Posted inଜାତୀୟ

ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି: ଅଜିତ ପାଓ୍ବାର…

ମୁମ୍ବାଇ,୫।୭ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାରରେ ଯୋଗଦେବା ପରେ ଶେଷରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ତାଙ୍କର ରାଜନୈତିକ ଅଭିଳାଷ ପ୍ରକାଶ କରିଛନ୍ତି। ଅଜିତ ପାୱାର କହିଛନ୍ତି ସେ ମହାରାଷ୍ଟ୍ରର ସିଏମ ହେବାକୁ ଚାହୁଁଛନ୍ତି ଯାହା ଦ୍ୱାରା ସେ ଲୋକଙ୍କ କଲ୍ୟାଣ ପାଇଁ କରିଥିବା ଯୋଜନାଗୁଡିକୁ କାର୍ଯ୍ୟକାରୀ କରିପାରିବେ। ଏହି ସମୟରେ ଅଜିତ ପାୱାର ତାଙ୍କ ଚାଚା ଶରଦ ପାୱାରଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଅଜିତ ପାୱାର କହିଛନ୍ତି ଶରଦ ପାୱାର ଆମ ପାଇଁ ଜଣେ ଭଗବାନ, ଆମେ ତାଙ୍କ ଆଶୀର୍ବାଦ ଖୋଜୁଛୁ।

ମହାରାଷ୍ଟ୍ରରେ ଏନଡିଏ ସରକାରର ଏକ ଅଂଶ ହୋଇଥିବା ଅଜିତ ପାୱାର ୨୦୧୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି। ଅଜିତ ପାୱାର କହିଛନ୍ତି କେବଳ ନରେନ୍ଦ୍ର ମୋଦିଙ୍କ କାରଣରୁ ଭାଜପା ୨୦୧୪ ରେ କ୍ଷମତାକୁ ଆସିଥିଲା।

ଅଜିତ ପାୱାର ଉପାନ୍ତ ସହର ବାନ୍ଦ୍ରା ଠାରେ ତାଙ୍କ ଦଳ ଦ୍ୱାରା ଡକାଯାଇଥିବା ଏକ ସଭାରେ ଏହି କଥା କହିଛନ୍ତି। ୨୦୦୪ ବିଧାନସଭା ନିର୍ବାଚନରେ ଏନସିପିର କଂଗ୍ରେସ ଅପେକ୍ଷା ଅଧିକ ବିଧାୟକ ଥିଲେ, ଯଦି ଆମେ ସେହି ସମୟରେ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ପଦ ଦେଇ ନ ଥାନ୍ତୁ, ତେବେଆଜି ପର୍ଯ୍ୟନ୍ତ କେବଳ ଏନସିପି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତା। ଅଜିତ ପାୱାର ଦଳର ନେତା ଛଗନ ଭୁଜବଲ ଦାବି କରିଛନ୍ତି ତାଙ୍କର ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବାକୁ ଯାଇଥିଲେ ବୃଦ୍ଧ, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

ମହାକାଳପଡ଼ା,୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ମହାନଦୀ ଶାଖା ଗୁପ୍ତଗିରୀ ନାଳରେ ଜଣେ ମାଛ ଧରାଳିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ…

ବୈଠକ ପରେ ନୂଆ ଟିମ ଘୋଷଣା କଲା CJP, ୧୨ ଜଣଙ୍କୁ ଦାୟିତ୍ୱ; ଅଭିଜିତ ଦୀପକେଙ୍କୁ ମିଳିଲା ବଡ଼ ପଦ

ନୂଆଦିଲ୍ଲୀ, ୭।୮: କକରୋଚ ଜନତା ପାର୍ଟି (CJP)ର ଜାତୀୟ କାର୍ଯ୍ୟକାରିଣୀ ଗଠନ ହୋଇଛି। ଏଥିରେ ଅଭିଜିତ ଦୀପକେଙ୍କ ସମେତ ୧୨ ଜଣଙ୍କୁ ସ୍ଥାନ ମିଳିଛି। ଅଭିଜିତ ଦୀପକେଙ୍କ…

ଦିନକ ଭିତରେ ଆଣ୍ଠୁମାଡ଼ିଲା ବାଂଲାଦେଶ: ଭାରତଠାରୁ ମାଗିଲା…

ନୂଆଦିଲ୍ଲୀ, ୭।୮: ବାଂଲାଦେଶ-ଭାରତ ଫ୍ରେଣ୍ଡଶିପ ପାଇପଲାଇନ ମାଧ୍ୟମରେ ଭାରତରୁ ବାଂଲାଦେଶକୁ ପ୍ରାୟ ୫,୦୦୦ ମେଟ୍ରିକ ଟନ ଡିଜେଲ ପଠାଯାଉଛି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଯୋଗୁ ବିଶ୍ୱବ୍ୟାପୀ…

ବୁଦ୍ଧାଶ୍ରମରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ଦେଖିବାକୁ ଆସିଲେନି ୩ ଝିଅ: ଭିଡିଓ କଲ୍‌ କରି କହିଲେ…

ଚଣ୍ଡିଗଡ,୭।୮: ହରିଆଣାର ସୋନିପତରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୃଦ୍ଧାଶ୍ରମରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ୍ୟୁ ପରେ ପରିବାରର କୌଣସି ସଦସ୍ୟ…

ଏଥର ଧୂମଧାମରେ ପାଳନ ହେବ ସ୍ବାଧୀନତା ଦିବସ: ବ୍ଲକ ଅଧ୍ୟକ୍ଷ କରିବେ ପତାକା ଉତ୍ତୋଳନ

ଦାରିଙ୍ଗବାଡି,୭।୮(ଅରୁଣ ସହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହଠାରେ ୮୦ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

CNG-PNGରେ ମିଶିବ ବାୟୋଗ୍ୟାସ: ମୋଦି କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ କ’ଣ ଏହି ‘ଗୋବର୍ଦ୍ଧନ’ ଯୋଜନା

ନୂଆଦିଲ୍ଲୀ, ୭।୮: କେନ୍ଦ୍ର ସରକାର ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ ପରେ ସିଏନଜି-ପିଏନଜିରେ ବାୟୋଗ୍ୟାସ ମିଶାଇ ନୂତନ ରୋଷେଇ ଗ୍ୟାସ ଆଣିବେ। ଏଥିପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ…

ଫସିବେ କି ଚଞ୍ଚଳ ରାଣା: ସୁପ୍ରିମକୋର୍ଟରେ କହିଲେ ଯାଞ୍ଚ ହୋଇଛି, ଏଠି କମିଶନର କହୁଛନ୍ତି ପୋର୍ଟାଲ ତଥ୍ୟ

ଭୁବନେଶ୍ୱର,୭।୮(ରବିନାରାୟଣ ଜେନା):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଖୋଲିବା ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ…

ଜଣାପଡିଲା କିଏ କରିଥିଲେ NEET-UG ପ୍ରଶ୍ନପତ୍ର ଲିକ୍‌: CBI କଲା ବଡ଼ ଖୁଲାସା, ଦେଶରେ ଚହଳ

ନୂଆଦିଲ୍ଲୀ, ୭।୮: NEET-UG ପ୍ରଶ୍ନପତ୍ର ଲିକ୍‌ ମାମଲାରେ CBIର ଚାର୍ଜସିଟ ପରୀକ୍ଷା ବ୍ୟବସ୍ଥାର ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରଶ୍ନପତ୍ର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri