ଏକତାର ପର୍ବ ମହାଶିବରାତ୍ରି

ସୃଷ୍ଟିରୂପୀ ରଙ୍ଗମଞ୍ଚରେ ପ୍ରତ୍ୟେକ ଦେଶ ଏବଂ ଜାତିର ଯେଉଁ ନିଜସ୍ବ କଳା, ସଂସ୍କୃତି ଓ ପରମ୍ପରା ରହିଛି ତାହା ଜୀବନରେ ନିତ୍ୟ ସରସତା ପ୍ରଦାନ କରେ । ଏହା ପ୍ରଚଳିତ ବହୁ ପର୍ବ ସଂଶ୍ଳିଷ୍ଟ ଆଧ୍ୟାତ୍ମିକ ରହସ୍ୟର ସ୍ପଷ୍ଟ ଅର୍ଥ ବୋଧ କରାଇ ଚରିତ୍ରକୁ ଶ୍ରେଷ୍ଠ, ପରିମାର୍ଜିତ, ଉଜ୍ଜ୍ୱଳ, ନୈତିକତା ସମ୍ପନ୍ନ କରାଏ। ଏହି ପର୍ବ ମଧ୍ୟ ସୂଚାଇ ଦିଏ ଯେ, ମନୁଷ୍ୟ ଯେକୌଣସି ଧର୍ମ, ଜାତି, ବର୍ଣ୍ଣ, ରଙ୍ଗ ହେଉନା କାହିଁକି ସମୁଦାୟ ମାନବ ସମାଜର ରକ୍ତ ଏକ ପ୍ରକାର। ଯେପରିକି ଫୁଲ ଭିନ୍ନ ଭିନ୍ନ ରଙ୍ଗର ହେଲେ ମଧ୍ୟ ମାଟି ଏକ ପ୍ରକାରର ଏବଂ ବଗିଚାର ମାଳୀ ମଧ୍ୟ ଏକ ତଥା ଅଭିନ୍ନ।
ସୌଭାଗ୍ୟର ବିଷୟ ମହା ପରିବର୍ତ୍ତନର ଏହି କ୍ରାନ୍ତିକାରୀ ସମୟରେ ପୁଣି ଥରେ ମନୁଷ୍ୟ ମନରେ ବିଶ୍ୱ ପରିବାର ‘ବସୁଧୈବ କୁଟୁମ୍ବକମ୍‌’ ତଥା ରାଷ୍ଟ୍ରୀୟ ଏକତାର ପରିକଳ୍ପନା ଦୃଢ଼ୀଭୂତ ହେବାରେ ଲାଗିଛି। ଧ୍ୟାନ ବିଶ୍ୱ ଏକତା, ଶାଶ୍ୱତ ଧର୍ମ, ବିଶ୍ୱ ବନ୍ଧୁତ୍ୱ, ସର୍ବଧର୍ମ ସମନ୍ବୟ ତଥା ରାଷ୍ଟ୍ରୀୟ ଏକତାର ପରିକଳ୍ପନା କେନ୍ଦ୍ରୀଭୂତ ହେଉଥିବା ଜଣାପଡ଼ିଛି। ଅବଶ୍ୟ କଲ୍ୟାଣକାରୀ ପରିବର୍ତ୍ତନର ଏହା ଏକ ଶୁଭ ସଙ୍କେତ।
ବିଭିନ୍ନ ଦେଶର ଲୋକପ୍ରିୟ ଚିର ପ୍ରଚଳିତ କିମ୍ବଦନ୍ତୀ ତଥା ଧର୍ମଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଅଛି ଯେ, ‘ବସୁଧୈବ କୁଟୁମ୍ବକମ୍‌’ ରୂପୀ ମହାନ୍‌ ସଂସ୍କୃତିର ଜନନୀ ‘ମହାଶିବରାତ୍ରି’ ପର୍ବ। କାରଣ ଏହି ଶିବରାତ୍ରି ସାର୍ବଧାର୍ମିକ, ସାର୍ବଭୌମିକ ଏବଂ ସାର୍ବଜନିକ ପର୍ବ ରୂପେ ମାନ୍ୟତା ପାଇ ଆସୁଅଛି। ଏହି ପର୍ବର ଜନ୍ମଦାତା ସୃଷ୍ଟିର ରଚୟିତା ନିରାକାର ସର୍ବ ଆତ୍ମାଙ୍କ ପିତା ସ୍ବୟଂ ଶିବ ଭଗବାନ। ଯାହାଙ୍କ ସ୍ମୃତି ଚିହ୍ନ ଜ୍ୟୋତିର୍ଲିଙ୍ଗମ୍‌ ରୂପେ ପ୍ରାୟ ସର୍ବତ୍ର ଦୃଷ୍ଟିଗୋଚର ହୁଏ। ଶିବ ପରମାତ୍ମାଙ୍କ ନାମ ଅନେକ, ଯେପରିକି ରାମେଶ୍ୱର, ଗୋପେଶ୍ୱର, ମହାକାଳେଶ୍ୱର, ଅମରନାଥ, ସୋମନାଥ, ବିଶ୍ୱନାଥ, ପଶୁପତି ନାଥ ଆଦି ପରମାତ୍ମାଙ୍କ ହିଁ ଦିବ୍ୟ କର୍ତ୍ତବ୍ୟ ତଥା ଗୁଣସମୂହର ସୂଚକ। ଶାକ୍ତ, ଗାଣପତ୍ୟ, ବୈଷ୍ଣବ୍ୟ ତଥା ସବୁ ବର୍ଗର ଭକ୍ତଗଣ ଶିବଙ୍କୁ ଭକ୍ତି କରିଥାନ୍ତି। ଭାରତରେ ୧୨ଗୋଟି ପ୍ରମୁଖ ଶିବମନ୍ଦିରକୁ ଜ୍ୟୋତିର୍ଲିଙ୍ଗମ୍‌ ମଠର ଆଖ୍ୟା ଦିଆଯାଇଛି। ସେଗୁଡିକ ହେଉଛି- ଗୁଜରାଟର ସୌରାଷ୍ଟ୍ରସ୍ଥିତ ସୋମନାଥ, ଦାରୁକା ବନରେ ନାଗେଶ୍ୱର, ଆନ୍ଧ୍ରପ୍ରଦେଶର ଶ୍ରୀଶୈଲମରେ ମଲ୍ଲିକାର୍ଜୁନ, ମଧ୍ୟପ୍ରଦେଶର ଉଜ୍ଜୟିନୀରେ ମହାକାଳେଶ୍ୱର, ବିନ୍ଧ୍ୟାଞ୍ଚଳରେ ଓଁକାରେଶ୍ୱର, ମହାରାଷ୍ଟ୍ରର ପରେଲୀଠାରେ ବୈଦ୍ୟନାଥ, ଡାକିନୀରେ ଭୀମଶଙ୍କର, ଗୋମତୀ ତଟରେ ତ୍ରୟମ୍ବକେଶ୍ୱର, ଦେବ ସରୋବରର ଶିଳାଳୟରେ ଘୃର୍ଣ୍ଣେଶ୍ୱର, ତାମିଲନାଡୁର ସେତୁବନ୍ଧରେ ରାମେଶ୍ୱର, ଉତ୍ତରପ୍ରଦେଶର କାଶୀଠାରେ ବିଶ୍ୱନାଥ ତଥା ହିମାଚଳ ପ୍ରଦେଶର ହିମାଳୟରେ କେଦାରନାଥ, ମହେଞ୍ଜୋଦାରୋ ଏବଂ ହରପ୍ପାରେ ଖୋଦନ ପରେ ମଧ୍ୟ ଶିବଙ୍କ ପ୍ରତିମା ପ୍ରାପ୍ତ ହୋଇଛି। ଭାରତବର୍ଷ ଅତିରିକ୍ତ ଇଣ୍ଡୋନେସିଆର ଜାଭା, ସୁମାତ୍ରା, ବ୍ରହ୍ମଦେଶ, ଥାଇଲାଣ୍ଡ, ଚାଇନା, ଇସ୍ରାଏଲ, ଶ୍ରୀଲଙ୍କା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଇଟାଲୀ, ଅଷ୍ଟ୍ରେଲିଆ, ହଙ୍ଗେରୀ, ସାଇବେରିଆ ମଧ୍ୟ ପରମାତ୍ମାଙ୍କର ଏହି ଜ୍ୟୋତିର୍ଲିଙ୍ଗମ୍‌ ସ୍ବରୂପକୁ କିଛି ଭିନ୍ନ ବରଂ ସମ୍ମାନାର୍ଥକ ନାମରେ ସ୍ମରଣ କରିବାର ଉଦାହରଣ ରହିଛି। ଏଥିରୁ ସ୍ପଷ୍ଟ ହୁଏ ଯେ, ନିରାକାର ଜ୍ୟୋତିସ୍ବରୂପ ପାରଲୌକିକ ପରମାତ୍ମା ଶିବ ହିଁ ସର୍ବ ଆତ୍ମାଙ୍କ ପରମପିତା ଏବଂ ସମଗ୍ର ମାନବ ସମାଜ ତାଙ୍କର ସନ୍ତାନ। ଜ୍ୟୋତିସ୍ବରୂପ ଆତ୍ମା ପରସ୍ପର ଭାଇ ଭାଇ ଏବଂ ଏହି ବିଶ୍ୱ ଏକ ପରିବାର ସଦୃଶ। ଆମ ମନରେ ଏହି ଚିନ୍ତାଧାରା ନିଶ୍ଚିତ ଭାବରେ ସର୍ବ ଧର୍ମ ସମନ୍ବୟ ଭାବାତ୍ମକ ଏକତା, ବିଶ୍ୱବନ୍ଧୁତ୍ୱ ତଥା ରାଷ୍ଟ୍ରୀୟ ଏକତାର ପରିକଳ୍ପନାକୁ ସାକାର କରିପାରିବ।
ସାଧାରଣତଃ ଶିବଙ୍କ ଅବତରଣ ବା ଜନ୍ମ ଉତ୍ସବକୁ ରାତ୍ରି ସହ ସଂଯୋଗ କରାଯିବାର ଯଥାର୍ଥ ରହସ୍ୟ ହେଲା ରାତ୍ରି ଶବ୍ଦ ନିଃସନ୍ଦେହରେ ଅଧର୍ମ, ଅପରାଧ, ଅପବିତ୍ରତା, ଅନଭିଜ୍ଞତା, ସଂକୀର୍ଣ୍ଣ ଦୃଷ୍ଟିକୋଣ ତଥା ଦୁର୍ଭାଗ୍ୟର ସଙ୍କେତ ଏବଂ ଏହାର ମାତ୍ରା କଳିଯୁଗର ଅନ୍ତିମ ସମୟରେ ଅତ୍ୟଧିକ ହୋଇଥାଏ। ଏହି ସମୟରେ ପରମାତ୍ମା ଶିବ ଏକ ସାଧାରଣ ଅନୁଭବୀ ବୃଦ୍ଧ ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଦିବ୍ୟ ଅବତରଣ କରି ବହୁ ସମୟରୁ ଲୁପ୍ତପ୍ରାୟ ଈଶ୍ୱରୀୟ ଜ୍ଞାନ ତଥା ସହଜ ରାଜଯୋଗର ଶିକ୍ଷା ଦେଇ ଆସୁଛନ୍ତି। ଅଜ୍ଞାନ ନିଦ୍ରାରେ ସୁପ୍ତ ମନୁଷ୍ୟକୁ ଶାଶ୍ୱତ ଜ୍ଞାନ, ପ୍ରେମ, ସୁଖ, ଶାନ୍ତି, ଆନନ୍ଦ ଓ ପବିତ୍ରତା ଆଦି ଦିବ୍ୟଗୁଣର ବରଦାନ ଦେଇ ‘ବସୁଧୈବ କୁଟୁମ୍ବକମ୍‌’ ଏବଂ ରାଷ୍ଟ୍ରୀୟ ଏକତାର ଭାବ ଧାରାରେ ପ୍ଳାବିତ କରାନ୍ତି। ଭବିଷ୍ୟ ସତ୍ୟଯୁଗୀ ଦୈବୀ ରାଜ୍ୟର ଅଧିକାରୀ ମଧ୍ୟ କରାଇଥାନ୍ତି। ଏଣୁ ପରାମାତ୍ମା  ଶିବଙ୍କର ଏହି ଅଜ୍ଞାନତାରୂପୀ ମହାରାତ୍ରିକୁ ସମାପ୍ତ କରିବାର ଆଧ୍ୟାତ୍ମିକ ରହସ୍ୟଯୁକ୍ତ ଦିବ୍ୟ ଅବତରଣର ସ୍ମୃତି ଉତ୍ସବକୁ ‘ମହାଶିବରାତ୍ରି’ କୁହାଯାଏ। ମହାଶିବରାତ୍ରିର ଯଥାର୍ଥ ରହସ୍ୟକୁ ହୃଦବୋଧ କରିବା ଦ୍ୱାରା ଆମ ବିଚାରରେ ପବିତ୍ରତା, ଦିବ୍ୟତା ତଥା ମହାନତାର ଭାବ ଜାଗ୍ରତ ହେବ ଏବଂ ଜୀବନ ଈଶ୍ୱରୀୟ ଗୁଣରେ ପରିପୂର୍ଣ୍ଣ ହେବ। ପର ଓ ଆପଣାର ଭେଦଭାବ ଦୂର ହୋଇ ଉଦାରଚିତ୍ତ ଭାବେ ସମସ୍ତ ଧର୍ମ, ସମ୍ପ୍ରଦାୟ, ବର୍ଗ ପ୍ରତି ଆତ୍ମିକ ସ୍ନେହ ପ୍ରେମର କିରଣ ସଞ୍ଚାରିତ ହେବ। ସର୍ବୋପରି ଏହି ବିଶ୍ୱରେ ରାଷ୍ଟ୍ରୀୟ ଏକତା ହିଁ ଆମ ମନରୁ ଅସୁରକ୍ଷା, ଚିନ୍ତା, ଈର୍ଷା, ଦ୍ୱେଷ, ଭୟ, ଅବିଶ୍ୱାସ ଆଦି ନକାରାତ୍ମକ ଚିନ୍ତାଧାରାକୁ ସମୂଳେ ନଷ୍ଟ କରି ପରସ୍ପରକୁ ନିବିଡ଼ ସ୍ନେହ ସମ୍ପର୍କରେ ବନ୍ଧାୟମାନ କରିପାରିବ। କିନ୍ତୁ ଏହି ଭାବ ବା ବିଚାର ଆଜିର ଦିବସରେ ସୀମିତ ନ ରହି ବରଂ ସବୁ ଦିନ ସକାଶେ ସର୍ବ ବ୍ୟକ୍ତିବିଶେଷଙ୍କ ମନରେ ସ୍ଥାନ ପାଇବା ଉଚିତ।
ପରମ ସୌଭାଗ୍ୟର କଥା ବର୍ତ୍ତମାନର ଅତି ଧର୍ମ ଗ୍ଳାନି ସମୟରେ ପତିତପାବନ ନିରାକାର ପରମପିତା ପରମାତ୍ମା ଶିବ ପୁଣି ଥରେ ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଆଜକୁ ଦୀର୍ଘ ୮୭ ବର୍ଷ ଧରି ପ୍ରବେଶ କରି ତାଙ୍କରି ମୁଖ କମଳ ମାଧ୍ୟମରେ ଈଶ୍ୱରୀୟ ଜ୍ଞାନ ତଥା ସହଜ ରାଜଯୋଗର ଶିକ୍ଷା ଦେଇ ଆତ୍ମାମାନଙ୍କ ମନରେ ବିଶ୍ୱ ବନ୍ଧୁତ୍ୱ ବିଶ୍ୱ ପ୍ରେମ ତଥା ରାଷ୍ଟ୍ରୀୟ ଏକତାରୂପୀ ସମଭାବ ସଞ୍ଚାର କରି ଆସୁଛନ୍ତି।

  • ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ
    କେନ୍ଦ୍ର ସଞ୍ଚାଳିକା, ଶାନ୍ତିକୁଣ୍ଡ,
    ଗିରିରୋଡ, ବ୍ରହ୍ମପୁର, ଗଞ୍ଜାମ

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri