ରାୟଗଡ଼ା,୧୯ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଖଣି ଖନନକୁ ବିରୋଧ କରିବାରୁ ଅଞ୍ଚଳବାସୀଙ୍କ ଉପରେ ଜୁଲମ କରୁଛନ୍ତି ମୈତ୍ରୀ କମ୍ପାନୀ କର୍ତ୍ତୃପକ୍ଷ। ଗ୍ରାମସଭା କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ବଦଳରେ କମ୍ପାନୀ କର୍ତ୍ତୃପକ୍ଷ ଗୁଣ୍ଡାରାଜ ଚଳାଇ ଲୋକଙ୍କୁ ଧମକଚମକ ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପୋଲିସ ଲଗାଇ ପୁରୁଷମାନଙ୍କୁ ଉଠାଇନେଉଛନ୍ତି। ତେଣୁ ଗାଁର ଯୁବକମାନେ ଭୟରେ ଏଣେତେଣେ ଲୁଚି ବୁଲୁଛନ୍ତି ବୋଲି ଖଣି ଅଞ୍ଚଳର ମହିଳାମାନେ କହିଛନ୍ତି। ପୋଲିସ ଗୋଡ଼ାଇବା ସମୟରେ ପଡ଼ିଯାଇ କାହାର ଅଣ୍ଟା ଭାଙ୍ଗିଯାଇଥିବାବେଳେ ଆଉ କାହାର ଗୋଡ଼ ଓ ହାତ ଭାଙ୍ଗିଯାଇଛି। ପୋଲିସ ଭୟରେ ଦୌଡ଼ିବା ସମୟରେ ଦାନାରସିଂ ମାଝିଙ୍କ ଅଣ୍ଟା ଭାଙ୍ଗିଯିବାରୁ ସେ ଏବେ ଉଷାପଡ଼ା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେପଟେ ଅନ୍ୟ ୩ ଜଣଙ୍କ ଅବସ୍ଥା ମଧ୍ୟ ଖରାପ ଥିବା କହିଛନ୍ତି ଅଞ୍ଚଳବାସୀ। ସେମାନଙ୍କ ଏହି ଦୁର୍ଦ୍ଦଶା ପାଇଁ କିଏ ଦାୟୀ ହେବ ବୋଲି ବନ୍ତେଜି, କଣ୍ଟାମାଳ, ସରାମବାଇ, ଆଲିଗୁଣା ଅଞ୍ଚଳର ମହିଳାମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ମୈତ୍ରୀ କମ୍ପାନୀ ସମ୍ପୂର୍ଣ୍ଣ ବେଆଇନ କାମ କରୁଛି ଏବଂ ପ୍ରଶାସନିକ ଅଧିକାରୀ ଏହାକୁ ସହଯୋଗ କରୁଥିବା ନାଗରିକ ସଚେତନ ଆଇନ ସହାୟତା କେନ୍ଦ୍ରର ଜିଲା ସଭାପତି ତଥା ଆଇନଜୀବୀ ରାଜୁ ମହାପାତ୍ର ଅଭିଯୋଗ କରିଛନ୍ତି। ମୈତ୍ରୀ କମ୍ପାନୀ ପେସା ଆଇନ ୧୯୯୬କୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଥିବା ସେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ମୈତ୍ରୀ କମ୍ପାନୀ ଆଇନଠାରୁ ଊର୍ଦ୍ଧ୍ୱରେ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ରାଜନେତାମାନେ ଆଦିବାସୀଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ବେଆଇନ କାମକୁ କାହିଁକି ସମର୍ଥନ କରୁଛନ୍ତି ବୋଲି ରାଜୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, କୌଣସି ପ୍ରାକୃତିକ ଉତ୍ସକୁ ବ୍ୟବହାର କରିବା ପାଇଁ ହେଲେ ପେସା ଆଇନ ୧୯୯୬ ଅନୁସାରେ ସରପଞ୍ଚଙ୍କ ମାଧ୍ୟମରେ ଗ୍ରାମସଭା, ଜନ ଶୁଣାଣି ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଅନୁମତି ଆବଶ୍ୟକ ରହିଛି। ଏସବୁ ନ କରି କେଉଁ ଉଦ୍ଦେଶ୍ୟରେ ଏହିଭଳି ବେଆଇନ କାର୍ଯ୍ୟ ଚାଲିଛି ଏବଂ ଏହାକୁ ନିର୍ବାଚିତ ପ୍ରତିନିଧି କାହିଁକି ବିରୋଧ କରୁନାହାନ୍ତି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଏନେଇ ଏକ ବଡ଼ ଜନ ଆନ୍ଦୋଳନ ତେଜିବ ବୋଲି ରାଜୁ କହିଛନ୍ତି।
ଏହି ଖଣି ଖନନ ବିବାଦକୁ ନେଇ ଜଣେ ମାଇନିଂ ଅଫିସର ଓ ପ୍ରଦୂଷଣ ବିଭାଗ ଅଧିକାରୀଙ୍କୁ ଏ ବିଷୟରେ ପଚାରିବାରୁ ନାମ ଗୋପନ ରଖି ସେ କହିଛନ୍ତି, କୌଣସି ଖଣି ଅଞ୍ଚଳ ଟେଣ୍ଡର ମାଧ୍ୟମରେ ଏକ କମ୍ପାନୀ ପାଇବା ପରେ ଉକ୍ତ ଅଞ୍ଚଳରେ ସରପଞ୍ଚଙ୍କ ଦ୍ୱାରା ଗ୍ରାମସଭା ଅନୁଷ୍ଠିତ ହେବ। ପରେ ସମସ୍ତ ଗ୍ରାମର ସହମତି ଅନୁସାରେ ସରପଞ୍ଚ ଏ ନେଇ ଜିଲାସ୍ତରୀୟ ଅଧିକାରୀଙ୍କୁ ଜଣାଇବେ। ଏହାପରେ ଜିଲାପାଳ ଜନଶୁଣାଣି ପାଇଁ ତାରିଖ ନିର୍ଦ୍ଧାରଣ କରିବା ସହ ସେଥିରେ ଯୋଗଦେବା ପାଇଁ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ସୂଚନା ଦେବେ। ଉକ୍ତ ଜନଶୁଣାଣିରେ ଆଲୋଚନା ପୂର୍ବକ ଅଞ୍ଚଳବାସୀଙ୍କ ମତାମତ ଗ୍ରହଣ କରାଯାଇଥାଏ, ଯାହାର ଏକ ଡକ୍ୟୁମେଣ୍ଟ ଓ ଭିଡିଓ କପି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟକୁ ପଠାଯାଇଥାଏ। ଏହାପରେ ସେଠାରୁ ଅନୁମତି ପୂର୍ବକ ପରିବେଶ ମଞ୍ଜୁରୀ (ଇସି) ମିଳିବା ପରେ ସମ୍ପୃକ୍ତ କମ୍ପାନୀ ମାଇନିଂ ପ୍ଲାନ୍ ଓ ଇସି ଦାଖଲ କରିଥାଏ। ଏହାପରେ ପରିବେଶ ପ୍ରଦୂଷଣ ବୋର୍ଡ ଅଧିକାରୀ ଉକ୍ତ ଅଞ୍ଚଳକୁ ଗସ୍ତକରି ସେଠାକାର ପରିବେଶ ଏବଂ ଆଖପାଖରେ ସ୍କୁଲ, ମନ୍ଦିର ଓ ବାସଗୃହ ଆଦି ରହିଛି କି ନାହିଁ ଏବଂ ଏହି ଖଣି ଖନନ ଦ୍ୱାରା ଅଞ୍ଚଳରେ କିଭଳି ପ୍ରଭାବ ପଡ଼ିବ, ସେ ସଂକ୍ରାନ୍ତରେ ତଦନ୍ତକରି ଏକ ରିପୋର୍ଟ ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବେ। ଏହାପରେ ସମ୍ପୃକ୍ତ କମ୍ପାନୀକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟରୁ ପ୍ରଥମେ କନ୍ସେଣ୍ଟ ଟୁ ଏଷ୍ଟାବ୍ଲିଶମେଣ୍ଟ (ମାଇନିଂ ପାଇଁ ରାସ୍ତା, ଯାନବାହନ ଚଳାଚଳ ଓ ଅନ୍ୟାନ୍ୟ ସୁବିଧା) କାର୍ଯ୍ୟ ପାଇଁ ଅନୁମତି ମିଳେ। ଏହି ପ୍ରକ୍ରିୟା ଶେଷକରି ରିପୋର୍ଟ ଦାଖଲ କରିବା ପରେ କନ୍ସେଣ୍ଟ ଟୁ ଅପରେଟ ଅନୁମତି ମିଳେ। ଏହା ମିଳିବା ପରେ କମ୍ପାନୀ ମାଇନ୍ସ ଖୋଳିବା ଆରମ୍ଭ କରିପାରିବ ବୋଲି ସମ୍ପୃକ୍ତ ଅଧିକାରୀମାନେ ମତ ପ୍ରକାଶ କରିଛନ୍ତି।
Posted inHome Left, ଆମ ଜିଲା ଖବର, ରାୟଗଡା View All
ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…
ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ
କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…
ନମ୍ବର ସେଭ୍ ନ କରି କରିପାରିବେ WhatsAppରେ ଚାଟ୍, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍…
ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…
କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍ବେଷ୍ଟସ୍
କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…
ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…
ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ
ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…
ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍ ଲୋନ୍? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ
ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍’ ବା ଗୃହ ଋଣ ଏକ ମୁଖ୍ୟ…
କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…
ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…
Archives

