Posted inଫୁରସତ

ମହାବିଷୁବ ସଂକ୍ରାନ୍ତି: ଓଡ଼ିଆଙ୍କ ପାଇଁ ବଡ଼ଦିନ

ମହାନ୍‌ ଉତ୍କଳ ସଂସ୍କୃତିର ବର୍ଷ ଆରମ୍ଭ ହୁଏ ମହାବିଷୁବ ସଂକ୍ରାନ୍ତିରୁ। ତେଣୁ ଏହି ଦିନକୁ ସମଗ୍ର ଓଡ଼ିଶାର ପୁରପୁଲ୍ଲୀରେ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ମହାବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ ହୁଏ ମେଷ ମାସ ବା ସୌର ବୈଶାଖ ମାସ। ଗଣନା ଅନୁସାରେ ଚଳିତ ବର୍ଷ ପାରମ୍ପରିକ ୧୯୩୭ ଶକାବ୍ଦର ପ୍ରଥମ ଦିବସକୁ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଭାବେ ପାଳନ କରାଯିବ। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ସବୁଠାରୁ ବଡ଼ଦିନ। ଏହି ଦିନ ବସନ୍ତ ଋତୁ ବିଦାୟ ନେବା ସହ ଗ୍ରୀଷ୍ମଋତୁର ଆଗମନ ହୋଇଥାଏ। ମହାବିଷୁବ ସଂକ୍ରାନ୍ତିରେ ପ୍ରତ୍ୟେକ ଓଡ଼ିଆ ପଣା ପାନ କରିବାର ପରମ୍ପରା ରହିଛି। ତେଣୁ ଏହାକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ।
ମହାବିଷୁବ ସଂକ୍ରାନ୍ତି କେବଳ ଓଡ଼ିଶାର ଜନଜୀବନ ମଧ୍ୟରେ ସୀମିତ ନାହିଁ, ଦେଶବିଦେଶରେ ଏହା ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ପଞ୍ଜାବରେ ବୈଶାଖୀ, ଆସାମରେ ବିହୁ, ମିଥିଳାରେ ଜୁଇର ଶିତଲ, ବଙ୍ଗଳାରେ ନବବର୍ଷ, କର୍ନାଟକରେ ବିଷୁ ପର୍ବ, କେରଳରେ ବିଷୁ ଏବଂ ତାମିଲନାଡୁରେ ପୁଥାଣ୍ଡୁ ନାମରେ ଏହି ଦିନଟିକୁ ପାଳନ କରାଯାଏ। ଓଡ଼ିଶାରେ ଏହି ଦିନଟିକୁ ଲୋକମାନେ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ବ୍ରାହ୍ମଣ, ଗରିବ ଲୋକଙ୍କୁ ଏହିଦିନ ଛତୁଆ, ପଣା, ଛତା ଓ ତାଳପତ୍ରରେ ପ୍ରସ୍ତୁତ ପଙ୍ଖା ଦାନ କରିବାର ପରମ୍ପରା ରହିଛି। ପ୍ରତ୍ୟେକ ହିନ୍ଦୁ ପରିବାରରେ ଏହି ଦିନ ତୁଳସୀ ଚଉରାରେ ମାଟିରେ ତିଆରି ଠେକି ବସାହୁଏ। ଠେକିରେ ସରୁ କଣା କରି ଦୂବ ଲଗାଯାଇଥାଏ। ଚୈତ୍ର ପର୍ବ ନାମରେ ପରିଚିତ ଝାମୁଝାତ୍ରା, ହିଙ୍ଗୁଳା ଯାତ୍ରା ବା ପଟୁଆ ଯାତ୍ରା, ଦଣ୍ଡଯାତ୍ରା, ଉଡା ଯାତ୍ରା ଆଦି ମହାବିଷୁବ ସଂକ୍ରାନ୍ତି ପୂର୍ବରୁ ଶେଷ ହୋଇଥାଏ। ଏହି ଅବସରରେ ଓଡ଼ିଶାର ଛୋଟବଡ଼ ଦେବାଳୟଗୁଡ଼ିକ ଉତ୍ସବମୁଖର ହୋଇଉଠେ। ବିଭିନ୍ନ ସ୍ଥାନରେ ମେଳା, ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। କଟକର କଟକ ଚଣ୍ଡୀ, ଯାଜପୁରର ବିରଜା, ଝଙ୍କଡ଼ର ଶାରଳା, କାକଟପୁରର ମଙ୍ଗଳା, ସମ୍ବଲପୁରର ସମଲେଶ୍ୱରୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ପାଇଁ ବହୁ ଜନସମାଗମ ହୁଏ। ସେଠାରେ ଝାମୁଯାତ୍ରା ଅନୁଷ୍ଠିତ ହୁଏ। ଉତ୍ତର ଓଡ଼ିଶାରେ ଏହାକୁ ଚଡ଼କ ପର୍ବ ଏବଂ ଦକ୍ଷିଣ ଓଡ଼ିଶାରେ ମେରୁଯାତ୍ରା ବୋଲି କୁହାଯାଏ।
ନବବର୍ଷକୁ ସ୍ବାଗତ ଜଣାଇବା ପାଇଁ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ। ପୃଥିବୀର ବିଭିନ୍ନ ସଂସ୍କୃତି ଏବଂ ପରମ୍ପରାଗୁଡ଼ିକ ମଧ୍ୟରେ ଭାରତୀୟ ହିନ୍ଦୁଧର୍ମ, ସଂସ୍କୃତି ଓ ପରମ୍ପରାର ସ୍ଥାନ ସ୍ବତନ୍ତ୍ର। ସନାତନ ଧର୍ମର ଅବଶିଷ୍ଟାଂଶ ହିଁ ପରବର୍ତ୍ତୀ ସମୟରେ ବା ଆଧୁନିକ ସମାଜରେ ହିନ୍ଦୁଧର୍ମ ନାମ ବହନ କରିଛି। ଏହା ବିଜ୍ଞାନସମ୍ମତ ଭିତ୍ତିଭୂମି ଉପରେ ଆଧାରିତ। ହିନ୍ଦୁ ଧର୍ମରେ ସମସ୍ତ କଳ୍ପନା ହିଁ ବାସ୍ତବ ରୂପ ବହନ କରିଛି। ତେଣୁ କୁହାଯାଇଛି ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ। କାଳ୍ପନିକ ମୂର୍ତ୍ତି, ଚିତ୍ରକଳା ଓ ଭାବନା ହିଁ ଈଶ୍ୱର ସାର ଅନୁଭବ ପ୍ରଦାନ କରିଥାଏ। କଳ୍ପନା ବିନା ବାସ୍ତବତା ପ୍ରାପ୍ତି ଅସମ୍ଭବ। ମାଧ୍ୟମ ବିନା ଈଶ୍ୱର ସତ୍ତାକୁ ଅନୁଭବ କରିବା ମଧ୍ୟ ଅସମ୍ଭବ। ଏହି ମୂର୍ତ୍ତି ପୂଜା, ଗୁରୁପୂଜା ଇତ୍ୟାଦି ମାଧ୍ୟମ ଆମ ଧର୍ମ ପରମ୍ପରାରେ ରହିଛି। ପୃଥିବୀ କମଳା ବା ଲେମ୍ବୁ ପରି ଗୋଲ। ଏହା ଭାରତୀୟ ବୈଜ୍ଞାନିକ ଓ ମୁନିଋଷିମାନେ କଳ୍ପନା କରିଥିଲେ ଏବଂ ତାହାକୁ ବାସ୍ତବ ରୂପ ମଧ୍ୟ ଦେଇଥିଲେ। ଦଶାବତାର ପାରମ୍ପରିକ କଳାକାରମାନେ ବହୁ ବର୍ଷ ପୂର୍ବରୁ ବରାହଙ୍କ ଦୁଇ ଦାନ୍ତ ଉପରେ ପୃଥିବୀର ଗୋଲାକାର ରୂପକୁ ସ୍ଥାପନ କରିଛନ୍ତି। ଏହାକୁ ମଧ୍ୟ ଆଧୁନିକ ବୈଜ୍ଞାନିକମାନେ ଗ୍ରହଣ କରିଛନ୍ତି। ପୂର୍ବରୁ ମୁନିଋଷିମାନେ କଳ୍ପନା କରିଥିବା କାଳ୍ପନିକ ରେଖା ଅକ୍ଷାଂଶ, ଦ୍ରାଘିମା, ସୁମେରୁ, କୁମେରୁ, ବିଷୁବରେଖା ଇତ୍ୟାଦିକୁ ମଧ୍ୟ ବାସ୍ତବରେ ପ୍ରମାଣିତ କରାଯାଇଥିବାରୁ ଆଧୁନିକ ବୈଜ୍ଞାନିକମାନେ ମଧ୍ୟ ଏହାକୁ ଭିତ୍ତିକରି ବାସ୍ତବ ନମୁନା ପାଇପାରୁଛନ୍ତି। ଏହି କାଳ୍ପନିକ ରେଖା ମଧ୍ୟରେ ବିଷୁବରେଖା ଅନ୍ୟତମ।
ହିନ୍ଦୁ ଧର୍ମରେ ଥିବା ବାର ରାଶିକୁ ଭିତ୍ତିକରି ଇଂରେଜମାନେ ୧୨ମାସ ଜାନୁୟାରୀ, ଫେବୃଆରୀ ଇତ୍ୟାଦି ନାମକରଣ କରିଛନ୍ତି। ଯେଉଁ ରାଶି ସହିତ ମଧ୍ୟ ରେଖା ଅର୍ଥାତ୍‌ ବିଷୁବ ରେଖା ସଂଯୁକ୍ତ ହୋଇଥିଲା ସେହି ମାସକୁ ରାଶି ଅନୁସାରେ ନାମିତ କରାଯାଉଥିଲା ଓ ସେହି ରେଖାଯୁକ୍ତ ଦିନଟିକୁ ସଂକ୍ରାନ୍ତି ବା ମାସର ପହିଲା ତଥା ତା’ର ପୂର୍ବଦିନକୁ ମାସନ୍ତ ବା ଗତ ମାସର ଶେଷଦିନ କୁହାଯାଉଥିଲା। ମେଷ ରାଶିରେ ବିଷୁବ ରେଖାର ସଂଯୁକ୍ତ ହେତୁ ବୈଶାଖ ମାସର ସଂକ୍ରାନ୍ତିଠାରୁ ମେଷ ମାସର ଆରମ୍ଭ ଘଟେ। ଏଣୁ ଏହି ଦିନଟି ବର୍ଷର ପ୍ରଥମ ମାସର ପହିଲା ହୋଇଥିବାରୁ ହିନ୍ଦୁମାନେ ଏହାକୁ ନବବର୍ଷ ଭାବେ ପାଳନ କରନ୍ତି। ବିଦେଶୀମାନେ ଜାନୁଆରୀ ମାସର ପହିଲାକୁ ନବବର୍ଷ ଭାବେ ଗ୍ରହଣ କରି ମଦ, ମାଂସ ଭଳି ତାମସିକ ଖାଦ୍ୟ ଖାଇ ପାଳନ କରୁଥିବା ବେଳେ ହିନ୍ଦୁ ଧର୍ମାବଲମ୍ବୀମାନେ ମେଷ ମାସକୁ ବର୍ଷର ପ୍ରଥମ ମାସ ଓ ବିଷୁବ ସଂକ୍ରାନ୍ତି ଦିନଟିକୁ ପହିଲା ବୋଲି ଭାବି ସାତ୍ତ୍ୱିକତାର ସହିତ ପଣା ସଂକ୍ରାନ୍ତି ନାମରେ ପାଳନ କରିଥାଆନ୍ତି। ଏହି ସଂକ୍ରାନ୍ତି ଦିନ ମେଷ ରାଶିରେ ରବି ଅବସ୍ଥାନ କରୁଥିବାରୁ ଏହାକୁ ମଧ୍ୟ ମେଷ ସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ବୋଲି କୁହାଯାଏ।
– ସତ୍ୟ ମହାପାତ୍ର,
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ, ‘ସତ୍ୟାଳୟ’ ପ୍ଲଟ ନଂ – ୧୦୮୭/ଡି, ସେକ୍ଟର-୬, କଟକ, ମୋ- ୯୬୫୮୧୦୫୫୩୨


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri