Posted inଫୁରସତ

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା। ପୋଥି ଅନୁଯାୟୀ ଶ୍ରୀମନ୍ଦିର ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରାଯାଇଥିଲା। ଶ୍ରୀମନ୍ଦିର ପୁରାତନ କାଗଜାତରୁ ଆମେ ସୂଚନା ପାଇଥିଲୁ ୩୪ଟି ରାଜମୁକୁଟ ଭିତର ଭଣ୍ଡାରରେ ଥିଲା। (ତଥ୍ୟ- ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ଦାଶ)। ଆମର ଉତ୍ସୁକତା ବଢ଼ିଲା। ପରମ୍ପରା ଅନୁଯାୟୀ ଓଡ଼ିଶାର ଗଜପତିମାନେ ଯୁଦ୍ଧରେ ପ୍ରତିପକ୍ଷକୁ ପରାସ୍ତ କରିବା ପରେ ପରାଜିତ ରାଜା/ମହାରାଜାମାନେ ନିଜର ରାଜମୁକୁଟକୁ ଗଜପତିଙ୍କୁ ହସ୍ତାନ୍ତର କରୁଥିଲେ। ଅନୁସନ୍ଧାନରୁ ଜାଣିଲୁ ଓଡ଼ିଶାର ପ୍ରାଚୀନ ସେନାବାହିନୀ ଗଡ଼, ଦୁର୍ଗ ଓ ସାମ୍ରାଜ୍ୟ ସମୁଦାୟ ୪୬ଟିରେ ବିଜୟଲାଭ କରିଥିଲେ। ତେଣୁ ଆଉ ୧୨ଟି ରାଜମୁକୁଟ କେଉଁଠି ରହିଲା ତା’ର ସୂଚନା ନାହିଁ। ତେବେ କ’ଣ ଲାଙ୍ଗୁଳା ନରସିଂହଦେବ, ତୁଗଇନ୍‌ ଖଁାଙ୍କ ମହଲରୁ ଆଣିଥିବା ସେଇ ୧୨ଟି ମୁକୁଟକୁ ମିଶାଇ ୪୬ଟି ହେବ? ଏହା ସମ୍ଭାବନା ମାତ୍ର। ଆମେ ଅନୁସନ୍ଧାନରୁ ଦୂରେଇ ଯାଇନୁ। ଚାଲୁ ରହିଛି।
ସେହି ଯୁଦ୍ଧରୁ ଫେରିବା ପରେ ମହାଶ୍ରମ ଆଦେଶ ଦେଇଥିଲେ- ନିଜର ଏକ ସ୍ବତନ୍ତ୍ର ବିଗ୍ରହ ଗଢ଼ିବା ପାଇଁ। ଶିବେଇ ସାମନ୍ତରାୟ ହଁ ତ ଭରିଲେ! ଟିକିଏ ମହାଶ୍ରମଙ୍କ ମୁହଁକୁ ଚାହିଁଲେ। ଗଜପତି ବୁଝିପାରିଲେ। କହିଲେ- ଜଣେ ଯୋଦ୍ଧା ଯୁଦ୍ଧରୁ ବିଜୟଲାଭ କରି ଫେରିବାର ମୁଦ୍ରାରେ ବିଗ୍ରହ ନିର୍ମାଣ ହେବ। ବିଜୟୀ ବିଗ୍ରହ। ଶିବେଇ ସାମନ୍ତରା କହିଲେ- ନିଶ୍ଚୟ ହେବ। ସେଥିପାଇଁ ସେ ବରାଦ କଲେ ୨୫ ମାଢ଼ ସୁନା।
ଶିବେଇ ସାମନ୍ତରାୟ ବିଜୟୀ ବିଗ୍ରହ ନିର୍ମାଣ ପାଇଁ ଆଦେଶ ଦେବା ପରେ ଗର୍ଭଗୃହ କାର୍ଯ୍ୟ ଆରମ୍ଭ କରିଥିଲେ। ଗର୍ଭପିଣ୍ଡି ବାସ୍ତୁ ଅନୁସାରେ ମାପଚୁପ ହେଲା। ଗିରିଧର ମହାପାତ୍ର ଅନୁରୋଧ କଲେ ନବଗ୍ରହ ପଥର ସ୍ତମ୍ଭର ତଳଭାଗ ଖୋଦେଇ ସରିଛି, ଆପଣ ଆସି ଟିକେ ଦେଖିଦିଅନ୍ତୁ। ସୂତ୍ରଧର (ଶିବେଇ ସାମନ୍ତରାୟ) ଦେଖି ସାରିବା ପରେ ସହମତ ହେଲେ। ସେତିକିବେଳେ ଦାମ ମହାପାତ୍ର କହିଲେ ମୋ କାମ ସରିଯାଇଛି। ନିର୍ମାଣ ନିୟମ ଅନୁସାରେ ତାହାକୁ ହସ୍ତାନ୍ତର କରିବାକୁ ଚାହୁଁଛି। ସୂତ୍ରଧର କହିଲେ, ତମେ ପରା ଚାରି ବାହୁ ବିଶିଷ୍ଟ ବିରଞ୍ଚତ୍ ନାରାୟଣଙ୍କର ବିଗ୍ରହ ନିର୍ମାଣ କରୁଥିଲ। ସମାପ୍ତ ହୋଇଛି? ଦାମ ମହାପାତ୍ର ତାଙ୍କୁ ପାଛୋଟି ନେଲେ। ସୂତ୍ରଧର ଦେଖିଲେ ଦୁଇ ହାତରେ ପଦ୍ମ ଅଛି। ଗୋଟିଏ ହାତରେ ବେଦପୁସ୍ତକ। ଅନ୍ୟ ହାତରେ କମଣ୍ଡଳୁ। ଶ୍ରୀସୂର୍ଯ୍ୟ ଓ ଶ୍ରୀବ୍ରହ୍ମାଙ୍କର ଏହି ମିଳିତ ବିଗ୍ରହ ଦେଖି ଦଣ୍ଡେ ଅଟକିଗଲେ ସୂତ୍ରଧର।
ସୂତ୍ରଧର ପୁଣି ଫେରିଗଲେ ଗର୍ଭଗୃହକୁ। ରାମ ମହାପାତ୍ର, ମଧୁ ଓ ବିଶ୍ୱନାଥ ମହାପାତ୍ରଙ୍କୁ ସିଂହାସନ ନିର୍ମାଣର ମାପଦେଲେ। ସେମାନେ ପାଞ୍ଚଜଣ ପଥୁରିଆଙ୍କ ସହିତ କାର୍ଯ୍ୟ ସମାପ୍ତ କରିବେ ବୋଲି କହିବା ପରେ ସୂତ୍ରଧର ମୁଖଶାଳା ନିକଟରେ ପହଞ୍ଚତ୍ଥିଲେ। ମୁଖଶାଳାର ଦୁଆରବନ୍ଧ ସୂକ୍ଷ୍ମକାମ ଦାୟିତ୍ୱରେ ଥିଲେ ଗଦାଧର ମହାପାତ୍ର ଓ ରାମ ମହାରଣା। ଏହାପରେ ନିଧି ମହାରଣାଙ୍କ ନେତୃତ୍ୱରେ ୨୪ଜଣ ନିଯୁକ୍ତ ହୋଇଥିଲେ ସିଂହଦ୍ୱାର ଗୁମୁଟ ନିର୍ମାଣ କାର୍ଯ୍ୟ ପାଇଁ। ଶ୍ରୀପଦ୍ମକେଶର ମନ୍ଦିରର ଉତ୍ତରଦ୍ୱାର ପାଇଁ ‘ହାତୀଦ୍ୱାର’ ଓ ଦକ୍ଷିଣଦ୍ୱାର ପାଇଁ ‘ଘୋଡ଼ାଦ୍ୱାର’ ଶବ୍ଦ ବ୍ୟବହାର ହୋଇଥିବାର ଦେଖାଯାଏ। ଶିଳ୍ପୀମାନଙ୍କୁ ପାଣି ଓ ପାନ ଯୋଗାଇବା ବ୍ୟବସ୍ଥା ହୋଇଥିବା କଥା ପୂର୍ବରୁ ସୂଚନା ଦେଇଥିଲୁ। ଦୋଳ ପୂର୍ଣ୍ଣମୀ ପୂର୍ବରୁ ପାଣି ଯୋଗାଉଥିବା ସମିୟାକୁ ୨୪ ଗୌଣୀ ଧାନ ଦିଆଯିବା ପରେ କାମ ବନ୍ଦ ହୋଇଥିଲା। ତିନି କାହାଣ କଉଡ଼ି ଦିଆଯାଇଥିଲା ‘ଫଗୁ’ କିଣାଯିବା ପାଇଁ। ଫଗୁଖେଳ ପାଇଁ ଦୁଇଦିନ କାର୍ଯ୍ୟ ବନ୍ଦ ହେଲା।
ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ବେଳର ବ୍ୟବସ୍ଥା ଜାଣିବା ପରେ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁଛି, କେମିତି ଲେଖକମାନେ କଳ୍ପନା କରି ଲେଖିଲେ ଶିଳ୍ପୀମାନଙ୍କୁ ନିର୍ଯାତନା ଦିଆଯାଉଥିଲା ବୋଲି! ଆଶ୍ଚର୍ଯ୍ୟ ତ ଲାଗୁଛି, କିନ୍ତୁ ସେମାନେ ଯେଉଁ ଚମକ ସୃଷ୍ଟି କରିବା ପାଇଁ ଓଡ଼ିଶାର ରାଜ ବ୍ୟବସ୍ଥା ତଥା ମନ୍ଦିର ନିର୍ମାଣ ବ୍ୟବସ୍ଥାକୁ ବିଶିଆଙ୍ଗୁଠି ଦେଖାଇଲେ ତାହା କାହାକୁ ନିନ୍ଦିତ କଲା?
ପୋଥିର ତଥ୍ୟ ଅନୁଯାୟୀ ଦୁଇ ମାସ ଧରି ଲଗାତାର ପଥର କାମ କରୁଥିବା ୩୨ଜଣ ଶିଳ୍ପୀଙ୍କୁ ଦୋଳ ଉତ୍ସବ ଅବସରରେ ନିଜ ନିଜ ଘରକୁ ବିଶ୍ରାମ ପାଇଁ ପଠାଯାଇଥିଲା। ଆଶ୍ଚର୍ଯ୍ୟ ହେବାକୁ ପଡ଼େ ସେମାନେ ଘରକୁ ଯିବା ପାଇଁ ବାଟଖର୍ଚ୍ଚ ନିଜ ପାଉଣାରୁ ଖର୍ଚ୍ଚ କରି ନ ଥିଲେ। ରାସ୍ତାରେ ଖାଦ୍ୟ ଗ୍ରହଣ ପାଇଁ ଚାଉଳ ମଧ୍ୟ ଦିଆଯାଇଥିଲା। ସମ୍ମାନର କଥା। ସେବେଳେ ଆଜିକାଲି ପରି ଭୋଜନାଳୟ ବ୍ୟବସ୍ଥା ରାସ୍ତା କଡ଼ରେ ନ ଥିଲା। ରୋଷେଇ କରି ଖାଇବାକୁ ପଡ଼ୁଥିଲା। ସେଥିପାଇଁ ପ୍ରଶାସନିକ ସ୍ତରରେ ସୁବ୍ୟବସ୍ଥା କରାଯିବା, ଗୋଟାଏ ଜାତିର ମହନୀୟତାକୁ ପ୍ରମାଣିତ କରିଥାଏ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri