ବାଟ ହୁଡ଼ିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

ନୟାଗଡ଼ ଅଫିସ,୧୯ା୫: ନୟାଗଡ଼ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ବାଟ ହୁଡ଼ିଛି। ବାବୁ ଜାଣି ଯନ୍ତ୍ର କାମ କରୁଥିବାବେଳେ ଫଲ୍‌ସ ବିଲ୍‌ ବି ହେଉଥିବା ପ୍ରମାଣ ମିଳିଛି, ଯାହାର ନଜିର ଭାପୁର ବ୍ଲକର ଖଇରିଗାଡିଆ ପୋଖରୀ ଓ ରାସ୍ତା, ଶାସନ ପଞ୍ଚାୟତରେ ଖଇରନାଳ ଭିତରେ ପୋଖରୀ, ଗୋଟିଏ ରାସ୍ତାକୁ ୨୨ଥର ବିଲ୍‌, ବାଉଁଶବାଟି ଗଁାରେ ସୁରକ୍ଷା ପ୍ରାଚୀର ଓ ରାସ୍ତା କରିବା ଭଳି ଅନେକ ଦୁର୍ନୀତି। ତେବେ କାର୍ଯ୍ୟାନୁଷ୍ଠାନର ଭୟ ନ ଥିବାରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ଏବେ ଅବାଧରେ ଚାଲିଛି। ଜିଲାର ଖଣ୍ଡପଡ଼ା ବ୍ଲକର କିଆଝର, ଓଡ଼ଗଁାର ଗୋତିସାହି, ନୟାଗଡ଼ର ଷଠିଆପଲ୍ଲୀ ପରି ବିଭିନ୍ନ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଯନ୍ତ୍ର କାମ କରୁଛି ବୋଲି ଅଭିଯୋଗ ହୋଇଆସୁଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟର ସ୍ଥିତିକୁ ଅନୁଧ୍ୟାନ କଲେ ଯୋଜନାର ରୂପରେଖ ବଦଳିବା ଦରକାର ବୋଲି ଦାବି ଉଠିଲାଣି। ଏ ନେଇ ଆଇନଜୀବୀ ରଣଜିତ୍‌ ଦାଶ କୁହନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଯନ୍ତ୍ର କାମ କରୁଛି ବୋଲି ସମସ୍ତେ ଜାଣିଛନ୍ତି। ତେବେ ଭଲ ରୋଜଗାର ଚାଲିଥିବାରୁ ପ୍ରତିବାଦର ସ୍ବର ନରମି ଯାଉଛି। ଯେଉଁମାନେ ପ୍ରତିବାଦ, ଅଭିଯୋଗ, ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ମାଡ଼ମାରି, ଧମକଚମକ ଦେଇ ବନ୍ଦ କରାଯାଉଛି। ତଥାପି କେତେଜଣ ଲୋକ ଅଭିଯୋଗ କରୁଥିଲେ ହେଁ ବାବୁ ଓ ନେତା ଜାଣି ଦୁର୍ନୀତି ହେଉଥିବାରୁ ପ୍ରମାଣ ଅଭାବରୁ କାର୍ଯ୍ୟାନୁଷ୍ଠାନ ହୋଇପାରୁନି ବୋଲି କୁହାଯାଉଛି। ଭାପୁର ବ୍ଲ୍ଳକରେ କେତେଜଣ କର୍ମଚାରୀ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଘୋଟାଲା କରି ଫସିଛନ୍ତି। ହେଲେ ସେମାନଙ୍କର କିଛି ଅସୁବିଧା ହେବନି। ଏହି କାମରେ ଏକ ର଼୍ୟାକେଟ କାମ କରୁଛି। ଏଣୁ ଯୋଜନାର ରୂପରେଖ ବଦଳିବା ଦରକାର ବୋଲି କହିଛନ୍ତି।

ରଣପୁରର ସୁଦାମ ନାୟକ କୁହନ୍ତି, ମହତ୍‌ ଉଦ୍ଦେଶ୍ୟ ରଖି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ହୋଇଥିଲା। ହେଲେ ଏହା କେତେଜଣ ରାଜନେତା, ସରକାରୀ କର୍ମଚାରୀ, ଅଧିକାରୀ ଓ ଟାଉଟରଙ୍କ ନିମନ୍ତେ ରୋଜଗାର ପାଲଟିଛି। ପ୍ରକୃତ ଜବ୍‌କାର୍ଡଧାରୀ ଉପକୃତ ହେଉନାହାନ୍ତି। ଧରାଧରି କରି ବା ଚାପରେ ଯେଉଁମାନେ ଜବ୍‌କାର୍ଡ ହାତେଇ ନେଇଛନ୍ତି ସେମାନେ ଘରେ ବସି ଭଲ ରୋଜଗାର କରୁଛନ୍ତି। ଯୋଜନାର ତ୍ରୁଟି ଜଣାପଡ଼ି ସାରିଥିବାରୁ ଏହାକୁ ନବକଳେବର କରାଯାଇ ଜବ୍‌କାର୍ଡଧାରୀ ଯେପରି ଉପକୃତ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଦରକାର। ନୂଆଗଁାର ସବିତା ପ୍ରଧାନ କୁହନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଗଁା ଗଁାରେ କାମ ଚାଲିଛି। ତେବେ ଗଁାର ଶ୍ରମିକ କାମ ନ ପାଇ କାହିଁକି ଦାଦନ ଯାଉଛନ୍ତି। ଏହାର ସମୀକ୍ଷା କରାଯାଉନି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତିରେ ତଳୁ ଉପରସ୍ତର ପର୍ଯ୍ୟନ୍ତ ସାମିଲ ଥିବାରୁ ଏହା ଲୁଟିବା ଯୋଜନା ହୋଇଯାଇଛି। ଦଶପଲ୍ଲାର ହୀନ ସ୍ବାଇଁ, ଗଣିଆର ବାମଦେବ ସାହୁ, ଓଡ଼ଗଁାର ସୁଚିତ୍ରା ଦଳେଇ କୁହନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଗୁ ଗଁା ଓ ସହରରେ ଜେସିବି, ଟ୍ରାକ୍ଟର ସଂଖ୍ୟା ବଢ଼ି ଚାଲିଛି। ରାଜନୀତିରେ ଆଉ ଭଲ ଲୋକଙ୍କର ସ୍ଥାନ ରହୁନି। ଜଣେ ସରପଞ୍ଚ ନଁା ଗୋପନ ରଖି କହିଛନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପରି ଯୋଜନା ରାଜନୈତିକ ଦଳ ପାଇଁ ଦରକାର। ବର୍ଷତମାମ୍‌ ଲାଭ ମିଳିବ। ହେଲେ କାର୍ଯ୍ୟାନୁଷ୍ଠାନ ହେଲାବେଳକୁ ନଁା ନ ଥିବ। ସରକାରୀ କର୍ମଚାରୀ ଦଣ୍ଡିତ ହେଉଥିଲେ ଭାପୁର ବ୍ଲକରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି। ତେବେ ଯୋଜନାରେ ଜବ୍‌କାର୍ଡଧାରୀ ଲାଭ ପାଉ ନ ଥିବା ସମସ୍ତେ ଜାଣିଥିଲେ ହେଁ କେହି କିଛି କହିବେନି। ଏହି ଯୋଜନା ଶାସକ ଓ ବିପକ୍ଷ ଦଳର ମୁହଁରେ ତାଲା ଝୁଲାଇଛି। କାରଣ ଭାଗବଣ୍ଟାରେ ଚାଲିଛି ସରକାରୀ ଅନୁଦାନ ଖର୍ଚ୍ଚ। ଏଣୁ ଅଭିଯୋଗର ସୁଫଳ ଆଶା କରିବା ନିରର୍ଥକ ବୋଲି କହିଛନ୍ତି। ପିଡି ଡିଆର୍‌ଡିଏ ସୁବାସ ଚନ୍ଦ୍ର ରାୟଙ୍କୁ ପଚାରିବାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଯେତେବେଳେ ଯେଉଁ ଅଭିଯୋଗ ଆସିଛି ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri