ଘଡ଼ଘଡ଼ି ସହ କୁଆପଥର ବର୍ଷା, ନଷ୍ଟ ହେଲା ଶହଶହ ହେକ୍ଟର ପରିବା ଚାଷ

କେନ୍ଦୁଝର,୨୧।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ  ପ୍ରବଳ ଘଡ଼ଘଡ଼ି ବର୍ଷା ହେବା ସହ କୁଆପଥର ବର୍ଷା ହୋଇଛି। ଫଳରେ କିଛି ଦିନ ହେଲା ଗରମ ହୋଇ ପଡ଼ିଥିବା ପରିବେଶ ଥଣ୍ଡା ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଅନୁଯାୟୀ, ଜିଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ହଠାତ୍‌ ଏଭଳି ବର୍ଷା ଯୋଗୁ ଜିଲାର କେତେକ ସ୍ଥାନରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଗ୍ରାମର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଥିବା ପନିପରିବା କ୍ଷେତରେ କୁଆପଥର ବିଛାଡି ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ଗ୍ରାମାଞ୍ଚଳରେ କୁଢ଼କୁଢ଼ କୁଆପଥର ଗଦା ଦେଖିବାକୁ ମିଳୁଛି।
ମିଳିଥିବା ସୂଚନାନୁଯାୟୀ, ପରିବା ଫସଲ ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ଜିଲାର ଅନେକ ସ୍ଥାନ ତଥା ଓ ଖଣି ଅଞ୍ଚଳର ଲୋକମାନେ ଚାରିଆଡ଼େ ଧୂଳି ଯୋଗୁ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣରୁ ଆଶ୍ୱସ୍ତି ପାଉଛନ୍ତି। ଏହାବ୍ୟତୀତ ଚଳିତ ବର୍ଷ ହଠାତ୍‌ ତାପମାତ୍ରା ବୃଦ୍ଧି ପାଇଥିବାରୁ ଏହି ବର୍ଷା ଯୋଗୁ ଲୋକମାନେ ଗରମରୁ ମୁକ୍ତି ପାଇଛନ୍ତି। ସଦର, ଝୁମ୍ପୁରା ବ୍ଲକ ଅଞ୍ଚଳର ଅଧିକାଂଶ ସ୍ଥାନରେ ଅଦିନିଆ ବର୍ଷା ଓ କୁଆ ପଥର ଯୋଗୁ କୋବି, ଟମାଟୋ, ବାଇଗଣ ଆଦି ପନିପରିବା ଫସଲ ନଷ୍ଟ ହୋଇଯାଇଛି। ପନିପରିବା ବର୍ଷା ପାଣିରେ ବୁଡି ଯାଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଫଳରେ ବହୁ ଖର୍ଚ୍ଚାନ୍ତ ହୋଇ ଏବଂ ପରିଶ୍ରମ କରି ପନିପରିବା ଚାଷ କରିଥିବା ଗରିବ ଚାଷୀମାନେ କ୍ଷତି ସହୁଛନ୍ତି। କେନ୍ଦୁଝର ଜିଲା ସଦର ମହକୁମା ସମେତ ଯୋଡ଼ା ଖଣି ଅଞ୍ଚଳ ସମେତ ଅନ୍ୟନ୍ୟ ସହରରେ ବର୍ଷା ଯୋଗୁ ଧୂଳି ପ୍ରଦୂଷଣ ଓ ଗରମରୁ କିଛିମାତ୍ରାରେ ଆଶ୍ୱସ୍ତି ପାଉଛନ୍ତି। ମଦନ ନାଏକ , ସଦର ବ୍ଲକ ଚାଷୀ କହିଛନ୍ତି, ‘ଆମେ କଠିନ ପରିଶ୍ରମ କରିଥିଲୁ ଏବଂ ପନିପରିବା ଚାଷ କରିଥିଲୁ। କିନ୍ତୁ ଏଭଳି ବର୍ଷା ଯୋଗୁ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ସରକାର ସେହି କୃଷକମାନଙ୍କୁ ସାହାଯ୍ୟ କରିବା ଉଚିତ। କେନ୍ଦୁଝର ମୁଖ୍ୟ ଜିଲା କୃଷି ଅଧିକାରୀ ପର୍ଶୁରାମ ବେହେରା କହିଛନ୍ତି, ଏହି ବର୍ଷା ଚାଷରେ ସହାୟକ ହେବ। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ଅଭିଯୋଗ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri