Posted inଜାତୀୟ

ପୁଣି ରୋଚକ ମୋଡ଼ରେ ମହାରାଷ୍ଟ୍ର ରାଜନୀତି: ଏକୁଟିଆ ହୋଇଗଲେ ଏକନାଥ, ଉଦ୍ଧବଙ୍କ ନିକଟତର ଦେବେନ୍ଦ୍ର

ମୁମ୍ବାଇ,୧୮ା୭:ମହାରାଷ୍ଟ୍ର ବିଧାନ ପରିଷଦ ବିରୋଧୀ ଦଳ ନେତା ଶିବସେନା ୟୁବିଟିର ଅମ୍ବାଦାସ ଦାନ୍‌ଭେଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ସମ୍ବୋଧିତ କରି ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ କହିଥିଲେ, ଉଦ୍ଧବଜୀ ୨୦୨୯ ପର୍ଯ୍ୟନ୍ତ ସରକାର ବଦଳିବାର ସମ୍ଭାବନା ନାହିଁ। ଭାଜପା ଆପଣଙ୍କ ସହ ବିରୋଧୀ ପକ୍ଷରେ ସାମିଲ ହେବାକୁ ଯାଉନାହିଁ। କିନ୍ତୁ ଆପଣଙ୍କ ପାଇଁ ପଟ୍ଟ ପରିବର୍ତ୍ତନର ସୁଯୋଗ ରହିଛି; ଆସନ୍ତୁ ସରକାରରେ ସାମିଲ ହୁଅନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ମହାରାଷ୍ଟ୍ରରେ ଦୁଇ ହିନ୍ଦୁତ୍ୱବାଦୀ ପୂର୍ବ ସହଯୋଗୀ ପୁଣି ଏକାଠି ହେବା ସମ୍ପର୍କରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫଡ୍‌ନବିସଙ୍କ ଅଫରକୁ ଉଦ୍ଧବ ବୁଧବାର ‘ଜୋକ୍‌’ ବୋଲି କହିଥିଲେ। କିନ୍ତୁ ଏହାର ୨୪ ଘଣ୍ଟା ନ ପୂରୁଣୁ ଉଦ୍ଧବ ଓ ତାଙ୍କ ପୁଅ ଆଦିତ୍ୟ ଠାକ୍‌ରେ ବିଧାନ ପରିଷଦ ଅଧ୍ୟକ୍ଷ ରାମ ଶିନ୍ଦେଙ୍କ ଚ୍ୟାମ୍ବରରେ ଫଡ୍‌ନବିସଙ୍କୁ ଭେଟିଛନ୍ତି। ଠାକ୍‌ରେ ପିତାପୁତ୍ର ଓ ଫଡ୍‌ନବିସଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିବାବେଳେ ଉଭୟ ପକ୍ଷଙ୍କ ଦଳରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
୨୦୧୯ ବିଧାନସଭା ନିର୍ବାଚନ ପରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଅବିଭକ୍ତ ଶିବସେନା ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏହାର ଦୀର୍ଘ ସହଯୋଗୀ ଭାଜପା ସହ ସମ୍ପର୍କ ତୁଟାଇଦେଇଥିଲା। ପରେ ଏକନାଥ ଶିନ୍ଦେ ଶିବସେନାର ଏକ ବଡ଼ ଗୋଷ୍ଠୀକୁ ଧରି ଭାଜପା ସହ ମିଶି ସରକାର ଗଢ଼ିଥିଲେ। ଶିନ୍ଦେ ବର୍ତ୍ତମାନ ଫଡ୍‌ନବିସଙ୍କ ନେତୃତ୍ୱାଧୀନ ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଗତ ଫେବୃଆରୀ ୨୨ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ପୁଣେର ଏକ ହେଟୋଲରେ ଅବସ୍ଥାନ କରିଥିବାବେଳେ ଶିନ୍ଦେ ତାଙ୍କ ପାଖକୁ ଫଡ୍‌ନବିସଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିଲେ। ଏହି ସରକାରରେ ମୋର ଆଉ ସମ୍ମାନ ରହିନାହିଁ। କାରଣ ମୁଁ ପୂର୍ବରୁ ନେଇଥିବା ବଡ଼ ନିଷ୍ପତ୍ତିଗୁଡ଼ିକୁ ଫଡ୍‌ନବିସ ପଲଟାଇ ଦେଉଛନ୍ତି ବୋଲି କୁଆଡ଼େ ଶିନ୍ଦେ ଶାହାଙ୍କ ଆଗରେ ଅଭିଯୋଗ କରିଥିଲେ। ଏହା ଶୁଣିବା ପରେ ଶାହା କହିଥିଲେ, ଭାଜପା ପାଖରେ ୧୨୫ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ଆପଣ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ହେବାକୁ ଚାହୁଁଥିଲେ ନିଜ ଶିବସେନା ଗୋଷ୍ଠୀକୁ ଭାଜପାରେ ମିଶ୍ରଣ କରାନ୍ତୁ। ଏହି ବିଷୟ ଶିବସେନା ୟୁବିଟି ମୁଖପତ୍ର ‘ସାମ୍ନା’ରେ ମାର୍ଚ୍ଚ ପହିଲାରେ ପ୍ରକାଶ ପାଇଥିଲା।
ସେବେଠୁ ରାଜନୀତିରେ ଅନେକ ପାଣି ବହିଗଲାଣି। ଆଗକୁ ବିଏମ୍‌ସି, ପୁଣେ, ନାଗପୁର, ଠାଣେ, ନାସିକ୍‌, ନଭିମୁମ୍ବାଇ, ଛତ୍ରପତି ଶମ୍ଭାଜୀନଗର ଓ କଲ୍ୟାଣ-ଦୋମ୍ବିଭଲି ସମେତ ମହାରାଷ୍ଟ୍ରର ୨୯ ମହାନଗର ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଭାରତର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସିରେ ୨୨୭ ଆସନ ଥିବାବେଳେ ବର୍ତ୍ତମାନ ଅବିଭକ୍ତ ଶିବସେନାର ୮୪, ଭାଜପା ୮୨, କଂଗ୍ରେସ ୩୧, ଏନ୍‌ସିପି ୯, ଏମ୍‌ଏନ୍‌ଏସ୍‌ ୭ ଏବଂ ସମାଜବାଦୀ ପାର୍ଟିର ୬ କର୍ପୋରେଟର ରହିଛନ୍ତି। ପୌର ନିର୍ବାଚନ ପୂର୍ବରୁ ଶିବସେନା ୟୁବିଟି ଏବଂ ଏମ୍‌ଏନ୍‌ଏସ୍‌ ଭାଜପା ସହ ହାତ ମିଳାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ପଦକୁ ଖସିଆସିଥିବା ଅସନ୍ତୁଷ୍ଟ ଶିନ୍ଦେ ଗୋଟି ଚଳାଇବା ଆରମ୍ଭ କରିଛନ୍ତି। ସେ ରିପବ୍ଲିକାନ୍‌ ସେନା ନେତା ଆନନ୍ଦରାଜ ଆମ୍ବେଡକରଙ୍କ ସହ ମେଣ୍ଟ ଘୋଷଣା କରିଛନ୍ତି। ମରାଠା ଏବଂ ଦଳିତ ଭୋଟରଙ୍କ ସମର୍ଥନ ହାସଲ ପାଇଁ ଉଭୟେ ‘ଶିବଶକ୍ତି ଓ ଭୀମଶକ୍ତି’ର ମିଳନ ହୋଇଥିବା ପ୍ରକାଶ କରିଛନ୍ତି। ଆନନ୍ଦରାଜ ହେଉଛନ୍ତି, ବଞ୍ଚତ୍ତ ବହୁଜନ ଅଘାଡ଼ି (ଭିବିଏ) ମୁଖ୍ୟ ପ୍ରକାଶ ଆମ୍ବେଡକରଙ୍କ ସାନଭାଇ। ଉଭୟେ ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଡକରଙ୍କ ନାତି। ପ୍ରକାଶଙ୍କ ଦଳ ଭିବିଏ ଆନନ୍ଦରାଜଙ୍କ ଏହି ପଦକ୍ଷେପକୁ ସମାଲୋଚନା କରିଛି। ଆମ୍ବେଡକରଙ୍କ ସମ୍ବିଧାନକୁ ବଦଳାଇବାକୁ ଚାହୁଁଥିବା ତତ୍ତ୍ୱ ସହ ଆନନ୍ଦରାଜ ହାତ ମିଳାଇବା ଦୁର୍ଭାଗ୍ୟଜନକ ବୋଲି ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?