ମୁମ୍ବାଇରେ ମହେଶ୍ୱରଙ୍କ ମୃତ୍ୟୁ: ଶୋକସନ୍ତପ୍ତ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କଲେ ଛତ୍ରପୁର ବିଧାୟକ

ଗଞ୍ଜାମ, ୧୬।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ ବୋରିଗାଁ ଗ୍ରାମର ମହେଶ୍ୱର ନାହାକଙ୍କ ମୁମ୍ବାଇରେ କାର୍ଯ୍ୟରତ ଥିବା ସମୟରେ ହଠାତ୍ ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ବୋରିଗାଁ ଗ୍ରାମରେ ପହଞ୍ଚି ମୃତ ମହେଶ୍ୱରଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

ଏହି ଅବସରରେ ବିଧାୟକ ଶ୍ରୀ ନାୟକ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ଏବଂ ନିଜସ୍ୱ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥିସହ ଆଗାମୀ ଦିନରେ ଆବଶ୍ୟକ ସ୍ଥଳେ ପରିବାରକୁ ଯଥାସମ୍ଭବ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।

ବିଧାୟକଙ୍କ ବୋରିଗାଁ ଗସ୍ତ ସମୟରେ ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଏବଂ ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ। ଜଣେ ଗରିବ ପରିବାରର ଦୁଃଖ ସମୟରେ ବିଧାୟକଙ୍କ ଏଭଳି ତତ୍କାଳୀନ ପଦକ୍ଷେପ ଓ ମାନବିକତା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ତାଙ୍କର ବେଶ୍ ପ୍ରଶଂସା କରିଛନ୍ତି।

Dharitri – Odisha’s No.1 Odia Daily

Share