ଟେନିସ ତାରକାଙ୍କ ପ୍ରେମରେ ପଡି ଚର୍ଚ୍ଚାକୁ ଆସିଥିଲେ ମହିମା

ମୁମ୍ବାଇ: ବଲିଉଡ୍ ନାୟିକା ମହିମା ଚୌଧୁରୀ ରବିବାର ତାଙ୍କର ୪୭ ତମ ଜନ୍ମଦିନ ପାଳନ କରିଛନ୍ତି । ଆଜି ସେ ବଡ ପରଦାଠାରୁ ଦୂରେଇ ଥିଲେ ବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ଘର କରି ରହିଛନ୍ତି । ୯୦ ଦଶକର ଏହି ନାୟିକା କିଛି ହିଟ୍ ଫିଲ୍ମ ଭେଟି ଦେଇଥିବା ବେଳେ କାହିଁକି ବଡ ପରଦାରୁ ମୁହଁ ଫେରାଇ ନେଲେ ତାହା ଆଜିବି ଅନେକଙ୍କ ମନରେ ପ୍ରଶ୍ନବାଚୀ ହୋଇ ରହିଯାଇଛି । ମିସ୍ ଇଣ୍ଡିଆ ଟାଇଟଲ ଜିତିବା ପରେ ମହିମା ଟେଲିଭିଜନ ବିଜ୍ଞାପନରୁ କାମ ଆରମ୍ଭ କରିଥିଲେ । ୯୦ ଦଶକରେ ମହିମାଙ୍କ ପେପ୍ସି ବିଜ୍ଞାପନ ଖୁବ୍ ଲୋକପ୍ରିୟ ହୋଇଥିଲା । ଏଥିରେ ସେ ଆମିର ଖାଁ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ନଜର ଆସିଥିଲେ । ୧୯୯୭ରେ ବଲିଉଡ୍‌ରେ ଡେବ୍ୟୁ କଲେ ମହିମା । ସୁଭାଷ ଘାଇଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପରଦେଶ’ ରେ ସେ ଶାହାରୁଖ ଖାଁଙ୍କ ନାୟିକା ଭାବେ ଦେଖାଦେଲେ । ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ବି ହେଲା । ଏହାପରେ ସେ ଦାଗ: ଦ ଫାୟାର, ପ୍ୟାର କୋଇ ଖେଲ ନେହିଁ, କୁରୁକ୍ଷେତ୍ର, ୟେ ତେରା ଘର ୟେ ମେରା ଘର ଓ ଓମ ଜୟଜଗଦିଶ ଭଳି ଫିଲ୍ମରେ ନଜର ଆସିଥିଲେ । ଏହାରି ଭିତରେ ମହିମାଙ୍କ ରିଲେସନଶିପକୁ ନେଇ ହୋଇଥିଲା ଚର୍ଚ୍ଚା । ଟେନିସ ତାରକା ଲିୟଣ୍ଡର ପେସଙ୍କ ସହ ଡେଟିଂରେ ଚାଲିଲେ ମହିମା । ହେଲେ କିଛିଦିନ ପରେ ଏଥିରେ ଆସିଲା ଫାଟ । ଉଭୟ ହୋଇଗଲେ ଅଲଗା । ଏହାପରେ ୨୦୦୬ରେ ମହିମା ଆର୍କିଟେକ୍ଟ ତଥା ବିଜନେସ୍ ମ୍ୟାନ ବବି ମୁଖାର୍ଜୀଙ୍କୁ ଲୁଚିଛପି ବିବାହ କଲେ ବୋଲି କୁହାଯାଏ । ଆଉ ବିବାହର ଖୁବ୍ କମ୍ ଦିନ ଭିତରେ ସେ ଗର୍ଭବତୀ ଥିବା ଜଣାଇଲେ । ଆଲୋଚନା ହେଲା କି ବିବାହ ପୂର୍ବରୁ ସେ କୁଆଡେ ଗର୍ଭବତୀ ହୋଇଯାଇଥିଲେ । ଯାହାହେଉ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେବାର କିଛିଦିନ ପରେ ସେ ବବିଙ୍କଠାରୁ ଅଲଗା ହୋଇଗଲେ । ଏବେ ସେ ସିଙ୍ଗଲ ମଦର ଭାବେ ଝିଅ ଆରିୟାନା ସହ ରହୁଛନ୍ତି । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥିବା ମହିମା ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାଆନ୍ତି ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri