Categories: ଜାତୀୟ

ମହାକାଳ ମନ୍ଦିରରେ ନିଆଁ, ୫ ପୁରୋହିତଙ୍କ ସମେତ ୧୩ ଆହତ

ଭୋପାଳ,୨୫।୩: ଉଜୈନର ମହାକାଳ ମନ୍ଦିରରେ ସୋମବାର ଆରତି ସମୟରେ ନିଆଁ ଲାଗି ୫ ପୁରୋହିତଙ୍କ ସମେତ ୧୩ ଜଣ  ଆହତ ହୋଇଛନ୍ତି। ଭସ୍ମ ଆରତି ସମୟରେ  ନିଆଁ ଲାଗିଯାଇଥିଲା। ସମସ୍ତ ଆହତଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମୟରେ ଏଠାରେ ହୋଲି ଉତ୍ସବ ଚାଲିଥିଲା।

ସେହି ସମୟରେ ମନ୍ଦିରରେ ହଜାର ହଜାର ଭକ୍ତ ଉପସ୍ଥିତ ଥିଲେ। ସମସ୍ତେ ମହାକାଳଙ୍କ ସହ ହୋଲି ପାଳନ କରୁଥିଲେ। ଆହତ ସେବକ କହିଛନ୍ତି, ପଛରୁ ଆରତି କରୁଥିବା ପୁରୋହିତ ସଞ୍ଜୀବଙ୍କ ଉପରେ କେହି ଜଣେ ରଙ୍ଗ ଢାଳିଥିଲେ। ଏହି ରଙ୍ଗ ଦୀପ ଉପରେ ପଡ଼ିଥିଲା। ବୋଧହୁଏ ଏଥିରେ ରାସାୟନିକ ପଦାର୍ଥର ଉପସ୍ଥିତି ଯୋଗୁ ନିଆଁ ଲାଗିଯାଇଥିଲା।

ଏହି ସମୟରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଉଜୈନ ଆସିବେ। ମୁଖ୍ୟମନ୍ତ୍ରୀ ମନ୍ଦିର ପରିଚାଳକମାନଙ୍କ ସହ ଯୋଗାଯୋଗରେ ଅଛନ୍ତି।

Share