ପେସା ଆଇନ ଉଲ୍ଲଂଘନ କରୁଛି ମୈତ୍ରୀ କମ୍ପାନୀ

ରାୟଗଡ଼ା,୧୯ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଖଣି ଖନନକୁ ବିରୋଧ କରିବାରୁ ଅଞ୍ଚଳବାସୀଙ୍କ ଉପରେ ଜୁଲମ କରୁଛନ୍ତି ମୈତ୍ରୀ କମ୍ପାନୀ କର୍ତ୍ତୃପକ୍ଷ। ଗ୍ରାମସଭା କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ବଦଳରେ କମ୍ପାନୀ କର୍ତ୍ତୃପକ୍ଷ ଗୁଣ୍ଡାରାଜ ଚଳାଇ ଲୋକଙ୍କୁ ଧମକଚମକ ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପୋଲିସ ଲଗାଇ ପୁରୁଷମାନଙ୍କୁ ଉଠାଇନେଉଛନ୍ତି। ତେଣୁ ଗାଁର ଯୁବକମାନେ ଭୟରେ ଏଣେତେଣେ ଲୁଚି ବୁଲୁଛନ୍ତି ବୋଲି ଖଣି ଅଞ୍ଚଳର ମହିଳାମାନେ କହିଛନ୍ତି। ପୋଲିସ ଗୋଡ଼ାଇବା ସମୟରେ ପଡ଼ିଯାଇ କାହାର ଅଣ୍ଟା ଭାଙ୍ଗିଯାଇଥିବାବେଳେ ଆଉ କାହାର ଗୋଡ଼ ଓ ହାତ ଭାଙ୍ଗିଯାଇଛି। ପୋଲିସ ଭୟରେ ଦୌଡ଼ିବା ସମୟରେ ଦାନାରସିଂ ମାଝିଙ୍କ ଅଣ୍ଟା ଭାଙ୍ଗିଯିବାରୁ ସେ ଏବେ ଉଷାପଡ଼ା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେପଟେ ଅନ୍ୟ ୩ ଜଣଙ୍କ ଅବସ୍ଥା ମଧ୍ୟ ଖରାପ ଥିବା କହିଛନ୍ତି ଅଞ୍ଚଳବାସୀ। ସେମାନଙ୍କ ଏହି ଦୁର୍ଦ୍ଦଶା ପାଇଁ କିଏ ଦାୟୀ ହେବ ବୋଲି ବନ୍ତେଜି, କଣ୍ଟାମାଳ, ସରାମବାଇ, ଆଲିଗୁଣା ଅଞ୍ଚଳର ମହିଳାମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ମୈତ୍ରୀ କମ୍ପାନୀ ସମ୍ପୂର୍ଣ୍ଣ ବେଆଇନ କାମ କରୁଛି ଏବଂ ପ୍ରଶାସନିକ ଅଧିକାରୀ ଏହାକୁ ସହଯୋଗ କରୁଥିବା ନାଗରିକ ସଚେତନ ଆଇନ ସହାୟତା କେନ୍ଦ୍ରର ଜିଲା ସଭାପତି ତଥା ଆଇନଜୀବୀ ରାଜୁ ମହାପାତ୍ର ଅଭିଯୋଗ କରିଛନ୍ତି। ମୈତ୍ରୀ କମ୍ପାନୀ ପେସା ଆଇନ ୧୯୯୬କୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଥିବା ସେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ମୈତ୍ରୀ କମ୍ପାନୀ ଆଇନଠାରୁ ଊର୍ଦ୍ଧ୍ୱରେ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ରାଜନେତାମାନେ ଆଦିବାସୀଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ବେଆଇନ କାମକୁ କାହିଁକି ସମର୍ଥନ କରୁଛନ୍ତି ବୋଲି ରାଜୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, କୌଣସି ପ୍ରାକୃତିକ ଉତ୍ସକୁ ବ୍ୟବହାର କରିବା ପାଇଁ ହେଲେ ପେସା ଆଇନ ୧୯୯୬ ଅନୁସାରେ ସରପଞ୍ଚଙ୍କ ମାଧ୍ୟମରେ ଗ୍ରାମସଭା, ଜନ ଶୁଣାଣି ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଅନୁମତି ଆବଶ୍ୟକ ରହିଛି। ଏସବୁ ନ କରି କେଉଁ ଉଦ୍ଦେଶ୍ୟରେ ଏହିଭଳି ବେଆଇନ କାର୍ଯ୍ୟ ଚାଲିଛି ଏବଂ ଏହାକୁ ନିର୍ବାଚିତ ପ୍ରତିନିଧି କାହିଁକି ବିରୋଧ କରୁନାହାନ୍ତି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଏନେଇ ଏକ ବଡ଼ ଜନ ଆନ୍ଦୋଳନ ତେଜିବ ବୋଲି ରାଜୁ କହିଛନ୍ତି।
ଏହି ଖଣି ଖନନ ବିବାଦକୁ ନେଇ ଜଣେ ମାଇନିଂ ଅଫିସର ଓ ପ୍ରଦୂଷଣ ବିଭାଗ ଅଧିକାରୀଙ୍କୁ ଏ ବିଷୟରେ ପଚାରିବାରୁ ନାମ ଗୋପନ ରଖି ସେ କହିଛନ୍ତି, କୌଣସି ଖଣି ଅଞ୍ଚଳ ଟେଣ୍ଡର ମାଧ୍ୟମରେ ଏକ କମ୍ପାନୀ ପାଇବା ପରେ ଉକ୍ତ ଅଞ୍ଚଳରେ ସରପଞ୍ଚଙ୍କ ଦ୍ୱାରା ଗ୍ରାମସଭା ଅନୁଷ୍ଠିତ ହେବ। ପରେ ସମସ୍ତ ଗ୍ରାମର ସହମତି ଅନୁସାରେ ସରପଞ୍ଚ ଏ ନେଇ ଜିଲାସ୍ତରୀୟ ଅଧିକାରୀଙ୍କୁ ଜଣାଇବେ। ଏହାପରେ ଜିଲାପାଳ ଜନଶୁଣାଣି ପାଇଁ ତାରିଖ ନିର୍ଦ୍ଧାରଣ କରିବା ସହ ସେଥିରେ ଯୋଗଦେବା ପାଇଁ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ସୂଚନା ଦେବେ। ଉକ୍ତ ଜନଶୁଣାଣିରେ ଆଲୋଚନା ପୂର୍ବକ ଅଞ୍ଚଳବାସୀଙ୍କ ମତାମତ ଗ୍ରହଣ କରାଯାଇଥାଏ, ଯାହାର ଏକ ଡକ୍ୟୁମେଣ୍ଟ ଓ ଭିଡିଓ କପି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟକୁ ପଠାଯାଇଥାଏ। ଏହାପରେ ସେଠାରୁ ଅନୁମତି ପୂର୍ବକ ପରିବେଶ ମଞ୍ଜୁରୀ (ଇସି) ମିଳିବା ପରେ ସମ୍ପୃକ୍ତ କମ୍ପାନୀ ମାଇନିଂ ପ୍ଲାନ୍‌ ଓ ଇସି ଦାଖଲ କରିଥାଏ। ଏହାପରେ ପରିବେଶ ପ୍ରଦୂଷଣ ବୋର୍ଡ ଅଧିକାରୀ ଉକ୍ତ ଅଞ୍ଚଳକୁ ଗସ୍ତକରି ସେଠାକାର ପରିବେଶ ଏବଂ ଆଖପାଖରେ ସ୍କୁଲ, ମନ୍ଦିର ଓ ବାସଗୃହ ଆଦି ରହିଛି କି ନାହିଁ ଏବଂ ଏହି ଖଣି ଖନନ ଦ୍ୱାରା ଅଞ୍ଚଳରେ କିଭଳି ପ୍ରଭାବ ପଡ଼ିବ, ସେ ସଂକ୍ରାନ୍ତରେ ତଦନ୍ତକରି ଏକ ରିପୋର୍ଟ ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବେ। ଏହାପରେ ସମ୍ପୃକ୍ତ କମ୍ପାନୀକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟରୁ ପ୍ରଥମେ କନ୍‌ସେଣ୍ଟ ଟୁ ଏଷ୍ଟାବ୍ଲିଶମେଣ୍ଟ (ମାଇନିଂ ପାଇଁ ରାସ୍ତା, ଯାନବାହନ ଚଳାଚଳ ଓ ଅନ୍ୟାନ୍ୟ ସୁବିଧା) କାର୍ଯ୍ୟ ପାଇଁ ଅନୁମତି ମିଳେ। ଏହି ପ୍ରକ୍ରିୟା ଶେଷକରି ରିପୋର୍ଟ ଦାଖଲ କରିବା ପରେ କନ୍‌ସେଣ୍ଟ ଟୁ ଅପରେଟ ଅନୁମତି ମିଳେ। ଏହା ମିଳିବା ପରେ କମ୍ପାନୀ ମାଇନ୍ସ ଖୋଳିବା ଆରମ୍ଭ କରିପାରିବ ବୋଲି ସମ୍ପୃକ୍ତ ଅଧିକାରୀମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଚାଳକଙ୍କୁ ଚାପି ଦେଇ ଗଛରେ ପିଟିହେଲା ହାଇଓ୍ବା

ବୌଦ୍ଧ,୨୯ା୧୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଚାରିଛକ କୁସଙ୍ଗ ପୂର୍ତ୍ତ ରାସ୍ତାର ଏକତାଳଠାରେ ସୋମବାର ସକାଳେ ଏକ ହାଇଓ୍ବା ଧକ୍କାରେ ମୋଟରସାଇକେଲ ଚାଳକଙ୍କ...

ମୃତ ଶିଶୁର ଚିକିତ୍ସା ପାଇଁ ଜିଲା ଚିକିତ୍ସାଳୟକୁ ପଠାଇଲେ ଡାକ୍ତର, ଆଉ ତା’ ପରେ…

ପାରଳାଖେମୁଣ୍ଡି,୨୯ା୧୨ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଜଣଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ତାକୁ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri