Posted inରାଜ୍ୟ

ମାହାଙ୍ଗା ଡବଲ ମର୍ଡର ଘଟଣା : ୧୨ ଜଣଙ୍କ ନାଁରେ ମାମଲା

ନିଶ୍ଚିନ୍ତକୋଇଲି/ମାହାଙ୍ଗା, ୩ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ନୃତାଙ୍ଗସ୍ଥିତ ଯଁକୁଟି ନିକଟରେ ଭାଜପା ନେତା କୁଳମଣି ବରାଳ(୬୨) ଓ ଦିବ୍ୟସିଂହ ବରାଳ(୭୦)ଙ୍କୁ ଶନିବାର ହତ୍ୟା କରାଯାଇଥିଲା। ରବିବାର ଡବଲ ମର୍ଡର ଘଟଣାର ତନାଘନା ଆରମ୍ଭ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛି। ପୋଲିସ ଡିଆଇଜି ଆଶିଷ କୁମାର ସିଂ, ଗ୍ରାମାଞ୍ଚଳ ଏସ୍‌ପି ବି.ଯୁଗଳ କିଶୋର ଓ ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ମାମଲାର ସମୀକ୍ଷା କରିଛନ୍ତି। ଏନେଇ କୁଳମଣିଙ୍କ ପୁଅ ଉମାକାନ୍ତ ବରାଳ ଥାନାରେ ୧୨ ଜଣଙ୍କ ନାମରେ ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟା ମାମଲା(ନଂ.୫/୨୧) ରୁଜୁ କରିଛି। ତାଙ୍କ ଅଭିଯୋଗ ଅନୁଯାୟୀ, କୁଳମଣି କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେବା ପରେ ସାଲେପୁର ନିର୍ବାଚନମଣ୍ଡଳୀର ପ୍ରଭାରୀ ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ରାଜ୍ୟ ସରକାର ହାଇଜାକ କରୁଥିବା ଦର୍ଶାଇ ସେ ବିପ୍ଳବ ଆରମ୍ଭ କରିଥିଲେ । ଏଥିସହ ସ୍ଥାନୀୟ ଅଞ୍ଚଳର ପାଇଖାନା ଦୁର୍ନୀତି ସମ୍ପର୍କରେ ଲୋକଲୋଚନକୁ ଆଣିଥିଲେ। ଏନେଇ ସେ ରାଜନୈତିକ ଆକ୍ରୋଶର ଶିକାର ହୋଇଛନ୍ତି। ମନ୍ତ୍ରୀଙ୍କ ଇଙ୍ଗିତରେ କେତେଜଣ ବିଜେଡି ସମର୍ଥତ୍ତ ବ୍ୟକ୍ତି କୁଳମଣି ଓ ସହଯୋଗୀ ଦିବ୍ୟସିଂହଙ୍କୁ ନିର୍ମମଭାବେ ହତ୍ୟା କରିଛନ୍ତି। ପୂର୍ବରୁ ବାପାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ମାତ୍ର ପୋଲିସ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇ ନ ଥିଲା ବୋଲି ଉମାକାନ୍ତ କହିଛନ୍ତି। ଅପରପକ୍ଷେ ଏହି ଅଭିଯୋଗକୁ ମନ୍ତ୍ରୀ ପ୍ରତାପ ଜେନା ଖଣ୍ଡନ କରଛନ୍ତି। ସେ କୁଳମଣିଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି। ଆଇନ ଅନୁଯାୟୀ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଜେନା ପ୍ରତିଶ୍ରୁତି ଦେଇଛନ୍ତି । ଏ ସମ୍ପର୍କରେ ଗ୍ରାମାଞ୍ଚଳ ଏସ୍‌ପି ଯୁଗଳ କିଶୋର କହିଛନ୍ତି, ମାମଲାର ତଦନ୍ତ ଜାରି ରହିଛି। ଅପରାଧୀଙ୍କୁ ଧରିବା ପାଇଁ ୫ ଜଣ ଆଇଆଇସିଙ୍କ ନେତୃତ୍ୱରେ ୫ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ବିଭିନ୍ନ ଜାଗାରେ ଚଢ଼ାଉ କରାଯାଉଛି। ଜଣେ ବ୍ୟକ୍ତିଙ୍କୁ ଅଟକରଖି ପଚରାଉଚୁରା କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ନୃତାଙ୍ଗ ଗ୍ରାମରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗାଁରେ ଶୋକାକୁଳ ପରିବେଶ ମଧ୍ୟରେ କୁଳମଣି ଓ ଦିବ୍ୟସିଂହଙ୍କ ମୃତଦେହ ସତ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋମାରେ ଇରାନର ସୁପ୍ରିମ ଲିଡର? କାହିଁକି ବ୍ୟାପିଛି ଏଭଳି ଖବର? ଜାଣନ୍ତୁ ଏହା ପଛର କାରଣ

ତେହରାନ,୭।୪: ବ୍ରିଟିଶ ଖବରକାଗଜ ଦି ଟାଇମ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ ମୋଜତାବା ଖାମେନେଇ ଅଚେତ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କjର ଏହି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri