ମହାପ୍ରଭୁଙ୍କୁ ଲାଗିହେଲା ଜୈବିକ ଚାଉଳ ମହାପ୍ରସାଦ: ଚାଉଳ ପ୍ରସ୍ତୁତକାରୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳିବ

ପୁରୀ,୨୧।୨(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରରେ ଗୁରୁବାର ମଧ୍ୟାହ୍ନ ଧୂପରେ ମହାପ୍ରଭୁଙ୍କ ପାଖରେ ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ଲାଗି କରାଯାଇଛି। ପାଞ୍ଚ ପ୍ରକାର ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ଭୋଗ ଲାଗି ହୋଇଛି। ଏହି ମହାପ୍ରସାଦକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ପ୍ରଶାସନିକ ଅଧିକାରୀମାନଙ୍କ ସମେତ ସୁଆର ମହାସୁଆର ନିଯୋଗର କର୍ମକର୍ତ୍ତାମାନେ ସେବନ କରିଥିଲେ।

ଗୋବିନ୍ଦ ଭୋଗ ଚାଉଳ ଓ ଝିଲ୍ଲୀ ଚାଉଳକୁ କୋଠଭୋଗରେ ବ୍ୟବହୃତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ମୋହର ମାରିଛି। ଆଗାମୀ ଦିନରେ ଏହି ସବୁ ଚାଉଳକୁ ଅଧିକ ମହଜୁଦ କରିବା ପାଇଁ ବିଭିନ୍ନ ସଂଗଠନକୁ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଆର୍ଥତ୍କ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ପାଢ଼ୀ ସୂଚନା ଦେଇଛନ୍ତି।

ମୁଖ୍ୟ ପ୍ରଶାସକ ପାଢ଼ୀ କହିଛନ୍ତି, ଜୈବିକ ପଦ୍ଧତିରେ ଅନ୍ନକୁ ମହାପ୍ରସାଦ କରି ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିବା ନେଇ ବିଗତ ସପ୍ତାହରେ ଏକ ବୈଠକ କରାଯାଇଥିଲା। ବୈଠକରେ କୃଷି ବିଭାଗର ବିଭିନ୍ନ ଅଧିକାରୀ, ଜୈବିକ ଚାଉଳ ପ୍ରସ୍ତୁତ କରୁଥିବା ସ୍ବେଚ୍ଛାସେବୀ, ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଜୈବିକ ଚାଉଳ ପ୍ରସ୍ତୁତ କରୁଥିବା ଯେଉଁ ଅନୁଷ୍ଠାନଗୁଡ଼ିକ ସମ୍ପୃକ୍ତ ଚାଉଳର ନମୁନା ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରିଥିଲେ। ସେଥିରେ ଜୈବିକ ପଦ୍ଧତିରେ ପ୍ରସ୍ତୁତ ହୋଇଥିବା ଅନ୍ନ ଗୁରୁବାର ମହାପ୍ରସାଦ ଭାବେ ମହାପ୍ରଭୁଙ୍କ ନିକଟରେ ସମର୍ପଣ ବା ଲାଗି କରାଯାଇଛି।

ପାଞ୍ଚଟି ପ୍ରଜାତିର ଚାଉଳ ପ୍ରଦାନ କରାଯାଇଥିଲା। ସେଗୁଡ଼ିକ ହେଉଛି ଝିଲ୍ଲୀ, ଗୋବିନ୍ଦ ଭୋଗ, କଳା ଜିରା, ପଦ୍ମକେଶରୀ ଏବଂ ହଜାରେ ଚଉଦ। ଗୁରୁବାର ପ୍ରଥମ ପର୍ଯ୍ୟାୟରେ ଏହି ପାଞ୍ଚଟି ପ୍ରଜାତିର ଚାଉଳକୁ ଲାଗି କରାଯାଇଥିଲା। ସୁଆର ମହାସୁଆର ନିଯୋଗ ପକ୍ଷରୁ ତାହା ପ୍ରସ୍ତୁତ କରାଯାଇଥିଲା। ତେଣୁ ନିଯୋଗକୁ ଧନ୍ୟବାଦ ଜଣାଉଛି। ପ୍ରସାଦ ସେବନ ପରେ ପାଞ୍ଚଟି ପ୍ରଜାତିର ଚାଉଳ ମଧ୍ୟରୁ କେଉଁ ପ୍ରଜାତି ଚାଉଳ ମହାପ୍ରଭୁଙ୍କ କୋଠଭୋଗରେ ଲାଗି କରାଯିବ ଓ କେଉଁ ଚାଉଳ ମହାପ୍ରସାଦ ଭାବେ ଆନନ୍ଦ ବଜାରରେ ବିକ୍ରୟ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। ନିଷ୍ପତ୍ତି ନିଆଯାଇଛି ଯେ, ଝିଲ୍ଲୀ ଓ ଗୋବିନ୍ଦ ଭୋଗକୁ ମହାପ୍ରଭୁଙ୍କ କୋଠ ଭୋଗରେ ବ୍ୟବହାର କରାଯିବ।

ସେହିପରି ଅନ୍ୟ ତିନି ପ୍ରଜାତିର ଜୈବିକ ଚାଉଳକୁ (ଭୋଗମଣ୍ଡପ) ମହାପ୍ରସାଦ ଭାବେ ଆନନ୍ଦବଜାରରେ ବିକ୍ରି କରାଯିବ। ତେବେ ଓଡ଼ିଶାରେ ଯେତେ ବି ଜୈବିକ ପଦ୍ଧତିରେ ଚାଉଳ ପ୍ରସ୍ତୁତ କରାଯାଉଛି ସେ ସବୁକୁ ମହାପ୍ରସାଦ ଭାବେ ବ୍ୟବହାର କରାଯିବା ପାଇଁ ଅନୁରୋଧ ତଥା ପ୍ରସ୍ତାବ ଆସିଛି। କୃଷି ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅମୃତ ଅନ୍ନ ପ୍ରକଳ୍ପ ଯୋଜନା ହାତକୁ ନିଆଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ମିଳିଛି। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ। ତେବେ ମହାପ୍ରସାଦ ନିମନ୍ତେ ଯେଉଁ ପରିମାଣର ଜୈବିକ ଚାଉଳ ଆବଶ୍ୟକ, ସେହି ପରିମାଣର ମହଜୁଦ୍‌ ନାହିଁ। ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ପ୍ରଜାତିର ଜୈବିକ ଚାଉଳକୁ କୋଠ ଭୋଗରେ ଲାଗି କରାଯିବ।

ପରବର୍ତ୍ତୀ ସମୟରେ ଯେତେବେଳେ ଜୈବିକ ପଦ୍ଧତିରେ ଅମୃତ ଅନ୍ନ ଉତ୍ପାଦନ ବୃଦ୍ଧି ପାଇବ, ସେତେବେଳେ ଆନନ୍ଦବଜାରରେ ମହାପ୍ରସାଦ ଭୋଗ କରି ଆନ୍ଦନ ବଜାରରେ ବିକ୍ରୟ କରାଯିବ। ତେବେ ଯେଉଁ ଅନୁଷ୍ଠାନଗୁଡ଼ିକ କୃଷକମାନଙ୍କ ଦ୍ୱାରା ଏହି ଚାଉଳ ପ୍ରସ୍ତୁତ କରୁଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବ। ଉକ୍ତ ଅମୃତ ଚାଉଳରେ କୌଣସି ପ୍ରକାର ରାସାୟନିକ ସାର କିମ୍ବା ରାସାୟନିକ ଔଷଧ ବ୍ୟବହାର କରାଯିବ ନାହିଁ। ସମ୍ପୂର୍ଣ୍ଣ ଭାବେ ଜୈବିକ ପଦ୍ଧତିରେ ଚାଷ କରାଯିବ। ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ପନିପରିବା ମଧ୍ୟ ଜୈବିକ ପଦ୍ଧତିରେ ଚାଷ କରିବା ନେଇ ଉଦ୍ୟମ କରାଯିବ ବୋଲି ପାଢୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri