ମହିନ୍ଦ୍ରାର ନ୍ୟୁ ବୋଲେରୋ ମ୍ୟାକ୍ସ ପିକ୍‌-ଅପ୍‌

ଭୁବନେଶ୍ୱର,୧୨।୮:ଦେଶର ପ୍ରମୁଖ ଅଟୋଶିଳ୍ପ ‘ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା’ (ଏମ୍‌ ଆଣ୍ଡ ଏମ୍‌) ଲିମିଟେଡ୍‌ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ବେଲୋରୋ ମ୍ୟାକ୍ସ ପିକ୍‌-ଅପ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି କମ୍ପାନୀର ବୋଲେରୋ ମ୍ୟାକ୍ସ ପିକ୍‌ଅପ୍‌ ସିଟି-୩୦୦୦ ବ୍ରାଣ୍ଡକୁ ମଧ୍ୟ ଉନ୍ମୋଚନ କରାଯାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୭,୬୮,୦୦୦ ଟଙ୍କାରୁ ଆରମ୍ଭ ହୋଇଛି (ଏକ୍ସ ଶୋ’ରୁମ୍‌) ଓ ଏହା ୨୫ ହଜାର ଟଙ୍କାର ଡାଉନ୍‌ ପେମେଣ୍ଟ ଓ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍‌ ସହ ମଧ୍ୟ ଉପଲବ୍ଧ ହେଉଛି।
ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ‘ଉତ୍କଳ ଅଟୋମୋବାଇଲ୍ସ ପ୍ରା.ଲି. ପରିସରରେ ଏହାର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ଅଟୋମୋବାଇଲ୍ସର ଜିଏମ୍‌ (ସେଲ୍‌ସ) ଶୁଭେନ୍ଦୁ ପଟ୍ଟନାୟକ, ବିଡିଏମ୍‌ (ସେଲ୍‌ସ) ପ୍ରସନ୍ନ କୁମାର ମଲ୍ଲିକ ଏବଂ ଏମ୍‌ ଆଣ୍ଡ ଏମ୍‌ର ଏଏସ୍‌ଏମ୍‌ ମନୋଜ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଏହାର ଉନ୍ମୋଚନ କରାଯାଇଥିଲା।
ଏଥିରେ ଆଇମ୍ୟାକ୍ସ ଟେଲିମେଟିକ୍ସ ସମାଧାନ ରହିଛି, ଯାହା ବ୍ୟବସାୟ ଦକ୍ଷତାରେ ଉନ୍ନତି ଆଣିବା ସହ ମାନସିକ ଶାନ୍ତି ପ୍ରଦାନ କରିବ। ଏଥିରେ ଉଚ୍ଚତା ବଦଳାଇ ହେଉଥିବା ଡ୍ରାଇଭର ସିଟ୍‌, ଟର୍ନ ସେଫ୍‌ ଲାଇଟ୍‌, ଅଧିକ ଲେଗ୍‌ ରୁମ୍‌ ଭଳି ସୁବିଧା ମଧ୍ୟ ରହିଛି। ଏହାର ଏମ୍‌୨ଡିଆଇ ଇଞ୍ଜିନ ଲିଟର ପିଛା ୧୭.୨ କି.ମି. ମାଇଲେଜ୍‌ ପ୍ରଦାନ କରୁଥିବାବେଳେ ପ୍ରାୟ ୧୩୦୦ କେଜିର ଅଧିକ ଅପ୍‌ଲୋଡ୍‌ କ୍ଷମତା ରହିଛି। ଉନ୍ନତ ଲୋଡିଂ ପାଇଁ ଏଥିରେ ଆର୍‌୧୫ ଟାୟାର ବ୍ୟବହାର କରାଯାଇଛି।