Posted inଫୁରସତ

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା। ପୋଥି ଅନୁଯାୟୀ ଶ୍ରୀମନ୍ଦିର ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରାଯାଇଥିଲା। ଶ୍ରୀମନ୍ଦିର ପୁରାତନ କାଗଜାତରୁ ଆମେ ସୂଚନା ପାଇଥିଲୁ ୩୪ଟି ରାଜମୁକୁଟ ଭିତର ଭଣ୍ଡାରରେ ଥିଲା। (ତଥ୍ୟ- ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ଦାଶ)। ଆମର ଉତ୍ସୁକତା ବଢ଼ିଲା। ପରମ୍ପରା ଅନୁଯାୟୀ ଓଡ଼ିଶାର ଗଜପତିମାନେ ଯୁଦ୍ଧରେ ପ୍ରତିପକ୍ଷକୁ ପରାସ୍ତ କରିବା ପରେ ପରାଜିତ ରାଜା/ମହାରାଜାମାନେ ନିଜର ରାଜମୁକୁଟକୁ ଗଜପତିଙ୍କୁ ହସ୍ତାନ୍ତର କରୁଥିଲେ। ଅନୁସନ୍ଧାନରୁ ଜାଣିଲୁ ଓଡ଼ିଶାର ପ୍ରାଚୀନ ସେନାବାହିନୀ ଗଡ଼, ଦୁର୍ଗ ଓ ସାମ୍ରାଜ୍ୟ ସମୁଦାୟ ୪୬ଟିରେ ବିଜୟଲାଭ କରିଥିଲେ। ତେଣୁ ଆଉ ୧୨ଟି ରାଜମୁକୁଟ କେଉଁଠି ରହିଲା ତା’ର ସୂଚନା ନାହିଁ। ତେବେ କ’ଣ ଲାଙ୍ଗୁଳା ନରସିଂହଦେବ, ତୁଗଇନ୍‌ ଖଁାଙ୍କ ମହଲରୁ ଆଣିଥିବା ସେଇ ୧୨ଟି ମୁକୁଟକୁ ମିଶାଇ ୪୬ଟି ହେବ? ଏହା ସମ୍ଭାବନା ମାତ୍ର। ଆମେ ଅନୁସନ୍ଧାନରୁ ଦୂରେଇ ଯାଇନୁ। ଚାଲୁ ରହିଛି।
ସେହି ଯୁଦ୍ଧରୁ ଫେରିବା ପରେ ମହାଶ୍ରମ ଆଦେଶ ଦେଇଥିଲେ- ନିଜର ଏକ ସ୍ବତନ୍ତ୍ର ବିଗ୍ରହ ଗଢ଼ିବା ପାଇଁ। ଶିବେଇ ସାମନ୍ତରାୟ ହଁ ତ ଭରିଲେ! ଟିକିଏ ମହାଶ୍ରମଙ୍କ ମୁହଁକୁ ଚାହିଁଲେ। ଗଜପତି ବୁଝିପାରିଲେ। କହିଲେ- ଜଣେ ଯୋଦ୍ଧା ଯୁଦ୍ଧରୁ ବିଜୟଲାଭ କରି ଫେରିବାର ମୁଦ୍ରାରେ ବିଗ୍ରହ ନିର୍ମାଣ ହେବ। ବିଜୟୀ ବିଗ୍ରହ। ଶିବେଇ ସାମନ୍ତରା କହିଲେ- ନିଶ୍ଚୟ ହେବ। ସେଥିପାଇଁ ସେ ବରାଦ କଲେ ୨୫ ମାଢ଼ ସୁନା।
ଶିବେଇ ସାମନ୍ତରାୟ ବିଜୟୀ ବିଗ୍ରହ ନିର୍ମାଣ ପାଇଁ ଆଦେଶ ଦେବା ପରେ ଗର୍ଭଗୃହ କାର୍ଯ୍ୟ ଆରମ୍ଭ କରିଥିଲେ। ଗର୍ଭପିଣ୍ଡି ବାସ୍ତୁ ଅନୁସାରେ ମାପଚୁପ ହେଲା। ଗିରିଧର ମହାପାତ୍ର ଅନୁରୋଧ କଲେ ନବଗ୍ରହ ପଥର ସ୍ତମ୍ଭର ତଳଭାଗ ଖୋଦେଇ ସରିଛି, ଆପଣ ଆସି ଟିକେ ଦେଖିଦିଅନ୍ତୁ। ସୂତ୍ରଧର (ଶିବେଇ ସାମନ୍ତରାୟ) ଦେଖି ସାରିବା ପରେ ସହମତ ହେଲେ। ସେତିକିବେଳେ ଦାମ ମହାପାତ୍ର କହିଲେ ମୋ କାମ ସରିଯାଇଛି। ନିର୍ମାଣ ନିୟମ ଅନୁସାରେ ତାହାକୁ ହସ୍ତାନ୍ତର କରିବାକୁ ଚାହୁଁଛି। ସୂତ୍ରଧର କହିଲେ, ତମେ ପରା ଚାରି ବାହୁ ବିଶିଷ୍ଟ ବିରଞ୍ଚତ୍ ନାରାୟଣଙ୍କର ବିଗ୍ରହ ନିର୍ମାଣ କରୁଥିଲ। ସମାପ୍ତ ହୋଇଛି? ଦାମ ମହାପାତ୍ର ତାଙ୍କୁ ପାଛୋଟି ନେଲେ। ସୂତ୍ରଧର ଦେଖିଲେ ଦୁଇ ହାତରେ ପଦ୍ମ ଅଛି। ଗୋଟିଏ ହାତରେ ବେଦପୁସ୍ତକ। ଅନ୍ୟ ହାତରେ କମଣ୍ଡଳୁ। ଶ୍ରୀସୂର୍ଯ୍ୟ ଓ ଶ୍ରୀବ୍ରହ୍ମାଙ୍କର ଏହି ମିଳିତ ବିଗ୍ରହ ଦେଖି ଦଣ୍ଡେ ଅଟକିଗଲେ ସୂତ୍ରଧର।
ସୂତ୍ରଧର ପୁଣି ଫେରିଗଲେ ଗର୍ଭଗୃହକୁ। ରାମ ମହାପାତ୍ର, ମଧୁ ଓ ବିଶ୍ୱନାଥ ମହାପାତ୍ରଙ୍କୁ ସିଂହାସନ ନିର୍ମାଣର ମାପଦେଲେ। ସେମାନେ ପାଞ୍ଚଜଣ ପଥୁରିଆଙ୍କ ସହିତ କାର୍ଯ୍ୟ ସମାପ୍ତ କରିବେ ବୋଲି କହିବା ପରେ ସୂତ୍ରଧର ମୁଖଶାଳା ନିକଟରେ ପହଞ୍ଚତ୍ଥିଲେ। ମୁଖଶାଳାର ଦୁଆରବନ୍ଧ ସୂକ୍ଷ୍ମକାମ ଦାୟିତ୍ୱରେ ଥିଲେ ଗଦାଧର ମହାପାତ୍ର ଓ ରାମ ମହାରଣା। ଏହାପରେ ନିଧି ମହାରଣାଙ୍କ ନେତୃତ୍ୱରେ ୨୪ଜଣ ନିଯୁକ୍ତ ହୋଇଥିଲେ ସିଂହଦ୍ୱାର ଗୁମୁଟ ନିର୍ମାଣ କାର୍ଯ୍ୟ ପାଇଁ। ଶ୍ରୀପଦ୍ମକେଶର ମନ୍ଦିରର ଉତ୍ତରଦ୍ୱାର ପାଇଁ ‘ହାତୀଦ୍ୱାର’ ଓ ଦକ୍ଷିଣଦ୍ୱାର ପାଇଁ ‘ଘୋଡ଼ାଦ୍ୱାର’ ଶବ୍ଦ ବ୍ୟବହାର ହୋଇଥିବାର ଦେଖାଯାଏ। ଶିଳ୍ପୀମାନଙ୍କୁ ପାଣି ଓ ପାନ ଯୋଗାଇବା ବ୍ୟବସ୍ଥା ହୋଇଥିବା କଥା ପୂର୍ବରୁ ସୂଚନା ଦେଇଥିଲୁ। ଦୋଳ ପୂର୍ଣ୍ଣମୀ ପୂର୍ବରୁ ପାଣି ଯୋଗାଉଥିବା ସମିୟାକୁ ୨୪ ଗୌଣୀ ଧାନ ଦିଆଯିବା ପରେ କାମ ବନ୍ଦ ହୋଇଥିଲା। ତିନି କାହାଣ କଉଡ଼ି ଦିଆଯାଇଥିଲା ‘ଫଗୁ’ କିଣାଯିବା ପାଇଁ। ଫଗୁଖେଳ ପାଇଁ ଦୁଇଦିନ କାର୍ଯ୍ୟ ବନ୍ଦ ହେଲା।
ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ବେଳର ବ୍ୟବସ୍ଥା ଜାଣିବା ପରେ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁଛି, କେମିତି ଲେଖକମାନେ କଳ୍ପନା କରି ଲେଖିଲେ ଶିଳ୍ପୀମାନଙ୍କୁ ନିର୍ଯାତନା ଦିଆଯାଉଥିଲା ବୋଲି! ଆଶ୍ଚର୍ଯ୍ୟ ତ ଲାଗୁଛି, କିନ୍ତୁ ସେମାନେ ଯେଉଁ ଚମକ ସୃଷ୍ଟି କରିବା ପାଇଁ ଓଡ଼ିଶାର ରାଜ ବ୍ୟବସ୍ଥା ତଥା ମନ୍ଦିର ନିର୍ମାଣ ବ୍ୟବସ୍ଥାକୁ ବିଶିଆଙ୍ଗୁଠି ଦେଖାଇଲେ ତାହା କାହାକୁ ନିନ୍ଦିତ କଲା?
ପୋଥିର ତଥ୍ୟ ଅନୁଯାୟୀ ଦୁଇ ମାସ ଧରି ଲଗାତାର ପଥର କାମ କରୁଥିବା ୩୨ଜଣ ଶିଳ୍ପୀଙ୍କୁ ଦୋଳ ଉତ୍ସବ ଅବସରରେ ନିଜ ନିଜ ଘରକୁ ବିଶ୍ରାମ ପାଇଁ ପଠାଯାଇଥିଲା। ଆଶ୍ଚର୍ଯ୍ୟ ହେବାକୁ ପଡ଼େ ସେମାନେ ଘରକୁ ଯିବା ପାଇଁ ବାଟଖର୍ଚ୍ଚ ନିଜ ପାଉଣାରୁ ଖର୍ଚ୍ଚ କରି ନ ଥିଲେ। ରାସ୍ତାରେ ଖାଦ୍ୟ ଗ୍ରହଣ ପାଇଁ ଚାଉଳ ମଧ୍ୟ ଦିଆଯାଇଥିଲା। ସମ୍ମାନର କଥା। ସେବେଳେ ଆଜିକାଲି ପରି ଭୋଜନାଳୟ ବ୍ୟବସ୍ଥା ରାସ୍ତା କଡ଼ରେ ନ ଥିଲା। ରୋଷେଇ କରି ଖାଇବାକୁ ପଡ଼ୁଥିଲା। ସେଥିପାଇଁ ପ୍ରଶାସନିକ ସ୍ତରରେ ସୁବ୍ୟବସ୍ଥା କରାଯିବା, ଗୋଟାଏ ଜାତିର ମହନୀୟତାକୁ ପ୍ରମାଣିତ କରିଥାଏ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?