ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ ପ୍ରସାରଣ ଜରୁରୀ।
ପୁସ୍ତକର ବିପଣନ ତଥା ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବାର ଏକ ମାଧ୍ୟମ ହେଉଛି ପୁସ୍ତକ ପ୍ରଦର୍ଶନୀ ବା ବହିମେଳା। ଏହା ଜ୍ଞାନ ପିପାସା ଓ ଜିଜ୍ଞାସାର ମହାଯଜ୍ଞ। ସାହିତ୍ୟ ସହ ପାଠକକୁ ଯୋଡ଼ିବା ନିମନ୍ତେ ଏକ ସାଂସ୍କୃତିକ ମେଳଣ। ସୁସ୍ଥ ସମାଜ ଗଠନ ପାଇଁ ପୁସ୍ତକ ଏକ ମୂଲ୍ୟବାନ୍‌ ପୁଞ୍ଜି। ତା’ର ପ୍ରସାରଣ ଉପରେ ନିର୍ଭରକରେ ଦେଶ ଜାତିର ବୌଦ୍ଧିକ ବିକାଶ। ଏହାକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ ହେଉଛି ପୁସ୍ତକ ପ୍ରଦର୍ଶନୀ।
ଆମ ରାଜ୍ୟରେ ପୁସ୍ତକ ପ୍ରଦର୍ଶନୀ କହିଲେ ଆଗେ ଭୁବନେଶର ପୁସ୍ତକମେଳାକୁ ବୁଝାଉଥିଲା, ଯାହା ୧୯୮୫ ଜୁନ୍‌ ୨ ତାରିଖରେ ଆରମ୍ଭ ହୋଇଥିଲା ନ୍ୟାଶନାଲ ବୁକ୍‌ ଟ୍ରଷ୍ଟ ଓ ଲେଖକ ସାମ୍ମୁଖ୍ୟର ମିଳିତ ପ୍ରୟାସରେ। ଏହାର ଲୋକପ୍ରିୟତାକୁ ଦେଖି ପରବର୍ତ୍ତୀ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସଂଗଠନ ପକ୍ଷରୁ ଆୟୋଜନ ହେଲା ଛୋଟ ବଡ଼ ଅନେକ ପୁସ୍ତକମେଳା। କେବଳ ରାଜଧାନୀରେ ଭୁବନେଶର ପୁସ୍ତକ ମେଳା,ରାଜଧାନୀ ପୁସ୍ତକ ମେଳା (୨୦୦୦), କଳିଙ୍ଗ ପୁସ୍ତକମେଳା(୨୦୦୪), ଏକାମ୍ର ପୁସ୍ତକ ମେଳା (୨୦୧୧) ନାମରେ ଚାରିଟି ବଡ଼ ବଡ଼ ପୁସ୍ତକମେଳା ଆୟୋଜନ ହେଲା ଭିନ୍ନ ଭିନ୍ନ ସମୟରେ।
ରାଜଧାନୀର ଏହି ଚାରୋଟି ଯାକ ମେଳାକୁ ମିଶାଇ ଗୋଟିଏ ବିଶ୍ବସ୍ତରୀୟ ପୁସ୍ତକମେଳା ଆୟୋଜନ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଲେ (୨୦୧୮) ଏବଂ ତଦନୁଯାୟୀ ଓଡ଼ିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘର ସହଯୋଗରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହେଲା ରାଜ୍ୟ ପୁସ୍ତକ ମହୋତ୍ସବର ପ୍ରଥମ ସଂସ୍କରଣ ‘ଅକ୍ଷର’- ୨୦୧୯। ସେହି କ୍ରମରେ ଏଥର ଗତ ୬ ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ତା’ର ଷଷ୍ଠ ସଂସ୍କରଣ ପୁସ୍ତକ ମହୋତ୍ସବ -୨୦୨୫।
ପୁସ୍ତକ ମେଳା ହେଉଛି ଏକ ଜ୍ଞାନଯଜ୍ଞ,ଯାହା ଜ୍ଞାନ କର୍ମକୁ ଦେଖାଏ ଠିକ୍‌ ରାସ୍ତା। ପୁସ୍ତକ ମେଳାରେ ଦେଶ ବିଦେଶର ବହୁ ପ୍ରକାଶକ ଯୋଗଦିଅନ୍ତି ଏବଂ ଏଠାରେ ଉପଲବ୍ଧ ହୁଏ ସବୁ ବର୍ଗର ପାଠକଙ୍କ ପାଇଁ ଉପାଦେୟ ବହି, ଯାହା ଏକକାଳୀନ ମିଳିବା ସମ୍ଭବ ନୁହେଁ ବଡ଼ ବଡ଼ ବହି ଦୋକାନରେ। ପୁସ୍ତକ ମେଳାରେ ପ୍ରକାଶକଙ୍କ ପକ୍ଷରୁ ଅତିରିକ୍ତ ରିହାତି ଦିଆଯାଏ, ଯାହା ଗ୍ରାହକମାନଙ୍କ ପାଇଁ ବିଶେଷ ଆକର୍ଷଣ। ଏଥିସହ ଏଠାରେ ଗ୍ରାହକଙ୍କୁ ମିଳୁଥିବା ଅତିରିକ୍ତ ରିହାତି ମଧ୍ୟ ତା’ର ଏକ ବିଶେଷ ଆକର୍ଷଣ। କଥାରେ ଅଛି ଘୋର କୀର୍ତ୍ତନ ବେଳେ ମୂକ ବି ଆଁ କରିଦିଏ କିଛି ଗାଇବା ପ୍ରୟାସରେ। ହାତ ପାହାନ୍ତାରେ ଓ ରିହାତି ଦରରେ ଦୁର୍ଲଭ ବହି ଉପଲବ୍ଧ ହେଉଥିବାରୁ ନ କିଣିବା ଲୋକ ବି ଇଚ୍ଛାକରେ ମନପସନ୍ଦର କିଛି ବହି କିଣିନେବା ପାଇଁ।
ଲେଖକ ଯେମିତି ଶବ୍ଦ ବିନ୍ଧାଣି, ପ୍ରକାଶକ ସେମିତି ଐତିହ୍ୟର ସଂରକ୍ଷକ। ପାଠକ ହେଉଛି ଲେଖକର ପ୍ରେରଣା। ଏହି ୩ ଜଣଙ୍କୁ ଏକାଠି କରିବା ପାଇଁ ପୁସ୍ତକମେଳା ଏକ ସାଂସ୍କୃତିକ ମେଳଣ। ଏହି ମେଳଣ ପ୍ରତି ଜିଜ୍ଞାସୁ ପାଠକର ଆକର୍ଷଣ ବେଶି। ବହିମେଳା ସମୟକୁ ସେ ଉତ୍କଣ୍ଠାର ସହ ଅପେକ୍ଷାକରି ରହିଥାଏ ମନପସନ୍ଦର ବହି କିଣିବା ପାଇଁ। ପୁସ୍ତକ ମେଳା ତାକୁ ଆଣିଦିଏ ଭାବ ବିନିମୟର ସୁଯୋଗ। ଏଠାରେ ପ୍ରକାଶକ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିପାରେ ପାଠକ। ସାହିତ୍ୟ ପ୍ରତି ପାଠକକୁ ଆକର୍ଷିତକରିବା ଏବଂ ଏକ ସାହିତି୍ୟକ ପରିବେଶ ମାଧ୍ୟମରେ ବୌଦ୍ଧିକ ଚେତନାର ପରିବର୍ତ୍ତନ ଆଣିବା ପୁସ୍ତକମେଳାର ପ୍ରଧାନ ଲକ୍ଷ୍ୟ। ତେଣୁ ଏଠାରେ ପ୍ରତିଦିନ ଆୟୋଜନ ହୁଏ ସାରସତ ଆସର। ଏ ଆସର କବିତାର, ଗଳ୍ପର, ଉପନ୍ୟାସର, ଆଲୋଚନା ଓ ପଠନର। ଏଠାକୁ ଆମନ୍ତ୍ରିତ ହୋଇଆସନ୍ତି ଲବ୍ଧ ପ୍ରତିଷ୍ଠିତ କବି,ଲେଖକ,ଗବେଷକ,ସମାଲୋଚକ, ସ୍ତମ୍ଭକାର ଓ ଭିନ୍ନଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବିଶେଷଜ୍ଞମାନେ। ସାହିତ୍ୟମୁଖର ହୋଇଉଠେ ପୁସ୍ତକମେଳାର ପ୍ରତିଟି ସନ୍ଧ୍ୟା। ଭାଷା,ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ଆଲୋଚନା ସାଙ୍ଗକୁ ଆୟୋଜିତ ହୁଏ କବିତାପାଠ, କବି ସମ୍ମିଳନୀ, ଶିଶୁମେଳା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ଗୋଟିଏ ମଞ୍ଚରେ ଲେଖକ,ପାଠକ, ପ୍ରକାଶକ,ବିକ୍ରେତା,ମୁଦ୍ରାକର, ଚିତ୍ରଶିଳ୍ପୀ ପ୍ରମୁଖ ଏକାଠି ହୋଇ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରନ୍ତି ଏବଂ ଖୋଜନ୍ତି ତା’ର ସମାଧାନର ସୂତ୍ର।
କେବଳ ସାହିତ୍ୟ ସମ୍ପର୍କିତ ସମସ୍ୟା ନୁହେଁ, ଆଲୋଚନା ହୁଏ ଏକ ବୃହତର ସମାଜ ସଂସ୍କୃତି କଥା। ପୁସ୍ତକ ମେଳା ସହ ଯୋଡ଼ିହୋଇ ରହିଛି ପୂଜ୍ୟପୂଜା ପରମ୍ପରା। ଏଠାରେ ବିଶିଷ୍ଟ କବି, ଲେଖକ, ପ୍ରକାଶକ ତଥା ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ, ସମ୍ମାନିତ କରିବା ସହ ଲୋକାର୍ପଣ ହୁଏ ଅନେକ ନୂଆ ନୂଆ ବହି। ଗାଁ ପରିମଳ ଧୋବା ତୁଠରୁ ନ୍ୟାୟରେ ପୁସ୍ତକ ମେଳାରୁ ଜାଣିହୁଏ ଗୋଟିଏ ବର୍ଷରେ ପ୍ରକାଶ ପାଉଥିବା ବହିର ପରିମାଣ ଏବଂ ପାଠକୀୟ ଆଦୃତିର ସ୍ତର। ସମ୍ପ୍ରତି ରାଜ୍ୟ ପୁସ୍ତକ ମହୋତ୍ସବକୁ ଦେଖିଲେ ମନେହୁଏ ଯେଉଁ ପରିମାଣରେ ଆଙ୍ଗିକ ଚାକଚକ୍ୟ ବଢ଼ିଛି, ସେହି ମାତ୍ରାରେ ବଢ଼ିଛି ଆତ୍ମାର ମଳିନତା। ପୁସ୍ତକ ପ୍ରକାଶନ ପରିମାଣ ଯଥେଷ୍ଟ ବୃଦ୍ଧି ପାଇଥିଲେ ବି ଅନ୍ଧାରି ଉପତ୍ୟକାରେ ହଜିଯାଇଛି ବହି ପଢ଼ିବାର ନିଶା। ଗୋଟିଏ ସମୟରେ ବହିପ୍ରେମୀଙ୍କୁ ଉଚ୍ଚାଟ କରୁଥିଲା ବହିର ବାସ୍ନା। ବହିଖଣ୍ଡେ ପାଇବା ମାତ୍ରେ ପଢ଼ା ନ ସରିବା ପର୍ଯ୍ୟନ୍ତ ଭୁଲିଯାଉଥିଲେ
ଭୋକଶୋଷ। ଭ୍ରମଣରେ ଗଲାବେଳେ ସାଙ୍ଗରେ ନେଉଥିଲେ ବହି। ସେମାନଙ୍କ ପାଇଁ ବହି ଥିଲା ବଞ୍ଚିବାର ସଞ୍ଜୀବନୀ। ଏମିତି ଲେଖକ ବି ଥିଲେ, ତାଙ୍କର ପରବର୍ତ୍ତୀ ବହି ବଜାରକୁ କେବେ ଆସିବ ବୋଲି ବାରମ୍ବାର ପଚାରି ବୁଝୁଥିଲେ ପାଠକ।
ଏବେ ତ କବି ଓ ଲେଖକଙ୍କ ଥାଟପଟାଳି ମଧ୍ୟରେ ଗାଁରୁ ସହର ଯାଏ ପ୍ରତିଦିନ ଲୋକାର୍ପଣ ଅସୁମାରି ପୁସ୍ତକ। ଅଥଚ ବହି ପଢ଼ିବାର ନିଶା ଅନ୍ଧାରି ଉପତ୍ୟକାରେ।
ସବୁ ଖାଦ୍ୟ ରକ୍ତରେ ମିଶେନାହିଁ କି ସବୁ ସାରକୁ ଗ୍ରହଣ କରେନାହିଁ ଗଛ। ଠିକ୍‌ ସେମିତି ସବୁ ଲେଖା ପାଠକଙ୍କ ହୃଦୟରେ ସୃଷ୍ଟି କରିପାରେନି ଆଲୋଡ଼ନ। ଲେଖା ଯଦି ପାଠକ ମନକୁ ନ ଛୁଇଁବ,ସେ କେମିତି ଅନୁଭବ କରିବ ପଠନର ପଞ୍ଚାମୃତ? ପଠନ ଅଭ୍ୟାସ କମିବାର ସବୁଠାରୁ ବଡ଼ କାରଣ ହେଉଛି ମନୋରଞ୍ଜନ ଓ ଜ୍ଞାନ ଆହରଣ କ୍ଷେତ୍ରରେ ଯୁବପିଢ଼ିର ପ୍ରଥମ ପସନ୍ଦ ଏବେ ଇଣ୍ଟରନେଟ୍‌। ସେମାନେ ଭୁଲିଯାଉଛନ୍ତି ପୁସ୍ତକ ଗର୍ଭିତ ଜ୍ଞାନ ଓ ଇଣ୍ଟରନେଟ୍‌ରୁ ମିଳୁଥିବା ସୂଚନା ମଧ୍ୟରେ ରହିଛି ଆକାଶ ପାତାଳ ଫରକ। ସେମାନେ ଜାଣିବା ଉଚିତ ଯେ ଇଣ୍ଟରନେଟ୍‌ରୁ ଯେଉଁ ତଥ୍ୟ ମିଳୁଛି, ତା’ର ତାତ୍ତ୍ୱିକ ଦିଗକୁ ଛୁଏଁ ପୁସ୍ତକ। ଗୁଗଲ ସର୍ଚ୍ଚକଲେ ମିଳିବ ରାମାୟଣ ସମ୍ପର୍କରେ ଅନେକ ତଥ୍ୟ। ମାତ୍ର
ରାମଚନ୍ଦ୍ର କାହିଁକି ମର୍ଯ୍ୟାଦା ପୁରୁଷ- ଏ ପ୍ରଶ୍ନର ଉତ୍ତର ନାହିଁ ଗୁଗଲ ପାଖରେ । ତା’ର ଉତ୍ତର ଜାଣିବା ପାଇଁ ପୁସ୍ତକ ଅଧ୍ୟୟନ କରିବାକୁ ପଡ଼ିବ, ଯେଉଁ ପୁସ୍ତକରେ ରହିଛି ବିଦ୍ବାନମାନଙ୍କର ବିଚାର ଓ ମନନ। ସେଥିପାଇଁ କୁହାଯାଏ ଜୀବନକୁ ଜାଣିବା ପାଇଁ, ଜଗତକୁ ବୁଝିବାପାଇଁ ପୁସ୍ତକ ହିଁ ଜ୍ଞାନର ବତିଘର। ପୁସ୍ତକ ଅଧ୍ୟୟନ ଦ୍ବାରା ଜିଜ୍ଞାସା ବଢ଼େ ଓ ଜାଗ୍ରତ ହୁଏ ଚେତନା। ତେଣୁ ପ୍ରତ୍ୟେକ ବ୍ୟକ୍ତି ଓ ପ୍ରତ୍ୟେକ ପରିବାର ପାଇଁ ବହି ଏକ ଅମୂଲ୍ୟ ସମ୍ପଦ। ଯେଉଁ ପରିବାରରେ ବହି ନାହିଁ,ସେ ପରିବାର ଧନୀ ହେଲେ ବି ଅନୁନ୍ନତ । ସେ ଘର ଗୋଟେ ସୁରମ୍ୟ ଅଟ୍ଟାଳିକା ହୋଇପାରେ,ମାତ୍ର ତାହା ଗୋଟେ ଆତ୍ମା ବିହୀନ ଶରୀର ପରି। ଏହି ଦୃଷ୍ଟିରୁ ଯେଉଁ ଶିକ୍ଷିତମାନେ ବହି ପଢ଼ନ୍ତି ନାହିଁ ଓ ସାମର୍ଥ୍ୟ ଥାଇ ବି ବହି କିଣନ୍ତି ନାହିଁ,ସେମାନେ ଅଶିକ୍ଷିତ ଲୋକଙ୍କ ସହ ସମାନ। ମନେରଖିବାକୁ ହେବ ପଠନ ଅଭ୍ୟାସ କମିଗଲେ ସଙ୍କୁଚିତ ହୋଇଯାଏ ମଣିଷର ଦୃଷ୍ଟିକୋଣ। କମିକମି ଯାଏ ଭାବ ବ୍ୟକ୍ତ କରିବାର ସାମର୍ଥ୍ୟ। ସ୍ଥାଣୁ ହୋଇଯାଏ ଚିନ୍ତନ ପ୍ରକ୍ରିୟା।

ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର
ମୋ: ୬୩୭୧୬୪୨୪୬୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri