ବିରଜାଙ୍କ ପୀଠରେ ମହାଷ୍ଟମୀ

ଯାଜପୁର ଟାଉନ,୨୨ା୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ପୀଠରେ ଶନିବାର ମହାଷ୍ଟମୀ ପାଳିତ ହୋଇଯାଇଛି। ପ୍ରାତଃ ସମୟରୁ ମା’ଙ୍କ ମହାଷ୍ଟମୀ ବେଶ ଦେଖିବା ପାଇଁ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମା’ଙ୍କ ସ୍ବର୍ଣ୍ଣବେଶ କରାଯିବା ସହ ବିଭିନ୍ନ ଫୁଲରେ ସଜ୍ଜିତ କରାଯାଇଥିଲା। ମନ୍ଦିରର ପ୍ରବେଶ ଦ୍ୱାରଠାରୁ ଆରମ୍ଭ କରି ବଳି ମଣ୍ଡପ ପର୍ଯ୍ୟନ୍ତ ବିଭିନ୍ନ ଫୁଲରେ ସଜାଯିବା ସହ ମନ୍ଦିରକୁ ଆଲୋକମାଳରେ ସଜ୍ଜିତ କରାଯାଇଥିଲା। ସେହିପରି ମା’ଙ୍କ ରଥଯାତ୍ରା ଅଷ୍ଟମ ଦିନରେ ପହଞ୍ଚଛି। ଦ୍ୱିତୀୟାଷ୍ଟମିରୁ ଆରମ୍ଭ ହୋଇଥିବା ବିଶେଷ ଷୋଡ଼ଶୋପଚାର ପୂଜା ପଞ୍ଚଦଶ ଦିନରେ ଶେଷ ହୋଇଛି। ପ୍ରାତଃ ସମୟରୁ ଦଶାଶ୍ୱମେଧ ଘାଟ ବ୍ରାହ୍ମଣଙ୍କ ଦ୍ୱରା ଅଣାଯାଇଥିବା ବୈତରଣୀ ଜଳରେ ମା’ଙ୍କୁ ସ୍ନାନ କରାଯିବା ପରେ ସ୍ବର୍ଣ୍ଣବେଶ କରାଯାଇ ନୈବିଦ୍ୟ ଅର୍ପଣ କରାଯାଇଥିଲା। ଅପରାହ୍ନରେ ବିଶେଷ ଷୋଡ଼ଶୋପଚାର ପୂଜା ଆରମ୍ଭ ହୋଇ ଯଜ୍ଞ ବେଦିରେ କଳସ ପୂଜା ହୋଇଥିଲା। ରଥରେ ବିଜେ ପ୍ରତିମାଙ୍କ ପୂଜା ସରିବା ପରେ ମା’ଙ୍କୁ ନୀତି ଲାଗି ପହୁଡ଼ ହୋଇଥିଲା। ଅପରାହ୍ନରେ ମା’ଙ୍କ ପହଡ଼ ଖୋଲିବା ପରେ ଅଙ୍ଗଲାଗି ସେବାୟତ ଗର୍ଭଗୃହରୁ ମା’ଙ୍କର ଆର୍ଶବାଡ଼ି ଧରି ରଥରେ ବିଜେ ହେବା ପରେ ରଥଟଣା ହୋଇଥିଲା।
ସନ୍ଧ୍ୟାରେ ରଥ ଟଣାପରେ ମା’ଙ୍କର ଆର୍ଶାବାଡି ଗର୍ଭ ଗୃହରେ ଅଙ୍ଗଲାଗି ସେବାୟତ ରଖିଥିଲେ। ପରେ ମା’ଙ୍କ ଆରତି ହୋଇଥିଲା। ଅଷ୍ଟମି ତିଥି ଅନୁଯାୟୀ ମା’ଙ୍କ ଷୋଡଶୋପାଚାର ପୂଜା ସହିତ କଳସ ପୂଜା ହୋଇଥିଲା। ପଞ୍ଚମୀ ଦିନରୁ ଆରମ୍ଭ ହୋଇଥିବା ଯାଜ୍ଞ ମହାଷ୍ଟରେ ପୂର୍ଣ୍ଣାହୁତି ହୋଇଛି। ଷୋଳକଳସ ପୂଜା ମଧ୍ୟ ଶେଷ ହୋଇଛି। ରଥରେ ବିଜେ ପ୍ରତିମାଙ୍କ ଷୋଡ଼ଶୋପଚାର ହେବା ପରେ ମା’ଙ୍କୁ ନୀତି ଅର୍ପଣ କରାଯାଇ ପହଡ଼ କରାଯାଇଥିଲା। ମା’ଙ୍କ ଷୋଡ଼ଶୋପାଚାର ପୂଜା, ଯଜ୍ଞ କାର୍ଯ୍ୟକ୍ରମ, ରଥରେ ବିଜେପ୍ରତିମା ପୂଜା ଏବଂ ଷୋଳକଳସ ପୂଜାକୁ ମନ୍ଦିରର ପୁରୋଧା, ପୂଜକ ଓ ମା’ଙ୍କ ଶ୍ରୀଅଙ୍ଗଲାଗି ସେବାୟତମାନେ ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri