୩ ବର୍ଷରେ ଟ୍ରିବ୍ୟୁନାଲଙ୍କ ପାଇଁ ୬.୫୬ କୋଟି ଖର୍ଚ୍ଚ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦେଖାଦେଇଥିବା ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ପାଇଁ ୬.୫୬ କୋଟି ଖର୍ଚ୍ଚ ହୋଇ ସାରିଲେଣି। ବଜେଟରେ ଟିବ୍ର୍ୟୁନାଲ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ସକାଶେ ୨.୯୬ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ତେବେ ୨୦୨୧ ଏପ୍ରିଲରୁ ୨୦୨୧ ଡିସେମ୍ବର ମଧ୍ୟରେ ଟ୍ରିବ୍ୟୁନାଲ ୨.୨୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ସମୟ ମଧ୍ୟରେ ଟ୍ରିବ୍ୟୁନାଲ ୨୫ ଥର ଶୁଣାଣି କରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜଳ ବିବାଦର ସମାଧାନ ସକାଶେ ୩ ବର୍ଷ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ୨୦୨୧ ମାର୍ଚ୍ଚ ସୁଦ୍ଧା ୩ ବର୍ଷ ଶେଷ ହେଉଥିବା ବେଳେ ଏହାର କାର୍ଯ୍ୟକାଳ ଆଉ ୨ ବର୍ଷ ବୃଦ୍ଧି କରାଯାଇଛି। ଏ ପର୍ଯ୍ୟନ୍ତ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ ପକ୍ଷରୁ କୌଣସି ରାୟ ପ୍ରକାଶ ପାଇ ନାହିଁ। ଅଣ ମୌସୁମୀ(ନଭେମ୍ବରରୁ ମେ’ ମାସ) ସମୟରେ ରାଜ୍ୟକୁ ଜଳ ପ୍ରବାହ ସ୍ବାଭାବିକ ରଖିବା ସକାଶେ ନିର୍ମାଣାଧୀନ ବ୍ୟାରେଜ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଓଡ଼ିିଶା ସରକାରଙ୍କ ପକ୍ଷରୁ ୨୦୧୯ ଫେବୃୟାରୀରେ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରାଯାଇଥିଲା। ଟ୍ରିବ୍ୟୁନାଲ ଏ ସମ୍ପର୍କିତ ଶୁଣାଣିର ଅନ୍ତରୀଣ ରାୟକୁ ସଂରକ୍ଷିତ ରଖିଛନ୍ତି। ଏହାଛଡ଼ା ମହାନଦୀରେ ଅଣମୌସୁମୀ ସମୟରେ ୧.୭୪ ନିୟୁତ ଏକର ଫୁଟ ଜଳ ପ୍ରବାହିତକୁ ନିଶ୍ଚିତ କରିବା ଲାଗି ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୧୮ରେ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରାଯାଇଥିଲା। ଏଥିସହିତ ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ମହାନଦୀରୁ ୧୦.୮୩ ନିୟୁତ ଏକର ଫୁଟରୁ ଅଧିକ ଜଳ ବ୍ୟବହାର ନ କରିବାକୁ ଆଦେଶ ଦେବା ସକାଶେ ଓଡ଼ିଶା ସରକାର ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରିଥିଲେ। ୨୦୨୧ ମାର୍ଚ୍ଚ ୧୨ରେ ହୋଇଥିବା ଶୁଣାଣି ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ପରିଦର୍ଶନ ସମ୍ପର୍କିତ ସତ୍ୟପାଠ ଦାଖଲ କରିବାକୁ ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାର ୯ ପ୍ରତ୍ୟକ୍ଷଦର୍ଶୀ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଛତିଶଗଡ଼ ୮ ପ୍ରତ୍ୟକ୍ଷଦର୍ଶୀ ପାଇଁ ପ୍ରସ୍ତାବ ଦେଇଥିଲା।
ଉଲ୍ଲେଖଯୋଗ୍ୟ ଯେ ମହାନଦୀ ଉପରେ ଛତିଶଗଡ଼ ସରକାର ୧୦ଟି ବୃହତ୍‌ ବ୍ୟାରେଜ ନିର୍ମାଣ କରୁଛି। ଏହାକୁ ଓଡ଼ିଶା ସରକାର ବିରୋଧ କରିବା ସହ ବ୍ୟାରେଜ ନିର୍ମାଣ ଉପରେ ସ୍ଥଗିତାଦେଶ ଲାଗି ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିଛନ୍ତିି। ଏହାଛଡ଼ା ଅଣମୌସୁମୀ ସମୟରେ ମହାନଦୀ ଜଳ ପ୍ରବାହ ସ୍ବାଭାବିକ ରଖିବା ପାଇଁ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri