ବିନା ମାସ୍କରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୮: ଦୀର୍ଘ ସମୟରୁ ମହାରାଷ୍ଟ୍ର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଭାବେ ରହିଥିବା ବେଳେ ଏଠାରେ କୋଭିଡ-୧୯ର କଡ଼ା ନିୟମ ମଧ୍ୟ ପାଳନ କରାଯାଉଥିଲା। ବର୍ତ୍ତମାନ ମହାରାଷ୍ଟ୍ରରେ ଦୈନିକ କରୋନା ସଂକ୍ରମଣ ମାମଲା ପ୍ରାୟ ୬ରୁ ୭ହଜାର ତଳକୁ ଖସି ଆସିଛି। ମୁମ୍ବାଇରେ ମଧ୍ୟ କୋଭିଡ ମାମଲା ଯଥେଷ୍ଟ ହ୍ରାସ ପାଇବାରେ ଲାଗିଛି। ଅଗଷ୍ଟ ୧୫ରୁ ସମସ୍ତ ଲୋକଙ୍କୁ ସ୍ଥାନୀୟ ଟ୍ରେନ୍‌ରେ ଟିକାକରଣ କରିବାକୁ ଅନୁମତି ଦିଆଯାଇଛି। ଇତିମଧ୍ୟରେ କରୋନା କାଳରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜେ ଏକ କାର୍ଯ୍ୟକ୍ରମରେ ଫେସ୍‌ ମାସ୍କ ନ ପିନ୍ଧି ଲୋକଙ୍କୁ ସମ୍ବୋଧିତ କରିଥିବା ଦେଖିବାକୁ ମିଳିଛି। ଯେଉଁଠାରେ କୋଭିଡ-୧୯ର ପ୍ରୋଟୋକଲ୍‌ ଅନୁସାରେ ଫେସ୍‌ ମାସ୍କ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ ସେଠାରେ ନିଜେ ମୁଖ୍ୟମନ୍ତ୍ରୀ ଏହି ନିୟମ ଭାଙ୍ଗିଛନ୍ତି। କରୋନା ସଂକ୍ରମଣ ବ୍ୟାପିବା ପରେ ଦେଶରେ ୨୦୨୦ ମାର୍ଚ୍ଚ ପରଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମ ଲାଗୁ କରାଯାଇଛି। ଏଭଳି ପରିସ୍ଥିତିରେ ରାଜ୍ୟର ମୁଖ୍ୟଙ୍କ ଏଭଳି ଆଚରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ମୁମ୍ବାଇରୁ ୨୦୦କିଲୋମିଟର ଦୂର ନାସିକ ଜିଲାରେ ଆୟୋଜିତ ହୋଇଥିବା ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯୋଗଦେଇ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ସମୟରେ ଏକ ବିରାଟ ଜନସମାଗମ ମଧ୍ୟ ହୋଇଥିଲା। ଏଥିରେ ଉଦ୍ଧବ ଠାକରେ କହିଛନ୍ତି, ଏହା ହେଉଛି ତାଙ୍କର ପ୍ରଥମ ସର୍ବସାଧାରଣ କାର୍ଯ୍ୟକ୍ରମ। ଯେଉଁଠାରେ ସେ ବିନା ଫେସ୍‌ ମାସ୍କରେ ଲୋକଙ୍କୁ ସମ୍ବୋଧିତ କରୁଛନ୍ତି। ପ୍ରଥମ ଥର ପାଇଁ ସେ ନିଜ ମୁହଁକୁ ଢ଼ାଙ୍କି ନାହାନ୍ତି ବୋଲି ଉଦ୍ଧବ କହିଛନ୍ତି। ସେହିପରି ମହାରାଷ୍ଟ୍ର ପୋଲିସ ଏକାଡେମୀର ଏକ କାର୍ଯ୍ୟକ୍ରମରେ ଉଦ୍ଧବ ଠାକରେ କହିଛନ୍ତି, ରାଜ୍ୟ ପୋଲିସ ଭାଇଚାରା ସହ ଦେଶର ଗୌରବ ବଢ଼ାଇବାର କାମ କରିଛି। ତେବେ ପରିବର୍ତ୍ତିତ ସମୟ ସହିତ ସେମାନଙ୍କ ପାଇଁ ଅତ୍ୟାଧୁନିକ ତାଲିମ ଆୟୋଜନ କରାଯିବ ବୋଲି ଠାକରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରହିବ ଆଜୀବନ ଶାରୀରିକ ସମସ୍ୟା

ଇଂଲଣ୍ଡ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଇଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିମଧ୍ୟରୁ ମଧ୍ୟ କେତେକ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ମେଣ୍ଢର ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୨୯।୮: ପାକିସ୍ତାନ ଗୁରୁବାର ପୂର୍ବାହ୍ନ ୧୧ଟା ୩୦ରେ ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାର ପୁଞ୍ଚ୍‌ ଜିଲାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସ୍ଥାନୀୟ ମେଣ୍ଢର ସେକ୍ଟରରେ ପାକିସ୍ତାନ...

୮ମାସର ଭାଇକୁ ପାଣି ଭାବି ଡିଜେଲ ପିଆଇଲେ ୪ବର୍ଷର ଭଉଣୀ

ନୋଏଡା,୨୪।୬: ଉତ୍ତରପ୍ରଦେଶ ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪ବର୍ଷର ଭଉଣୀ ନିଜ ୮ମାସର ସାନ ଭାଇକୁ ପାଣି ଭାବି ଡିଜେଲ ପିଆଇଦେଇଥିବା ଘଟଣା...

ପଶ୍ଚିମବଙ୍ଗ ନାମ ହେବନି ବାଂଲା: ଦାବିକୁ ମୋଦି ସରକାର କଲେ ଅଗ୍ରାହ୍ୟ

ନୂଆଦିଲ୍ଲୀ,୩।୭: ପଶ୍ଚିମବଙ୍ଗ ନାମକୁ ବାଂଲା କରିବା ପାଇଁ କରାଯାଇଥିବା ଦାବିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅଗ୍ରାହ୍ୟ କରିଛନ୍ତି। ବୁଧବାର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ...

ଯଦି ଟୁଇଟ୍‌କୁ ଭୟ, ନ୍ୟାୟପାଳିକା ଦୁର୍ବଳ

ନୂଆଦିଲ୍ଲୀ,୧୯ା୮: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଗୁରୁବାର (ଅଗଷ୍ଟ ୨୦ରେ) ଦଣ୍ଡବିଧାନ କରିବାକୁ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।...

କରୋନାର ଦ୍ୱିତୀୟ ଲହରରେ ୭୫ ଲକ୍ଷ ଲୋକ ହରାଇଛନ୍ତି ଚାକିରି

ମୁମ୍ବାଇ,୪।୫: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଅନେକ ସ୍ଥାନୀୟ ଭାବରେ ଲାଗୁ ହୋଇଥିବା ଲକଡାଉନ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଯୋଗୁ ୭୫ ଲକ୍ଷରୁ ଅଧିକ...

ବୋମା ପକାଇଥିବା ବୁର୍ଖା ପିନ୍ଧା ମହିଳା ଧରାପଡ଼ିଲେ

ଜମ୍ମୁ,୧।୪: ଜମ୍ମୁ-କଶ୍ମୀରର ସୋପୋରେ ଅଞ୍ଚଳରେ ସୁରକ୍ଷା ବଳର ବଙ୍କର ଉପରେ ପେଟ୍ରୋଲ ବୋମା ପକାଇଥିବା ବୁର୍ଖା ପିନ୍ଧା ମହିଳା ଧରା ପଡ଼ିଛନ୍ତି। ମହିଳା ଜଣଙ୍କୁ ହସିନା...

ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ: ଜୀବନ ବଞ୍ଚାଇବା ଲାଗି କଢ଼ାଗଲା ଆଖି…

ଯୋଧପୁୁର,୧୬।୫: କରୋନାରେ ମହାମାରୀ ସଂକ୍ରମଣ ସହିତ ଦେଶରେ ବ୍ଲାକ୍‌ ଫଙ୍ଗସ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଧୀରେଧୀରେ ବ୍ଲାକ୍‌ ଫଙ୍ଗସ୍‌ କାୟା ବିସ୍ତାର କରିବାରେ ଲାଗିଛି।...

Advertisement
Archives

Model This Week