ମା’ଦୁର୍ଗାଙ୍କ ଆଜି ମହାନବମୀ ପୂଜା: ଦଶହରା ପାଇଁ ଦାରିଙ୍ଗବାଡି ସହର ଉତ୍ସବ ମୁଖର

ଦାରିଙ୍ଗବାଡି, ୧ ।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ସହରରେ ଦଶହରା ପାଇଁ ଉତ୍ସବମୁଖର ହୋଇପଡିଛି । ସପ୍ତମୀ ତିଥି ଠାରୁ ଏହି ପର୍ବରେ ମା’ ଦୁର୍ଗା ମୃଣ୍ମୟ ମୂର୍ତ୍ତି ଙ୍କୁ ପୂଜାର୍ଚନା କରାଯାଉଥିବା ବେଳେ ବୁଧବାର ମହାନବମୀ ପୂଜା ପାଳନ କରାଯିବ ଏଥିପାଇଁ ସକାଳ ୮ ଟାରୁ ଆରତୀ, ସୂର୍ଯ୍ୟପୂଜାଠାରୁ ଏହି ପୂଜା ପାଠ ଆରମ୍ଭ କରାଯାଉଛି । ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ମା’ଙ୍କ ଆଶୀର୍ବାଦ ପାଇବା ପାଇଁ ଶ୍ରଦ୍ଧାଳୁମାନେ ମା’ଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ଭୋଗ, ଦୀପ, ନେଇ ଶ୍ରଦ୍ଧାଳୁମାନେ ମା’ଙ୍କ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଦୁଇ ଓଳି ଅର୍ନ୍ନ ଭୋଗ ସହ ହୋମ ଯଜ୍ଞ ଆଦି ପାଳନ କରାଯାଇଛି । ମା ’ଦୁର୍ଗାପୂଜା କମିଟିର ଦଭାପତି ଜୟ ଚନ୍ଦ୍ର ପଡ୍ରାଙ୍କ ନେତୃତ୍ୱରେ ପୂଜାର୍ଚ୍ଚନା ଓ ଏହି ପର୍ବ ପାଳନ କରାଯାଉଛି। ମୁଖ୍ୟ ପୂଜକ ବୁଲୁ ତ୍ରିପାଠୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି । ଆସନ୍ତାକାଲି ଦଶମୀ ପୂଜା ବଡ଼ ଧୂମଧାମରେ ପୂଜାର୍ଚ୍ଚନା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ସେହିପରି ଦାରିଙ୍ଗବାଡି ସମେତ ସମସ୍ତ ବ୍ଲକ ଅଞ୍ଚଳରେ ଏହି ଦଶହରା ପର୍ବ ପାଇଁ ଘରେ ଘରେ ଗାଡି ମୋଟର ଯନ୍ତ୍ରପତି, ଲୁହା ସାମଗ୍ରୀ ଆଦି ପୂଜାର୍ଚ୍ଚନା କରାଯାଇ ବର୍ଷା ସାରା ଶାନ୍ତି ସମୃଦ୍ଧି ବୃଦ୍ଧି ପାଇଁ ସମସ୍ତେ ଆରାଧନା କରୁଛନ୍ତି। ଶାନ୍ତି ଶୃଙ୍ଖଳାରେ ଏହି ପର୍ବ ପାଳନ ପାଇଁ ଦାରିଙ୍ଗବାଡି ଥାନା ପକ୍ଷରୁ ଡିଏସପି କନକ ମାଝିଙ୍କ ନେତୃତ୍ୱ ରେ ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ, ଲଷ୍ମୀ ମାଝୀ, ବାସନ୍ତି ବେହେରା ଏଏସଆଇ ଅର୍ଜୁନ ଶବର, ଶ୍ରୀନିବାସ ରାଓ ପ୍ରମୁଖ ବିଭିନ୍ନ ମଣ୍ଡପ ବୁଲିବା ସହ ଥାନା ଅଞ୍ଚଳରେ ବ୍ୟାପକ ପାଟ୍ରୋଲିଂ ସହ ସାଦା ପୋଷକରେ ପୋଲିସ ଅପରାଧି କାର୍ଯ୍ୟକଳାପ ଉପରେ କଡା ନଜର ରଖିଥିବା ଡିଏସପି ମାଝୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ବଜେଟ୍‌ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…

କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଘୋଷଣା ପରେ କଳାହାଣ୍ଡି…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri