Posted inଜାତୀୟ

ଯିଏ ୨୦୧୯ରେ ଅଜିତ ପାଓ୍ବାରଙ୍କ ବିଦ୍ରୋହକୁ କରିଥିଲେ ବିଫଳ, ଏବେ ତାଙ୍କୁ ଶରଦ ପାଓ୍ବାର ଦେଲେ ବଡ ଦାୟିତ୍ୱ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତିରେ ରାଜନୈତିକ ଝଡ ଲାଗି ରହିଛି। ଦୁଇ ଦଳର ମୁଖିଆ ନିଜ ଦଳର ମାଲିକାନା ନେଇ ପରସ୍ପରକୁ କାଦୁଅ ଫୋଫାଡିବାରେ ଲାଗିଛନ୍ତି। ତେବେ ଏହାରି ଭିତରେ ଶରଦ ପାଓ୍ବାରଙ୍କ ଜଣେ ବିଶ୍ୱସ୍ଥଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ହେଉଛନ୍ତି ସୋନିଆ ଦୁହନ। ସୋନିଆଙ୍କୁ ଏନସିପିର ଶରଦଙ୍କ ଟିମ୍‌ରେ ସଙ୍କଟ ମୋଚନ ଭାବେ ଦେଖାଯାଏ। ଶରଦଙ୍କ ଟିମ୍‌ରେ ଦେଖାଦେଇଥିବା ଅନେକ ବିବାଦକୁ ସେ ଚୁଟ୍‌କିରେ ସମାଧାନ କରିଥା’ନ୍ତି।

୨୦୧୯ରେ ସୋନିଆ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ଅଜିତ ଗୃହଭେଦି ହୋଇ ଦଳର ୪ ବିଧାୟକଙ୍କୁ ହରିୟାଣାର ଗୁରୁଗ୍ରାମକୁ ନେଇ ଯାଇଥିଲେ। ତେବେ ସୋନିଆ ଗୁରୁଗ୍ରାମରେ ପହଞ୍ଚି ବିଦ୍ରୋହୀ ବିଧାୟକଙ୍କୁ ବୁଝାସୁଛା କରି ଦଳକୁ ଫେରାଇ ଆଣିଥିଲେ। ଏହି ଚାରିଜଣଙ୍କ ମଧ୍ୟରେ ଦିନ୍ଦୋରୀ ବିଧାୟକ ନରହରୀ ଜିରୱାଲ, ଶାହାପୁର ବିଧାୟକ ଦୌଲତ ଦାରୋଡା, ଅମଲନେର ବିଧାୟକ ଅନିଲ ପାଟିଲ ଏବଂ କଲୱାନ ବିଧାୟକ ନିତିନ ପାୱାର ସାମିଲ୍‌ ଥିଲେ। ତେବେ ଏହିପରି ଅଜିତ ପାୱାର ଭାଜପା ସହ ମିଶି ସରକାର ଗଠନ କରିବାର ସ୍ବପ୍ନକୁ ସୋନିଆ ଭାଙ୍ଗି ଦେଇଥିଲେ।

ସୂଚନାଯୋଗ୍ୟ, ଅଜିତଙ୍କ ଦଳ ଛାଡିବା ପରେ ସୋମବାର ଶରଦ ପାୱାର ଏନସିପି ଛାତ୍ର ୱିଙ୍ଗର ଜାତୀୟ ସଭାପତି ସୋନିଆଙ୍କ ପଦୋନ୍ନତି କରିଥିଲେ। ଶରଦ ତାଙ୍କୁ ନୂଆଦିଲ୍ଲୀରେ ଏନସିପି କେନ୍ଦ୍ରୀୟ କାର୍ଯ୍ୟାଳୟର ପ୍ରଭାରୀ ଦାୟିତ୍ୱରେ ନିଯୁକ୍ତ କରିଥିଲେ।

୩୦ ବର୍ଷିୟ ସୋନିଆ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରେ ପାଡ ପଢିବା ସମୟରେ ରାଜନୀତିରେ ପାଦ ଥାପିଥିଲେ। ପାଇଲଟ ଟ୍ରେନିଂ ପାଇଁଁ ପୁଣେରେ ଥିବାବେଳେ ସେ ଏନସିପି ସହିତ ପରିଚିତ ହୋଇଥିଲେ। ଏହା ପରେ ସୋନିଆ ରାଜନୀତିରେ ସକ୍ରିୟ ଭୂମିକାରେ ନଜର ଆସିଥିଲେ। ସୋନିଆ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ୱିଙ୍ଗର ମୁଖ୍ୟ ଥିଲେ। ଏଥିସହ ସେ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ସୋନିଆ ନିଜକୁ ମହାରାଷ୍ଟ୍ରର ଅନ୍ୟ ନେତାଙ୍କଠାରୁ ଦୂରେଇ ରଖନ୍ତି। ସେ ଛାତ୍ର ଓ ଯୁବ ଶାଖାଗୁଡ଼ିକର ରାଜ୍ୟ ୟୁନିଟ କାର୍ଯ୍ୟରେ କେବେ ହସ୍ତକ୍ଷେପ କରନ୍ତି ନାହିଁ। ସେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କ ନିକଟତର ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?