Posted inଫୁରସତ

ମହାବିଷୁବ ସଂକ୍ରାନ୍ତି: ଓଡ଼ିଆଙ୍କ ପାଇଁ ବଡ଼ଦିନ

ମହାନ୍‌ ଉତ୍କଳ ସଂସ୍କୃତିର ବର୍ଷ ଆରମ୍ଭ ହୁଏ ମହାବିଷୁବ ସଂକ୍ରାନ୍ତିରୁ। ତେଣୁ ଏହି ଦିନକୁ ସମଗ୍ର ଓଡ଼ିଶାର ପୁରପୁଲ୍ଲୀରେ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ମହାବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ ହୁଏ ମେଷ ମାସ ବା ସୌର ବୈଶାଖ ମାସ। ଗଣନା ଅନୁସାରେ ଚଳିତ ବର୍ଷ ପାରମ୍ପରିକ ୧୯୩୭ ଶକାବ୍ଦର ପ୍ରଥମ ଦିବସକୁ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଭାବେ ପାଳନ କରାଯିବ। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ସବୁଠାରୁ ବଡ଼ଦିନ। ଏହି ଦିନ ବସନ୍ତ ଋତୁ ବିଦାୟ ନେବା ସହ ଗ୍ରୀଷ୍ମଋତୁର ଆଗମନ ହୋଇଥାଏ। ମହାବିଷୁବ ସଂକ୍ରାନ୍ତିରେ ପ୍ରତ୍ୟେକ ଓଡ଼ିଆ ପଣା ପାନ କରିବାର ପରମ୍ପରା ରହିଛି। ତେଣୁ ଏହାକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ।
ମହାବିଷୁବ ସଂକ୍ରାନ୍ତି କେବଳ ଓଡ଼ିଶାର ଜନଜୀବନ ମଧ୍ୟରେ ସୀମିତ ନାହିଁ, ଦେଶବିଦେଶରେ ଏହା ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ପଞ୍ଜାବରେ ବୈଶାଖୀ, ଆସାମରେ ବିହୁ, ମିଥିଳାରେ ଜୁଇର ଶିତଲ, ବଙ୍ଗଳାରେ ନବବର୍ଷ, କର୍ନାଟକରେ ବିଷୁ ପର୍ବ, କେରଳରେ ବିଷୁ ଏବଂ ତାମିଲନାଡୁରେ ପୁଥାଣ୍ଡୁ ନାମରେ ଏହି ଦିନଟିକୁ ପାଳନ କରାଯାଏ। ଓଡ଼ିଶାରେ ଏହି ଦିନଟିକୁ ଲୋକମାନେ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ବ୍ରାହ୍ମଣ, ଗରିବ ଲୋକଙ୍କୁ ଏହିଦିନ ଛତୁଆ, ପଣା, ଛତା ଓ ତାଳପତ୍ରରେ ପ୍ରସ୍ତୁତ ପଙ୍ଖା ଦାନ କରିବାର ପରମ୍ପରା ରହିଛି। ପ୍ରତ୍ୟେକ ହିନ୍ଦୁ ପରିବାରରେ ଏହି ଦିନ ତୁଳସୀ ଚଉରାରେ ମାଟିରେ ତିଆରି ଠେକି ବସାହୁଏ। ଠେକିରେ ସରୁ କଣା କରି ଦୂବ ଲଗାଯାଇଥାଏ। ଚୈତ୍ର ପର୍ବ ନାମରେ ପରିଚିତ ଝାମୁଝାତ୍ରା, ହିଙ୍ଗୁଳା ଯାତ୍ରା ବା ପଟୁଆ ଯାତ୍ରା, ଦଣ୍ଡଯାତ୍ରା, ଉଡା ଯାତ୍ରା ଆଦି ମହାବିଷୁବ ସଂକ୍ରାନ୍ତି ପୂର୍ବରୁ ଶେଷ ହୋଇଥାଏ। ଏହି ଅବସରରେ ଓଡ଼ିଶାର ଛୋଟବଡ଼ ଦେବାଳୟଗୁଡ଼ିକ ଉତ୍ସବମୁଖର ହୋଇଉଠେ। ବିଭିନ୍ନ ସ୍ଥାନରେ ମେଳା, ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। କଟକର କଟକ ଚଣ୍ଡୀ, ଯାଜପୁରର ବିରଜା, ଝଙ୍କଡ଼ର ଶାରଳା, କାକଟପୁରର ମଙ୍ଗଳା, ସମ୍ବଲପୁରର ସମଲେଶ୍ୱରୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ପାଇଁ ବହୁ ଜନସମାଗମ ହୁଏ। ସେଠାରେ ଝାମୁଯାତ୍ରା ଅନୁଷ୍ଠିତ ହୁଏ। ଉତ୍ତର ଓଡ଼ିଶାରେ ଏହାକୁ ଚଡ଼କ ପର୍ବ ଏବଂ ଦକ୍ଷିଣ ଓଡ଼ିଶାରେ ମେରୁଯାତ୍ରା ବୋଲି କୁହାଯାଏ।
ନବବର୍ଷକୁ ସ୍ବାଗତ ଜଣାଇବା ପାଇଁ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ। ପୃଥିବୀର ବିଭିନ୍ନ ସଂସ୍କୃତି ଏବଂ ପରମ୍ପରାଗୁଡ଼ିକ ମଧ୍ୟରେ ଭାରତୀୟ ହିନ୍ଦୁଧର୍ମ, ସଂସ୍କୃତି ଓ ପରମ୍ପରାର ସ୍ଥାନ ସ୍ବତନ୍ତ୍ର। ସନାତନ ଧର୍ମର ଅବଶିଷ୍ଟାଂଶ ହିଁ ପରବର୍ତ୍ତୀ ସମୟରେ ବା ଆଧୁନିକ ସମାଜରେ ହିନ୍ଦୁଧର୍ମ ନାମ ବହନ କରିଛି। ଏହା ବିଜ୍ଞାନସମ୍ମତ ଭିତ୍ତିଭୂମି ଉପରେ ଆଧାରିତ। ହିନ୍ଦୁ ଧର୍ମରେ ସମସ୍ତ କଳ୍ପନା ହିଁ ବାସ୍ତବ ରୂପ ବହନ କରିଛି। ତେଣୁ କୁହାଯାଇଛି ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ। କାଳ୍ପନିକ ମୂର୍ତ୍ତି, ଚିତ୍ରକଳା ଓ ଭାବନା ହିଁ ଈଶ୍ୱର ସାର ଅନୁଭବ ପ୍ରଦାନ କରିଥାଏ। କଳ୍ପନା ବିନା ବାସ୍ତବତା ପ୍ରାପ୍ତି ଅସମ୍ଭବ। ମାଧ୍ୟମ ବିନା ଈଶ୍ୱର ସତ୍ତାକୁ ଅନୁଭବ କରିବା ମଧ୍ୟ ଅସମ୍ଭବ। ଏହି ମୂର୍ତ୍ତି ପୂଜା, ଗୁରୁପୂଜା ଇତ୍ୟାଦି ମାଧ୍ୟମ ଆମ ଧର୍ମ ପରମ୍ପରାରେ ରହିଛି। ପୃଥିବୀ କମଳା ବା ଲେମ୍ବୁ ପରି ଗୋଲ। ଏହା ଭାରତୀୟ ବୈଜ୍ଞାନିକ ଓ ମୁନିଋଷିମାନେ କଳ୍ପନା କରିଥିଲେ ଏବଂ ତାହାକୁ ବାସ୍ତବ ରୂପ ମଧ୍ୟ ଦେଇଥିଲେ। ଦଶାବତାର ପାରମ୍ପରିକ କଳାକାରମାନେ ବହୁ ବର୍ଷ ପୂର୍ବରୁ ବରାହଙ୍କ ଦୁଇ ଦାନ୍ତ ଉପରେ ପୃଥିବୀର ଗୋଲାକାର ରୂପକୁ ସ୍ଥାପନ କରିଛନ୍ତି। ଏହାକୁ ମଧ୍ୟ ଆଧୁନିକ ବୈଜ୍ଞାନିକମାନେ ଗ୍ରହଣ କରିଛନ୍ତି। ପୂର୍ବରୁ ମୁନିଋଷିମାନେ କଳ୍ପନା କରିଥିବା କାଳ୍ପନିକ ରେଖା ଅକ୍ଷାଂଶ, ଦ୍ରାଘିମା, ସୁମେରୁ, କୁମେରୁ, ବିଷୁବରେଖା ଇତ୍ୟାଦିକୁ ମଧ୍ୟ ବାସ୍ତବରେ ପ୍ରମାଣିତ କରାଯାଇଥିବାରୁ ଆଧୁନିକ ବୈଜ୍ଞାନିକମାନେ ମଧ୍ୟ ଏହାକୁ ଭିତ୍ତିକରି ବାସ୍ତବ ନମୁନା ପାଇପାରୁଛନ୍ତି। ଏହି କାଳ୍ପନିକ ରେଖା ମଧ୍ୟରେ ବିଷୁବରେଖା ଅନ୍ୟତମ।
ହିନ୍ଦୁ ଧର୍ମରେ ଥିବା ବାର ରାଶିକୁ ଭିତ୍ତିକରି ଇଂରେଜମାନେ ୧୨ମାସ ଜାନୁୟାରୀ, ଫେବୃଆରୀ ଇତ୍ୟାଦି ନାମକରଣ କରିଛନ୍ତି। ଯେଉଁ ରାଶି ସହିତ ମଧ୍ୟ ରେଖା ଅର୍ଥାତ୍‌ ବିଷୁବ ରେଖା ସଂଯୁକ୍ତ ହୋଇଥିଲା ସେହି ମାସକୁ ରାଶି ଅନୁସାରେ ନାମିତ କରାଯାଉଥିଲା ଓ ସେହି ରେଖାଯୁକ୍ତ ଦିନଟିକୁ ସଂକ୍ରାନ୍ତି ବା ମାସର ପହିଲା ତଥା ତା’ର ପୂର୍ବଦିନକୁ ମାସନ୍ତ ବା ଗତ ମାସର ଶେଷଦିନ କୁହାଯାଉଥିଲା। ମେଷ ରାଶିରେ ବିଷୁବ ରେଖାର ସଂଯୁକ୍ତ ହେତୁ ବୈଶାଖ ମାସର ସଂକ୍ରାନ୍ତିଠାରୁ ମେଷ ମାସର ଆରମ୍ଭ ଘଟେ। ଏଣୁ ଏହି ଦିନଟି ବର୍ଷର ପ୍ରଥମ ମାସର ପହିଲା ହୋଇଥିବାରୁ ହିନ୍ଦୁମାନେ ଏହାକୁ ନବବର୍ଷ ଭାବେ ପାଳନ କରନ୍ତି। ବିଦେଶୀମାନେ ଜାନୁଆରୀ ମାସର ପହିଲାକୁ ନବବର୍ଷ ଭାବେ ଗ୍ରହଣ କରି ମଦ, ମାଂସ ଭଳି ତାମସିକ ଖାଦ୍ୟ ଖାଇ ପାଳନ କରୁଥିବା ବେଳେ ହିନ୍ଦୁ ଧର୍ମାବଲମ୍ବୀମାନେ ମେଷ ମାସକୁ ବର୍ଷର ପ୍ରଥମ ମାସ ଓ ବିଷୁବ ସଂକ୍ରାନ୍ତି ଦିନଟିକୁ ପହିଲା ବୋଲି ଭାବି ସାତ୍ତ୍ୱିକତାର ସହିତ ପଣା ସଂକ୍ରାନ୍ତି ନାମରେ ପାଳନ କରିଥାଆନ୍ତି। ଏହି ସଂକ୍ରାନ୍ତି ଦିନ ମେଷ ରାଶିରେ ରବି ଅବସ୍ଥାନ କରୁଥିବାରୁ ଏହାକୁ ମଧ୍ୟ ମେଷ ସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ବୋଲି କୁହାଯାଏ।
– ସତ୍ୟ ମହାପାତ୍ର,
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ, ‘ସତ୍ୟାଳୟ’ ପ୍ଲଟ ନଂ – ୧୦୮୭/ଡି, ସେକ୍ଟର-୬, କଟକ, ମୋ- ୯୬୫୮୧୦୫୫୩୨


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri