ବାରିପଦା,୩୦।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ଅନୁମୋଦନକ୍ରମେ +୩ ଫାଇନାଲ ସେମିଷ୍ଟାର (ସି.ବି.ସି.ଏସ୍.) ୨୦୨୫ ମସିହାର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ ଏହି ବିଶ୍ବବିଦ୍ୟାଳୟ ଅଧୀନରେ ମୟୁରଭଞ୍ଜ ଓ କେନ୍ଦୁଝର ଜିଲାର ୮୫ ମହାବିଦ୍ୟାଳୟର ମୋଟ ୧୪୩୪୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ କଳା ରେ ୮୬.୭୬, ବିଜ୍ଞାନରେ ଶତକଡା ୭୦.୩୨ ଏବଂ ବାଣିଜ୍ୟରେ ଶତକଡା ୬୦.୧୯ ପ୍ରତିଶତ ଉତୀର୍ଣ୍ଣ ହୋଇଛନ୍ତି। ତେବେ ଛାତ୍ରୀଛାତ୍ରମାନେ ତାଙ୍କର ପରୀକ୍ଷାଫଳ ଶୁକ୍ରବାର ଅପରାହ୍ନ ୪.୦୦ ଘଟିକା ପରଠାରୁ www.nou.nic.in ରୁ ପାଇପାରିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।


