ବାଟ ହୁଡ଼ିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

ନୟାଗଡ଼ ଅଫିସ,୧୯ା୫: ନୟାଗଡ଼ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ବାଟ ହୁଡ଼ିଛି। ବାବୁ ଜାଣି ଯନ୍ତ୍ର କାମ କରୁଥିବାବେଳେ ଫଲ୍‌ସ ବିଲ୍‌ ବି ହେଉଥିବା ପ୍ରମାଣ ମିଳିଛି, ଯାହାର ନଜିର ଭାପୁର ବ୍ଲକର ଖଇରିଗାଡିଆ ପୋଖରୀ ଓ ରାସ୍ତା, ଶାସନ ପଞ୍ଚାୟତରେ ଖଇରନାଳ ଭିତରେ ପୋଖରୀ, ଗୋଟିଏ ରାସ୍ତାକୁ ୨୨ଥର ବିଲ୍‌, ବାଉଁଶବାଟି ଗଁାରେ ସୁରକ୍ଷା ପ୍ରାଚୀର ଓ ରାସ୍ତା କରିବା ଭଳି ଅନେକ ଦୁର୍ନୀତି। ତେବେ କାର୍ଯ୍ୟାନୁଷ୍ଠାନର ଭୟ ନ ଥିବାରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ଏବେ ଅବାଧରେ ଚାଲିଛି। ଜିଲାର ଖଣ୍ଡପଡ଼ା ବ୍ଲକର କିଆଝର, ଓଡ଼ଗଁାର ଗୋତିସାହି, ନୟାଗଡ଼ର ଷଠିଆପଲ୍ଲୀ ପରି ବିଭିନ୍ନ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଯନ୍ତ୍ର କାମ କରୁଛି ବୋଲି ଅଭିଯୋଗ ହୋଇଆସୁଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟର ସ୍ଥିତିକୁ ଅନୁଧ୍ୟାନ କଲେ ଯୋଜନାର ରୂପରେଖ ବଦଳିବା ଦରକାର ବୋଲି ଦାବି ଉଠିଲାଣି। ଏ ନେଇ ଆଇନଜୀବୀ ରଣଜିତ୍‌ ଦାଶ କୁହନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଯନ୍ତ୍ର କାମ କରୁଛି ବୋଲି ସମସ୍ତେ ଜାଣିଛନ୍ତି। ତେବେ ଭଲ ରୋଜଗାର ଚାଲିଥିବାରୁ ପ୍ରତିବାଦର ସ୍ବର ନରମି ଯାଉଛି। ଯେଉଁମାନେ ପ୍ରତିବାଦ, ଅଭିଯୋଗ, ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ମାଡ଼ମାରି, ଧମକଚମକ ଦେଇ ବନ୍ଦ କରାଯାଉଛି। ତଥାପି କେତେଜଣ ଲୋକ ଅଭିଯୋଗ କରୁଥିଲେ ହେଁ ବାବୁ ଓ ନେତା ଜାଣି ଦୁର୍ନୀତି ହେଉଥିବାରୁ ପ୍ରମାଣ ଅଭାବରୁ କାର୍ଯ୍ୟାନୁଷ୍ଠାନ ହୋଇପାରୁନି ବୋଲି କୁହାଯାଉଛି। ଭାପୁର ବ୍ଲ୍ଳକରେ କେତେଜଣ କର୍ମଚାରୀ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଘୋଟାଲା କରି ଫସିଛନ୍ତି। ହେଲେ ସେମାନଙ୍କର କିଛି ଅସୁବିଧା ହେବନି। ଏହି କାମରେ ଏକ ର଼୍ୟାକେଟ କାମ କରୁଛି। ଏଣୁ ଯୋଜନାର ରୂପରେଖ ବଦଳିବା ଦରକାର ବୋଲି କହିଛନ୍ତି।

ରଣପୁରର ସୁଦାମ ନାୟକ କୁହନ୍ତି, ମହତ୍‌ ଉଦ୍ଦେଶ୍ୟ ରଖି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ହୋଇଥିଲା। ହେଲେ ଏହା କେତେଜଣ ରାଜନେତା, ସରକାରୀ କର୍ମଚାରୀ, ଅଧିକାରୀ ଓ ଟାଉଟରଙ୍କ ନିମନ୍ତେ ରୋଜଗାର ପାଲଟିଛି। ପ୍ରକୃତ ଜବ୍‌କାର୍ଡଧାରୀ ଉପକୃତ ହେଉନାହାନ୍ତି। ଧରାଧରି କରି ବା ଚାପରେ ଯେଉଁମାନେ ଜବ୍‌କାର୍ଡ ହାତେଇ ନେଇଛନ୍ତି ସେମାନେ ଘରେ ବସି ଭଲ ରୋଜଗାର କରୁଛନ୍ତି। ଯୋଜନାର ତ୍ରୁଟି ଜଣାପଡ଼ି ସାରିଥିବାରୁ ଏହାକୁ ନବକଳେବର କରାଯାଇ ଜବ୍‌କାର୍ଡଧାରୀ ଯେପରି ଉପକୃତ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଦରକାର। ନୂଆଗଁାର ସବିତା ପ୍ରଧାନ କୁହନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଗଁା ଗଁାରେ କାମ ଚାଲିଛି। ତେବେ ଗଁାର ଶ୍ରମିକ କାମ ନ ପାଇ କାହିଁକି ଦାଦନ ଯାଉଛନ୍ତି। ଏହାର ସମୀକ୍ଷା କରାଯାଉନି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତିରେ ତଳୁ ଉପରସ୍ତର ପର୍ଯ୍ୟନ୍ତ ସାମିଲ ଥିବାରୁ ଏହା ଲୁଟିବା ଯୋଜନା ହୋଇଯାଇଛି। ଦଶପଲ୍ଲାର ହୀନ ସ୍ବାଇଁ, ଗଣିଆର ବାମଦେବ ସାହୁ, ଓଡ଼ଗଁାର ସୁଚିତ୍ରା ଦଳେଇ କୁହନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଗୁ ଗଁା ଓ ସହରରେ ଜେସିବି, ଟ୍ରାକ୍ଟର ସଂଖ୍ୟା ବଢ଼ି ଚାଲିଛି। ରାଜନୀତିରେ ଆଉ ଭଲ ଲୋକଙ୍କର ସ୍ଥାନ ରହୁନି। ଜଣେ ସରପଞ୍ଚ ନଁା ଗୋପନ ରଖି କହିଛନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପରି ଯୋଜନା ରାଜନୈତିକ ଦଳ ପାଇଁ ଦରକାର। ବର୍ଷତମାମ୍‌ ଲାଭ ମିଳିବ। ହେଲେ କାର୍ଯ୍ୟାନୁଷ୍ଠାନ ହେଲାବେଳକୁ ନଁା ନ ଥିବ। ସରକାରୀ କର୍ମଚାରୀ ଦଣ୍ଡିତ ହେଉଥିଲେ ଭାପୁର ବ୍ଲକରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି। ତେବେ ଯୋଜନାରେ ଜବ୍‌କାର୍ଡଧାରୀ ଲାଭ ପାଉ ନ ଥିବା ସମସ୍ତେ ଜାଣିଥିଲେ ହେଁ କେହି କିଛି କହିବେନି। ଏହି ଯୋଜନା ଶାସକ ଓ ବିପକ୍ଷ ଦଳର ମୁହଁରେ ତାଲା ଝୁଲାଇଛି। କାରଣ ଭାଗବଣ୍ଟାରେ ଚାଲିଛି ସରକାରୀ ଅନୁଦାନ ଖର୍ଚ୍ଚ। ଏଣୁ ଅଭିଯୋଗର ସୁଫଳ ଆଶା କରିବା ନିରର୍ଥକ ବୋଲି କହିଛନ୍ତି। ପିଡି ଡିଆର୍‌ଡିଏ ସୁବାସ ଚନ୍ଦ୍ର ରାୟଙ୍କୁ ପଚାରିବାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଯେତେବେଳେ ଯେଉଁ ଅଭିଯୋଗ ଆସିଛି ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri