ମହାକାଳପଡ଼ା,୧୮।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଚଡେଇ ଗୁଆଁ ସ୍ଥିତ ଯୁଗରୁପା ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ରଘୁନାଥ ଦାସ । ଟଙ୍କା ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ମାଡିବସିଛି ।
ମିଳିଥିବା ସୂଚନା ଅନୁସାରେ ଏହି ପ୍ରଧାନ ଶିକ୍ଷକ ଦାସ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ପୋଷାକ ଯୋଗାଣ ସଂସ୍ଥା ଠାରୁ ଚେକ୍ ପ୍ରଦାନ ନେ଼ଇ ୫ ହଜାର ଟଙ୍କା ଦାବି କରିଥିଲେ। ଅପର ପକ୍ଷରେ ଏହି ବିଦ୍ୟାଳୟର ରାତ୍ର ଜଗୁଆଳ କର୍ମଚାରୀଙ୍କ ଠାରୁ ବକୟା ଦରମା ବାବଦରେ ଅର୍ଥ ଦାବି କରିଥିଲେ। ଏ ନେଇ ପୂର୍ବରୁ କଟକ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା।
ସୋମବାର ପୂର୍ବ ପ୍ରସ୍ତୁତ ଅନୁସାରେ ଅର୍ଥ ନେଉଥିବା ବେଳେ ସାଧା ପୋଷାକଧାରୀ ଭିଜିଲାନ୍ସ ଟିମ୍ ଚଢାଉ କରି ନିଜ ହେପାଜତକୁ ନେଇଛି । ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ ଟିମ୍ । ପୂର୍ବରୁ ପ୍ରଧାନ ଶିକ୍ଷକ ପିଲାମାନଙ୍କ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଦ୍ୟ ଅର୍ଥ ଅନିୟମିତତା ଅଭିଯୋଗ ହୋଇଥିଲା। ଏ ନେଇ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ କରିବା ସହ କେସ ନମ୍ବର ୨୦/୨୬ ଅଧିକ ତଦନ୍ତ ଚଳାଇଛି ଟିମ୍ । ଚଢାଉ ସମୟରେ କଟକ ଓ କେନ୍ଦ୍ରାପଡ଼ା ଭିଜିଲାନ୍ସ ବିଭାଗ ଅଧିକାରୀମାନେ ସାମିଲ ହୋଇଥିଲେ ।