ମହିମା ଗୋସେଇଁ

ଡ. ଉଦ୍ଧବ ଚରଣ ନାୟକ

ମହିମା ଗୋସେଇଁ ବା ମହିମା ସ୍ବାମୀ ହେଉଛନ୍ତି ଓଡ଼ିଶାର ନିଜସ୍ବ ଧର୍ମ ମହିମା ଧର୍ମର ପ୍ରାଣପ୍ରତିଷ୍ଠାତା। ତାଙ୍କର ମାତାପିତା, ଜନ୍ମ ସମୟ ଓ ଜନ୍ମସ୍ଥାନ ସମ୍ପର୍କରେ କୌଣସି ସଠିକ୍‌ ତଥ୍ୟ ପ୍ରାପ୍ତ ନ ହୋଇ ମହିମା ଧର୍ମର ସାଧୁ, ସନ୍ନ୍ୟାସୀ ଓ ଭକ୍ତମାନେ ତାଙ୍କୁ ଅଯୋନିସମ୍ଭୂତ ଭାବରେ ଆଖ୍ୟାୟିତ କରନ୍ତି। ହେଲେ ଗବେଷକମାନେ ଏଥିରେ ଏକମତ ନୁହନ୍ତି। ପ୍ରଫେସର ଘନଶ୍ୟାମ ଦାଶଙ୍କ ମତରେ, ମହିମା ସ୍ବାମୀଙ୍କର ସର୍ବପ୍ରଥମେ ୧୮୨୬ରେ ଆବିର୍ଭାବ ଘଟିଥିଲା ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡରେ ଧୂଳିଆ ଗୋସେଇଁ ଭାବରେ। ଏହାପରେ ମହିମା ସ୍ବାମୀ ଭୁବନେଶ୍ୱର ନିକଟସ୍ଥ ଖଣ୍ଡଗିରି ପାହାଡ଼କୁ ଚାଲିଆସି ଏଠାରେ ଜଙ୍ଗଲ ସଫା କରି ଗୋଟିଏ ନିଭୃତ ସ୍ଥାନରେ ଆତ୍ମଯୋଗ ସମାଧିରେ ଅବସ୍ଥାନ କରିଥିଲେ। ବରମୁଣ୍ଡା ଗ୍ରାମର ଜନୈକ ଧର୍ମପ୍ରାଣ ବ୍ୟକ୍ତି ଭାଗ୍ୟଧର ଦଳେଇ ତାଙ୍କୁ ପ୍ରତ୍ୟହ ନିର୍ମଳ ଜଳ ଯୋଗାଇଥିଲେ। ତେଣୁ ତାଙ୍କୁ ‘ନିରାହାରୀ ଗୋସେଇଁ’ ବୋଲି କୁହାଯାଉଥିଲା।
ଖଣ୍ଡଗିରିଠାରେ ମହିମା ସ୍ବାମୀ ପ୍ରାୟ ବାରବର୍ଷ କାଳ ଅତିବାହିତ କରିଥିବାର ଜଣାଯାଏ। ବାରବର୍ଷ ସମ୍ପୂର୍ଣ୍ଣ ହେଉଥିବା ସମୟରେ ଇଂରେଜ ଅଧିକାରୀ ଫର୍ଗୁସନ ସେହି ସ୍ଥାନକୁ ୧୮୩୬ରେ ପରିଦର୍ଶନ ପାଇଁ ଯାଇଥିଲେ। ସେ ଦେଖିଲେ, ମହିମା ସ୍ବାମୀଙ୍କ ସମେତ ତାଙ୍କର ଭକ୍ତମାନେ କେତେଗୁଡ଼ିଏ ମୁଖ୍ୟ ଗୁମ୍ଫା ଅଧିକାର କରି ନେଇଛନ୍ତି। ଏହାପରେ ୧୮୩୭-୩୮ ମସିହାରେ ଲେପ୍ଟନାଣ୍ଟ କିଟୋ ଖଣ୍ଡଗିରି ପାହାଡ଼ ସର୍ଭେ ନିମନ୍ତେ ଆସି ସେଠାରେ ପହଞ୍ଚତ୍ଲେ। ଫଳରେ ମହିମା ଗୋସେଇଁଙ୍କ ସାଧନାରେ ବ୍ୟାଘାତ ଘଟିଲା। ଏଣୁ ମହିମା ଗୋସେଇଁ ୧୮୩୮ରେ ଖଣ୍ଡଗିରି ତ୍ୟାଗ କରି କଟକ ପଳାଇଗଲେ। କଟକଠାରେ ଗୋଟିଏ ରାତ୍ରି ରହିବା ପରେ ଢେଙ୍କାନାଳର ସୁରମ୍ୟ ଗିରି କପିଳାସ ଯାତ୍ରା କଲେ। କପିଳାସରେ ସେ ଦୀର୍ଘ ଚବିଶବର୍ଷ କାଳ ଅବସ୍ଥାନ କରିଥିବାର ଜଣାଯାଏ। ପ୍ରଥମ ବାରବର୍ଷ ସେ ବଣର ଫଳ ଆହାର କରିଥିବାରୁ ତାଙ୍କୁ ‘ଫଳାହାରୀ ଗୋସେଇଁ’ ବୋଲି କୁହାଯାଉଥିଲା। ଏହି ଫଳ କପିଳାସ ପାହାଡ଼ର ନିମ୍ନ ଦେଶରେ ଥିବା ‘ଦେଓଗଁା’ ଗ୍ରାମର ଜନୈକ ଆଦିବାସୀ ସଦାନନ୍ଦ ମହିମା ଗୋସେଇଁଙ୍କୁ ପ୍ରତ୍ୟହ ଯୋଗାଉଥିଲେ। ଦ୍ୱିତୀୟ ବାରବର୍ଷ ସେ କେବଳ କ୍ଷୀରପାନ କରି ସମୟ ଅତିବାହିତ କରୁଥିଲେ। ପ୍ରତ୍ୟହ ନୂତନ ମୃତ୍ତିକା ଭାଣ୍ଡରେ ତତ୍କାଳୀନ ଢେଙ୍କାନାଳ ରାଜା ଭଗୀରଥ ମହୀନ୍ଦ୍ର ବାହାଦୁର କ୍ଷୀର ଯୋଗାଉଥିବାର ଜଣାଯାଏ। ଫଳରେ ଏହି ସମୟରେ ତାଙ୍କୁ ‘କ୍ଷୀରାହାରୀ ଗୋସେଇଁ’ ବୋଲି କୁହାଯାଉଥିଲା। କପିଳାସଠାରେ ଅବସ୍ଥାନ କାଳରେ ମହିମା ଗୋସେଇଁ ଗୋବିନ୍ଦ ବାବା ନାମକ ଜଣେ ବ୍ୟକ୍ତିଙ୍କୁ ମହିମା ଧର୍ମରେ ଦୀକ୍ଷିତ ଓ ସନ୍ନ୍ୟାସୀ ଭାବରେ ଅଭିହିତ କରି ଓଡ଼ିଶାର ପଶ୍ଚିମାଞ୍ଚଳକୁ ଧର୍ମ ପ୍ରଚାର ପାଇଁ ପଠାଇ ଦେଇଥିଲେ।
୧୮୬୨ରେ ମହିମା ଗୋସେଇଁ ଦାରୁଠେଙ୍ଗ (ଖୋର୍ଦ୍ଧା)କୁ ଚାଲିଆସିଲେ। ତାଙ୍କ ସହିତ ଆସିଲେ ତାଙ୍କର ପ୍ରଥମ ସନ୍ନ୍ୟାସୀ ଶିଷ୍ୟ ଗୋବିନ୍ଦ ବାବା। ଏଠାରେ ଦୁହେଁ ବସି ମହିମା ଧର୍ମର ନୀତିନିୟମ ପ୍ରଣୟନ କଲେ। ”ମହିମା ଧର୍ମରେ ମୂର୍ତ୍ତିପୂଜା ନିଷେଧ। ସ୍ବୟଂ ଅବ୍ୟକ୍ତ ଅଲେଖ ବ୍ରହ୍ମ ହେଉଛନ୍ତି ଏକମାତ୍ର ଉପାସ୍ୟ। ଜାତିଭେଦ ବର୍ଜନ। ସକଳ ଶ୍ରେଣୀର ଲୋକଙ୍କର ଅଲେଖ ବ୍ରହ୍ମଙ୍କୁ ଉପାସନା କରିବାର ସମାନ ଅଧିକାର। ସତ୍ୟ, ଅହିଂସା ହେଉଛି ଏହି ନୂତନ ଧର୍ମର ମୂଳନୀତି।“ ନୂତନ ଧର୍ମ ‘ମହିମା ଧର୍ମ’ ଭାବରେ ସ୍ବୀକୃତି ଲାଭ କଲା। ଏହି ଧର୍ମର ବାଣୀ ପ୍ରଚାର କରିବା ପାଇଁ ଏଠାରେ ସନ୍ନ୍ୟାସୀ ଶ୍ରେଣୀ ସୃଷ୍ଟି ହେଲା। ଏଠାରେ ୭ ଜଣଙ୍କୁ ସନ୍ନ୍ୟାସୀ ଧର୍ମରେ ଦୀକ୍ଷିତ କରାଗଲା। ସେମାନେ ହେଲେ, କଟକ ସାଇଲୋ ଥାନା ଅନ୍ତର୍ଗତ ବ୍ରାହ୍ମଣବସ୍ତି ଗ୍ରାମର ଭଗବାନ ଦାସ, ଅନ୍ଧାରୁଆର କୃଷ୍ଣ ଦାସ ଓ ଭାଇଗ ଦାସ, ଦାରୁଠେଙ୍ଗର ମାଧବ ଦାସ, କୃପାସିନ୍ଧୁ ଦାସ, ଅଚ୍ୟୁତ ଦାସ ଓ ବୌଦ୍ଧର ନରସିଂହ ଦାସ। ମହିମା ଧର୍ମର ନୀତିନିୟମ ପ୍ରଣୀତ ହେବା ପରେ ମହିମା ଗୋସେଇଁଙ୍କ ଆଦେଶରେ ନରସିଂହ ଦାସ ୯୧ଜଣଙ୍କୁ ବଳ୍‌କଳ ପ୍ରଦାନ କରି ସନ୍ନ୍ୟାସୀ ଶ୍ରେଣୀ ସୃଷ୍ଟି କଲେ ବାଙ୍କୀର ମାଳବିହାରପୁର ମହିମାଧୁନି ମନ୍ଦିରଠାରେ। ଏହି ୯୧ଜଣଙ୍କ ମଧ୍ୟରୁ ମହିମା ଗୋସେଇଁ ୬୪ ଜଣଙ୍କୁ ସିଦ୍ଧ ଭାବରେ ଆଖ୍ୟାୟିତ କଲେ। ସେହିପରି ଢେଙ୍କାନାଳର ଜକା ମହିମାଶ୍ରମଠାରେ ମହିମା ଗୋସେଇଁଙ୍କ ଆଦେଶରେ ବାଞ୍ଛାନିଧି ବାବା ୬୦ଜଣଙ୍କୁ କୌପୀନ ପ୍ରଦାନ କଲେ। ମହିମା ଗୋସେଇଁ ସେମାନଙ୍କ ମଧ୍ୟରୁ ୩୪ ଜଣଙ୍କୁ ସିଦ୍ଧ ଭାବରେ ଆଖ୍ୟାୟିତ କରିଥିଲେ। ଏହି ସନ୍ନ୍ୟାସୀମାନଙ୍କ ଦ୍ୱାରା ମହିମା ଧର୍ମ ଦ୍ରୁତଗତିରେ ପ୍ରଚାରିତ ହେବାରେ ଲାଗିଲା। ଏହି ଅବସରରେ ମହିମା ଗୋସେଇଁ ରେଢ଼ାଖୋଲର କାଙ୍କଣପଡ଼ା ଜଙ୍ଗଲରେ ଥିବା କୂପ ମଧ୍ୟରୁ ଭୀମ ଭୋଇଙ୍କୁ ଉଦ୍ଧାର କରି ମହିମା ଧର୍ମରେ ଦୀକ୍ଷିତ ପୂର୍ବକ ଦିବ୍ୟଜ୍ଞାନ ପ୍ରଦାନ କରି ମହିମା ଧର୍ମ ସମ୍ପର୍କରେ ଓ ଧର୍ମର ନୀତିନିୟମ ସମ୍ପର୍କରେ ଭଜନ, ଜଣାଣ, ଚଉତିଶା, ସ୍ତୁତି ଆଦି ରଚନା କରିବା ପାଇଁ ଆଜ୍ଞା ପ୍ରଦାନ କଲେ। ମହିମା ଧର୍ମ ଦ୍ରୁତଗତିରେ ପ୍ରଚାର ହେଲା। ଏହା ହୋଇଗଲା ଲୋକଧର୍ମ ବା ଗଣଧର୍ମ।
ମହିମା ଗୋସେଇଁ ଧର୍ମପ୍ରଚାର କରି ୧୮୭୬ରେ ଯୋରନ୍ଦା ମହିମାଶ୍ରମଠାରେ ଇହଲୀଳା ସାଙ୍ଗକଲେ। ସେ ଯୋରନ୍ଦା ମହିମା ଆଶ୍ରମଠାରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀରେ ମେଳା ମହୋତ୍ସବ ଅନୁଷ୍ଠିତ କରୁଥିବାରୁ ତାଙ୍କର ସ୍ବର୍ଗପ୍ରାପ୍ତି ପରେ ସେହିଦିନରେ ଯୋରନ୍ଦାଠାରେ ମହିମା ମେଳା ଅନୁଷ୍ଠିତ ହେଉଅଛି। ମହିମା ଗୋସେଇଁଙ୍କ ସମାଧି ମନ୍ଦିର ଏଠାରେ ବିଦ୍ୟମାନ। ତାହା ମହିମା ଗାଦି ମନ୍ଦିର ଭାବରେ ଖ୍ୟାତ।
ମୋ: ୯୪୩୮୨୯୯୧୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri