଲାଇ ୨୪ ଓ ରଞ୍ଜିତ ପରିଡାଙ୍କର ଜୁଲାଇ ୨୬ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି। କେତେଜଣ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଅଦଳବଦଳ କରାଯାଇଛି।