ମା’ଦୁର୍ଗାଙ୍କ ଆଜି ମହାନବମୀ ପୂଜା: ଦଶହରା ପାଇଁ ଦାରିଙ୍ଗବାଡି ସହର ଉତ୍ସବ ମୁଖର

ଦାରିଙ୍ଗବାଡି, ୧ ।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ସହରରେ ଦଶହରା ପାଇଁ ଉତ୍ସବମୁଖର ହୋଇପଡିଛି । ସପ୍ତମୀ ତିଥି ଠାରୁ ଏହି ପର୍ବରେ ମା’ ଦୁର୍ଗା ମୃଣ୍ମୟ ମୂର୍ତ୍ତି ଙ୍କୁ ପୂଜାର୍ଚନା କରାଯାଉଥିବା ବେଳେ ବୁଧବାର ମହାନବମୀ ପୂଜା ପାଳନ କରାଯିବ ଏଥିପାଇଁ ସକାଳ ୮ ଟାରୁ ଆରତୀ, ସୂର୍ଯ୍ୟପୂଜାଠାରୁ ଏହି ପୂଜା ପାଠ ଆରମ୍ଭ କରାଯାଉଛି । ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ମା’ଙ୍କ ଆଶୀର୍ବାଦ ପାଇବା ପାଇଁ ଶ୍ରଦ୍ଧାଳୁମାନେ ମା’ଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ଭୋଗ, ଦୀପ, ନେଇ ଶ୍ରଦ୍ଧାଳୁମାନେ ମା’ଙ୍କ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଦୁଇ ଓଳି ଅର୍ନ୍ନ ଭୋଗ ସହ ହୋମ ଯଜ୍ଞ ଆଦି ପାଳନ କରାଯାଇଛି । ମା ’ଦୁର୍ଗାପୂଜା କମିଟିର ଦଭାପତି ଜୟ ଚନ୍ଦ୍ର ପଡ୍ରାଙ୍କ ନେତୃତ୍ୱରେ ପୂଜାର୍ଚ୍ଚନା ଓ ଏହି ପର୍ବ ପାଳନ କରାଯାଉଛି। ମୁଖ୍ୟ ପୂଜକ ବୁଲୁ ତ୍ରିପାଠୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି । ଆସନ୍ତାକାଲି ଦଶମୀ ପୂଜା ବଡ଼ ଧୂମଧାମରେ ପୂଜାର୍ଚ୍ଚନା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ସେହିପରି ଦାରିଙ୍ଗବାଡି ସମେତ ସମସ୍ତ ବ୍ଲକ ଅଞ୍ଚଳରେ ଏହି ଦଶହରା ପର୍ବ ପାଇଁ ଘରେ ଘରେ ଗାଡି ମୋଟର ଯନ୍ତ୍ରପତି, ଲୁହା ସାମଗ୍ରୀ ଆଦି ପୂଜାର୍ଚ୍ଚନା କରାଯାଇ ବର୍ଷା ସାରା ଶାନ୍ତି ସମୃଦ୍ଧି ବୃଦ୍ଧି ପାଇଁ ସମସ୍ତେ ଆରାଧନା କରୁଛନ୍ତି। ଶାନ୍ତି ଶୃଙ୍ଖଳାରେ ଏହି ପର୍ବ ପାଳନ ପାଇଁ ଦାରିଙ୍ଗବାଡି ଥାନା ପକ୍ଷରୁ ଡିଏସପି କନକ ମାଝିଙ୍କ ନେତୃତ୍ୱ ରେ ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ, ଲଷ୍ମୀ ମାଝୀ, ବାସନ୍ତି ବେହେରା ଏଏସଆଇ ଅର୍ଜୁନ ଶବର, ଶ୍ରୀନିବାସ ରାଓ ପ୍ରମୁଖ ବିଭିନ୍ନ ମଣ୍ଡପ ବୁଲିବା ସହ ଥାନା ଅଞ୍ଚଳରେ ବ୍ୟାପକ ପାଟ୍ରୋଲିଂ ସହ ସାଦା ପୋଷକରେ ପୋଲିସ ଅପରାଧି କାର୍ଯ୍ୟକଳାପ ଉପରେ କଡା ନଜର ରଖିଥିବା ଡିଏସପି ମାଝୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ନିଆଁ ରୋକିବା ପାଇଁ ସାଇକେଲ ରାଲି: କଣ୍ଟେଇପଲ୍ଲୀ ଭିଏସଏସ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି

ଭଞ୍ଜନଗର,୧୯।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା। ଏହାକୁ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri