Posted inଜାତୀୟ

ପୁଣି ରୋଚକ ମୋଡ଼ରେ ମହାରାଷ୍ଟ୍ର ରାଜନୀତି: ଏକୁଟିଆ ହୋଇଗଲେ ଏକନାଥ, ଉଦ୍ଧବଙ୍କ ନିକଟତର ଦେବେନ୍ଦ୍ର

ମୁମ୍ବାଇ,୧୮ା୭:ମହାରାଷ୍ଟ୍ର ବିଧାନ ପରିଷଦ ବିରୋଧୀ ଦଳ ନେତା ଶିବସେନା ୟୁବିଟିର ଅମ୍ବାଦାସ ଦାନ୍‌ଭେଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ସମ୍ବୋଧିତ କରି ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ କହିଥିଲେ, ଉଦ୍ଧବଜୀ ୨୦୨୯ ପର୍ଯ୍ୟନ୍ତ ସରକାର ବଦଳିବାର ସମ୍ଭାବନା ନାହିଁ। ଭାଜପା ଆପଣଙ୍କ ସହ ବିରୋଧୀ ପକ୍ଷରେ ସାମିଲ ହେବାକୁ ଯାଉନାହିଁ। କିନ୍ତୁ ଆପଣଙ୍କ ପାଇଁ ପଟ୍ଟ ପରିବର୍ତ୍ତନର ସୁଯୋଗ ରହିଛି; ଆସନ୍ତୁ ସରକାରରେ ସାମିଲ ହୁଅନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ମହାରାଷ୍ଟ୍ରରେ ଦୁଇ ହିନ୍ଦୁତ୍ୱବାଦୀ ପୂର୍ବ ସହଯୋଗୀ ପୁଣି ଏକାଠି ହେବା ସମ୍ପର୍କରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫଡ୍‌ନବିସଙ୍କ ଅଫରକୁ ଉଦ୍ଧବ ବୁଧବାର ‘ଜୋକ୍‌’ ବୋଲି କହିଥିଲେ। କିନ୍ତୁ ଏହାର ୨୪ ଘଣ୍ଟା ନ ପୂରୁଣୁ ଉଦ୍ଧବ ଓ ତାଙ୍କ ପୁଅ ଆଦିତ୍ୟ ଠାକ୍‌ରେ ବିଧାନ ପରିଷଦ ଅଧ୍ୟକ୍ଷ ରାମ ଶିନ୍ଦେଙ୍କ ଚ୍ୟାମ୍ବରରେ ଫଡ୍‌ନବିସଙ୍କୁ ଭେଟିଛନ୍ତି। ଠାକ୍‌ରେ ପିତାପୁତ୍ର ଓ ଫଡ୍‌ନବିସଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିବାବେଳେ ଉଭୟ ପକ୍ଷଙ୍କ ଦଳରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
୨୦୧୯ ବିଧାନସଭା ନିର୍ବାଚନ ପରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଅବିଭକ୍ତ ଶିବସେନା ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏହାର ଦୀର୍ଘ ସହଯୋଗୀ ଭାଜପା ସହ ସମ୍ପର୍କ ତୁଟାଇଦେଇଥିଲା। ପରେ ଏକନାଥ ଶିନ୍ଦେ ଶିବସେନାର ଏକ ବଡ଼ ଗୋଷ୍ଠୀକୁ ଧରି ଭାଜପା ସହ ମିଶି ସରକାର ଗଢ଼ିଥିଲେ। ଶିନ୍ଦେ ବର୍ତ୍ତମାନ ଫଡ୍‌ନବିସଙ୍କ ନେତୃତ୍ୱାଧୀନ ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଗତ ଫେବୃଆରୀ ୨୨ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ପୁଣେର ଏକ ହେଟୋଲରେ ଅବସ୍ଥାନ କରିଥିବାବେଳେ ଶିନ୍ଦେ ତାଙ୍କ ପାଖକୁ ଫଡ୍‌ନବିସଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିଲେ। ଏହି ସରକାରରେ ମୋର ଆଉ ସମ୍ମାନ ରହିନାହିଁ। କାରଣ ମୁଁ ପୂର୍ବରୁ ନେଇଥିବା ବଡ଼ ନିଷ୍ପତ୍ତିଗୁଡ଼ିକୁ ଫଡ୍‌ନବିସ ପଲଟାଇ ଦେଉଛନ୍ତି ବୋଲି କୁଆଡ଼େ ଶିନ୍ଦେ ଶାହାଙ୍କ ଆଗରେ ଅଭିଯୋଗ କରିଥିଲେ। ଏହା ଶୁଣିବା ପରେ ଶାହା କହିଥିଲେ, ଭାଜପା ପାଖରେ ୧୨୫ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ଆପଣ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ହେବାକୁ ଚାହୁଁଥିଲେ ନିଜ ଶିବସେନା ଗୋଷ୍ଠୀକୁ ଭାଜପାରେ ମିଶ୍ରଣ କରାନ୍ତୁ। ଏହି ବିଷୟ ଶିବସେନା ୟୁବିଟି ମୁଖପତ୍ର ‘ସାମ୍ନା’ରେ ମାର୍ଚ୍ଚ ପହିଲାରେ ପ୍ରକାଶ ପାଇଥିଲା।
ସେବେଠୁ ରାଜନୀତିରେ ଅନେକ ପାଣି ବହିଗଲାଣି। ଆଗକୁ ବିଏମ୍‌ସି, ପୁଣେ, ନାଗପୁର, ଠାଣେ, ନାସିକ୍‌, ନଭିମୁମ୍ବାଇ, ଛତ୍ରପତି ଶମ୍ଭାଜୀନଗର ଓ କଲ୍ୟାଣ-ଦୋମ୍ବିଭଲି ସମେତ ମହାରାଷ୍ଟ୍ରର ୨୯ ମହାନଗର ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଭାରତର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସିରେ ୨୨୭ ଆସନ ଥିବାବେଳେ ବର୍ତ୍ତମାନ ଅବିଭକ୍ତ ଶିବସେନାର ୮୪, ଭାଜପା ୮୨, କଂଗ୍ରେସ ୩୧, ଏନ୍‌ସିପି ୯, ଏମ୍‌ଏନ୍‌ଏସ୍‌ ୭ ଏବଂ ସମାଜବାଦୀ ପାର୍ଟିର ୬ କର୍ପୋରେଟର ରହିଛନ୍ତି। ପୌର ନିର୍ବାଚନ ପୂର୍ବରୁ ଶିବସେନା ୟୁବିଟି ଏବଂ ଏମ୍‌ଏନ୍‌ଏସ୍‌ ଭାଜପା ସହ ହାତ ମିଳାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ପଦକୁ ଖସିଆସିଥିବା ଅସନ୍ତୁଷ୍ଟ ଶିନ୍ଦେ ଗୋଟି ଚଳାଇବା ଆରମ୍ଭ କରିଛନ୍ତି। ସେ ରିପବ୍ଲିକାନ୍‌ ସେନା ନେତା ଆନନ୍ଦରାଜ ଆମ୍ବେଡକରଙ୍କ ସହ ମେଣ୍ଟ ଘୋଷଣା କରିଛନ୍ତି। ମରାଠା ଏବଂ ଦଳିତ ଭୋଟରଙ୍କ ସମର୍ଥନ ହାସଲ ପାଇଁ ଉଭୟେ ‘ଶିବଶକ୍ତି ଓ ଭୀମଶକ୍ତି’ର ମିଳନ ହୋଇଥିବା ପ୍ରକାଶ କରିଛନ୍ତି। ଆନନ୍ଦରାଜ ହେଉଛନ୍ତି, ବଞ୍ଚତ୍ତ ବହୁଜନ ଅଘାଡ଼ି (ଭିବିଏ) ମୁଖ୍ୟ ପ୍ରକାଶ ଆମ୍ବେଡକରଙ୍କ ସାନଭାଇ। ଉଭୟେ ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଡକରଙ୍କ ନାତି। ପ୍ରକାଶଙ୍କ ଦଳ ଭିବିଏ ଆନନ୍ଦରାଜଙ୍କ ଏହି ପଦକ୍ଷେପକୁ ସମାଲୋଚନା କରିଛି। ଆମ୍ବେଡକରଙ୍କ ସମ୍ବିଧାନକୁ ବଦଳାଇବାକୁ ଚାହୁଁଥିବା ତତ୍ତ୍ୱ ସହ ଆନନ୍ଦରାଜ ହାତ ମିଳାଇବା ଦୁର୍ଭାଗ୍ୟଜନକ ବୋଲି ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri