ବିଜେଡିରେ ଯୋଗଦେଲେ ମହେନ୍ଦ୍ର ବଢ଼େଇ

ଭୁବନେଶ୍ବର,୧୮ା୧୧(ବ୍ୟୁରୋ): ସ୍ବେଚ୍ଛାକୃତ ଅବସର ନେଇଥିବା ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ ଗୁରୁବାର ବିଜେଡିରେ ଯୋଗଦେଇଛନ୍ତି। ପୂର୍ବାହ୍ନରେ ନବୀନ ନିବାସରେ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଢ଼େଇଙ୍କ ସମେତ ତାଙ୍କ ସମର୍ଥକମାନଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ସ୍ବେଚ୍ଛାକୃତ ଅବସର ନେଇଥିବା ମହେନ୍ଦ୍ର ବରଗଡ଼ ପଦ୍ମପୁର ଅଞ୍ଚଳରେ ଜଣେ ଭଲ ସଙ୍ଗଠକ ଭାବେ ମଧ୍ୟ ଜଣାଶୁଣା। ବିଜେଡିରେ ଯୋଗଦେବା ପରେ ମହେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ କର୍ମୀ ହିସାବରେ ତାହା ପାଳନ କରିବେ। ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନରେ ପ୍ରାର୍ଥୀ ହେବା ତାଲିକାରେ ବଢ଼େଇଙ୍କ ନାଁ ଥିବା ନେଇ ଜୋର୍‌ଦାର ଚର୍ଚ୍ଚା ହୋଇଥିଲା।